ତଥାପି ବାକି ରହିଗଲା ସଂପର୍କ
ଏ ଜନ୍ମରେ ତୁମର ମୋର ।
ମୋତେ ଲାଗେ
ଏଇ ଟିକକ ସଂପର୍କ ବୋଧେ
ବାକିଥିଲା ଆର ଜନମର ।
ମୁଁ ଅନେକ ଚାହିଁଛି
ଗଢ଼ିବାକୁ ମଜବୁତ କରି
ସୂକ୍ଷ୍ମରୁ ଅତି ସୂକ୍ଷ୍ମ ଏଇ ସଂପର୍କର ଡ଼ୋର ।
ଏସବୁକୁ ତୁମେ କିନ୍ତୁ
ଭାଙ୍ଗିଛ ବାରମ୍ବାର ।
କୁହ ତ’ଦେଖି
ସଂପର୍କକୁ ବଞ୍ଚାଇବାରେ
ମୋ ଲୁହ ଲହୁ କ’ଣ ଏକା ଦରକାର ?
ଯେମିତି ମୁଁ ଆଜି ଯାଏ
ଏକା ଏକା ଢାଳିଛି ପ୍ରତିଥର ।
