ତୁ ମୋର ନ ହେଲେ କ’ଣ ହେଲା
ମୁଁ ତ ମୋତେ, ତୋର କରିସାରିଛି
ହଁ ଯୋଗେଶ୍ୱର, ତୁ ତ ତ୍ରିପୁର ଆରାଧ୍ୟ
ତେଣୁ ମୁଁ, ଓଁ କାର ଶବ୍ଦକୁ ସାଉଁଟିସାରିଛି ।
ଏ ଦୁନିଆଁକୁ ଆଣିଛୁ ବୋଲି ତ
ଦୁନିଆଁଟାକୁ ମୁଁ ବୁଝିପାରିଛି
ମୋହ ମାୟା ଟାକୁ ଜାଣିଯିବା ପରେ
ଶ୍ରୀଚରଣେ ମନ ଥୋଇଦେଇଛି ।
ଅସାର ସଂସାରେ ସାର ଖୋଜୁଖୋଜୁ
ତୋ ନାମ ଟାକୁ ମୁଁ ଖୋଜିପାଇଛି।
ମହତ୍ତ୍ୱାକାଂକ୍ଷାର ସଂସାର ହାଟରେ
ତୋ ମହିମା ଦର ବୁଝିନେଇଛି ।
