କବିତା

ଅଗଷ୍ଟ ପନ୍ଦର ପରେ ପରେ

Dilip Kumar Tripathy's odia poem Agashta Pandara Pare Pare

ଭାରତ ମାତାର ଭବିଷ୍ୟତ ମାନେ
ବାହାରିଗଲେଣି କାମରେ
ଗଲା କାଲିର ସେ ମିଷ୍ଟାନ୍ନ ଭୋଜନ
ଆଉ କି ରହିବ ପେଟରେ ?
ଗରିବ ଲୋକଟା ଗରିବ ହିଁ ହେଲା
ଅଗଷ୍ଟ ପନ୍ଦର ପରେ ପରେ ।

ଅଗଷ୍ଟ ପନ୍ଦର ପରେ ପରେ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ଭାରତ ମାତାର ଜୟ ଜୟ ଧ୍ୱନି
ଶୁଭୁନାହିଁ ଆଉ ଘରେ ଘରେ
ମହାନ ଭାଷଣ,ମହାନତା ସ୍ୱର
ବିଲୟ ହୋଇଲା ଗଗନରେ
ମିଛ ପ୍ରତିଶ୍ରୁତି ଦେଇ ଫେରିଗଲେ
ଅଗଷ୍ଟ ପନ୍ଦର ପରେ ପରେ ।୦।

ଭାରତ ମାତାର ଭବିଷ୍ୟତ ମାନେ
ବାହାରିଗଲେଣି କାମରେ
ଗଲା କାଲିର ସେ ମିଷ୍ଟାନ୍ନ ଭୋଜନ
ଆଉ କି ରହିବ ପେଟରେ ?
ଗରିବ ଲୋକଟା ଗରିବ ହିଁ ହେଲା
ଅଗଷ୍ଟ ପନ୍ଦର ପରେ ପରେ ।୧।

ସେମାନେ କହିଲେ ମିଛରେ ଦି ପଦ
ଆସନ ମିଳୁଛି ଦିଲ୍ଲୀରେ
ନିରୀହ ଜନତା ମାଗିଲେ ତା ପ୍ରାପ୍ୟ
ପଛରୁ ପଡ଼ିବ ପାହାରେ
ସମ୍ବିଧାନ ନୀତି ବଦଳି ଯାଇଛି
ଅଗଷ୍ଟ ପନ୍ଦର ପରେ ପରେ ।୨।

ଦେଇ ଦେଇ ସବୁ ଅନାର୍ଯ୍ୟ ମାନଙ୍କୁ
ନିଅଣ୍ଟ ଥିଲ ମୋ ଦେଶରେ
ଦେଶ ଯୋଗକ୍ଷେମ ଶପଥ ନେଇକି
ମାତିଲେ ଆପଣା ସ୍ୱାର୍ଥରେ
ଆହୁରି ଶ୍ରୀହୀନ ଦିଶିଲା ଦେଶଟା
ଅଗଷ୍ଟ ପନ୍ଦର ପରେ ପରେ ।୩।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top