କବିତା

ତଥାପି ଆମେ ରାବଣ ପୋଡିବାକୁ ରୁଣ୍ଢ

Bishwajeeban Mishra's odia poem Tathaapi Aame Raabana Podibaaku Rundha

‘ଚୋରି’, ‘ହତ୍ୟା’, ‘ରାହାଜାନି’- ସର୍ବତ୍ର ‘ଅତ୍ୟାଚାରର’ ‘ଦଣ୍ଡ’
ତଥାପି ଆମେ ସଭିଏଁ ରାବଣ ପୋଡିବାକୁ ରୁଣ୍ଢ

ତଥାପି ଆମେ ରାବଣ ପୋଡିବାକୁ ରୁଣ୍ଢ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

‘ଅଜ୍ଞାନ-ଅଙ୍ଗାରକାମ୍ଳରେ’ ଲିଭିଯାଏ ‘ଜୀବନର ଛନ୍ଦ’
ତଥାପି ଆମେ ସଭିଏଁ ରାବଣ ପୋଡିବାକୁ ରୁଣ୍ଢ

‘ଚୋରି’, ‘ହତ୍ୟା’, ‘ରାହାଜାନି’- ସର୍ବତ୍ର ‘ଅତ୍ୟାଚାରର’ ‘ଦଣ୍ଡ’
ତଥାପି ଆମେ ସଭିଏଁ ରାବଣ ପୋଡିବାକୁ ରୁଣ୍ଢ

‘ରାଜନୀତିର ପଶାପାଲିରେ’ ନିରୀହର ‘ନିଃଶ୍ୱାସ ରୁନ୍ଧ’
ତଥାପି ଆମେ ସଭିଏଁ ରାବଣ ପୋଡିବାକୁ ରୁଣ୍ଢ

‘ବଳାତ୍କାରୀର ଅଟ୍ଟହାସ୍ୟରେ’ ହଜିଯାଏ ‘ପୀଡ଼ିତାର କାନ୍ଦ’
ତଥାପି ଆମେ ସଭିଏଁ ରାବଣ ପୋଡିବାକୁ ରୁଣ୍ଢ

‘ଯୁଦ୍ଧ-ବିଭୀଷିକାରେ’ ବାଳୁତ-ବିଧବାର ‘ସ୍ୱପ୍ନ’ ‘ଖଣ୍ଡ ଖଣ୍ଡ’
ତଥାପି ଆମେ ସଭିଏଁ ରାବଣ ପୋଡିବାକୁ ରୁଣ୍ଢ

‘ଜାତି-ଅଜାତି’, ‘ଧର୍ମ-ଅଧର୍ମର’ କୁତର୍କରେ ଛିଣ୍ଡିଯାଏ ‘ସତ୍ୟ’ର ‘ମୁଣ୍ଡ’
ତଥାପି ଆମେ ସଭିଏଁ ରାବଣ ପୋଡିବାକୁ ରୁଣ୍ଢ

‘ରାମ’ ଥିଲେ ସିନା ଦେଖିବ ରାମାୟଣର ‘ସୁନ୍ଦରାକାଣ୍ଡ’
ତେଣୁ ଭିତରର “ରାମ” ମାରିଦେଇ…
ଆମେ ସଭିଏଁ ‘ରାବଣ’ ପୋଡିବାକୁ ‘ରୁଣ୍ଢ’ !”

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top