କବିତା

ପୁଣିଥରେ

Sagaria Abhiram's odia poem Punithare

ଲଗେଇଦେ ମତେ ତୋ ଛାତିରେ,
ସାଇତିଦେ ମତେ ତୋ ମନରେ,
ଭୁଲିଯା ସେ ଗଲା କଥା ମନରୁ,
କରିନେ ତୁ ମତେ ତୋର, ପୁଣିଥରେ ।

ପୁଣିଥରେ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ଲଗେଇଦେ ମତେ ତୋ ଛାତିରେ,
ସାଇତିଦେ ମତେ ତୋ ମନରେ,
ଭୁଲିଯା ସେ ଗଲା କଥା ମନରୁ,
କରିନେ ତୁ ମତେ ତୋର, ପୁଣିଥରେ ।
ଯାଇଚି ମୁଁ ହାରି
ତୋ ହାତ ଛାଡ଼ି
ଏବେ ମୁଁ ବୁଝୁଚି
କେତେ ଭୁଲ୍ କରିଚି
ଅନେଇଦେ ମତେ ଟିକେ ପ୍ରେମରେ,
ହଯିଯାଏ ମୁଁ ପୁଣି ତୋ ଭିତରେ,
ଭୁଲିଯା ମୁଁ କଲି ଯାହା ଦୁଷ୍ଟାମି,
ଫେରିଆ ତୁ ମୋ ପାଖକୁ, ପୁଣିଥରେ ।

ଭୋଗିଚି ମୁଁ କଷ୍ଟ
ତୋ ପାଖ ଛାଡ଼ି
ଦୁଃଖ ମୁଁ କରୁଚି
ତତେ କାଇଁ ଛାଡ଼ିଚି
ସଜେଇଦେ ମତେ ତୋ ସ୍ୱପ୍ନରେ,
ରଙ୍ଗେଇଦେ ମତେ ତୋ ରଙ୍ଗରେ,
ହବନି ଏ ଭୁଲ ଆଉ ଜୀବନେ,
ଧରିନେ ମୋ ହାତ ଟିକେ, ପୁଣିଥରେ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top