କବିତା

କୈବଲ୍ୟ କଣିକା

Ashutosh Meher's odia poem Kaibalya Kanikaa

କାଣିଚାଏ ତୋର କୈବଲ୍ୟ କଣିକା
ମୁକତି ପାଇବି ମୁହିଁ
କାଳିଆ ତୁ ମୋର ପରାଣ ଧନରେ
ତୋପରି ଠାକୁର କାହିଁ ।

କୈବଲ୍ୟ କଣିକା
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

କାଣିଚାଏ ତୋର କୈବଲ୍ୟ କଣିକା
ମୁକତି ପାଇବି ମୁହିଁ
କାଳିଆ ତୁ ମୋର ପରାଣ ଧନରେ
ତୋପରି ଠାକୁର କାହିଁ ।।୦ ।।

ଶ୍ରୀ ମନ୍ଦିର ତୋର ନୀଳଚକ୍ର ବାନା
ଉଡୁଥାଏ ଫର ଫର
ପରାଣ ମୋ ବନ୍ଧା ରତ୍ନ ସିଂହାସନେ
ଚକା ଆଖି ଧନ ମୋର
ତୋର ପାଦ ତଳେ ଆଶ୍ରା ଟିକେ ମିଳୁ
ସେ ଭାଗ୍ୟ ମୋହରି କାହିଁ……।।୧।।

ବଡ ଦାଣ୍ଡେ ତୋର ବାଇଶି ପାହାଚେ
ଧୂଳି ହୋଇ ଗଡୁଥିବି
ଭାଗ୍ୟେ ଥିଲେ ମୋର ପ୍ରସାଦ ପାଇ ମୁଁ
ଶିରେ ହାତ ଲେପି ଦେବି
ତୋର କୃପା ବାରି ଟୋପାଏ ମୋ ପାଇଁ
ସତରେ ତ ମିଳେ କାହିଁ …..।।୨।।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top