କବିତା

ପଲ୍ଲୀ ପ୍ରଭାତ

Chittaranjan Barik's odia poem Palli Prabhat

ପ୍ରାଚୀ ମୂଳେ ଏବେ ତାଳ ବୃକ୍ଷ କରେ
ଉଷା ଦେବୀ ପାଦ ପଡେ ଧିରେ ଧିରେ ,
ଶଯ୍ୟାତ୍ୟାଗୀ ସେହି ନବଉଢା ମାନେ
ନିଜ କାର୍ଯ୍ୟ କଥା ଭାବି ମନେ ମନେ,

ପଲ୍ଲୀ ପ୍ରଭାତ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ପ୍ରାଚୀ ମୂଳେ ଏବେ ତାଳ ବୃକ୍ଷ କରେ
ଉଷା ଦେବୀ ପାଦ ପଡେ ଧିରେ ଧିରେ ,
ଶଯ୍ୟାତ୍ୟାଗୀ ସେହି ନବଉଢା ମାନେ
ନିଜ କାର୍ଯ୍ୟ କଥା ଭାବି ମନେ ମନେ,
ଅତି ଯତ୍ନରେ ଛିଞ୍ଚି ଗୋବର ପାଣି
ଖଡିକାରେ ଓଳାଇ ନିଅନ୍ତି ଧୂଳି,
ଉଷା ଦେବୀ କରପଲ୍ଲବେ ନିହାର
ଧରି ଧରଣୀକୁ ଦିଏ ଉପହାର,
ଉଷା ଆଗମନ ତୋଫା ହୁଏ ପୃଥ୍ବୀ
ସର୍ବେ ଶେଯ ଛାଡନ୍ତି ହୋଇଣ ଫୁର୍ତ୍ତୀ,
ପକ୍ଷୀ ଥଣ୍ଟୁ ବେଦ ସ୍ବନେ ଏ ଭୂବନ
କମ୍ପି ଉଠେ ନେବାପାଇଁ ନବଜନ୍ମ,
ଧରଣୀବୁକୁରେ ଘାସର ଲହରି
ତୁଷାରବିନ୍ଦୁ ଦୃଶ୍ୟନ୍ତେ ମୁକ୍ତା ପରି,

ସରୋବର କୂଳ ଝିଅ ବୋହୁମେଳେ
ଗୀତର ମୂର୍ଚ୍ଛନା ସେଠୁ ପ୍ରତିଫଳେ,
ଗ୍ରାମ ବ୍ରାହ୍ମଣର ମନ୍ତ୍ର ମନ୍ଦିରରେ
ଘଣ୍ଟଘଣ୍ଟା ନାଦ ଭାସେ ସମୀରରେ,
ସୂର୍ଯ୍ୟର ପହିଲି କିରଣ ନଦୀରେ
ଜକଜକ କରି ସେଠୁ ଉଙ୍କିମାରେ,
କୁକ୍କୁଟର ଡାକ ଶୁଣି ଚଷା ପୁଅ
ଦାଆ ଘେନି କ୍ଷେତେ ଯାଆନ୍ତି ସଅଳ,
ପଖାଳ ଭାତ ସହ ଶୁଖୁଆ ଭଜା
ଶାଗ ବଡ଼ି ରହିଲେ ଲାଗେଟିମଜା,
ଧିରେ ଧିରେ ଏଠି ମଧ୍ୟାହ୍ନ ଆସିଲା
ପ୍ରଭାତର ଖେଳ ଅପସରି ଗଲା ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top