ଅଣୁଗଳ୍ପ

ବିବେକ

Gupteshwar Nanda's odia short story Bibek

ଧ୍ୱଂସ ହୋଇଯାଉ ଏ ବିକୃତ ପ୍ରାୟ କାମନା ବାସନାର ସଂସାର ଟା । ଗଢିଉଠୁ ନୂଆ ଏକ ମାନବ ସଭ୍ୟତା । ଯାହା ଅସଭ୍ୟତା, ଅବିବେକିତା, ଅମାନୁଷିକତା ଆଉ ପାଶବିକତା ଠାରୁ ଥିବ ବହୁ ଦୂରରେ ।

ବିବେକ

ସହରରେ ପିଲାଟିଏ ରୁହେ। ସେ ଯୁକ୍ତ ଦୁଇ ଦ୍ବିତୀୟ ଶ୍ରେଣୀରେ ପଢେ। ତା ନାଁ ବିବେକ । ଦେଖିବାକୁ ଯେମିତି ଡଉଲ ଡାଉଲ ଚେହେରା, ବୁଦ୍ଧି -ବିବେକ -ବ୍ୟବହାର ମଧ୍ୟ ଖୁବ୍ ଚିତ୍ତ।କର୍ଷକ । ସେଥିଲାଗି ତା ବୋଉ ବୁଝି ବିଚାରି ନାମ ରଖିଛନ୍ତି ବିବେକ।

ପାଠ ପଢ଼ାରେ ବିବେକ ଖୁବ୍ ଆଗରେ । ଖବରକାଗଜ ପଢ଼ିବାରେ ଖୁବ୍ ରୁଚି ରଖେ ସେ । ଘରକୁ ଆସୁଥିବା ଖବର କାଗଜ କୁ ମଧ୍ୟ ଯତ୍ନ କରି ସଜେଇ ରଖେ। ଖବରକାଗଜ ନଷ୍ଟ କରିବା ତ ଦୂରର କଥା, ଘରର କେହି ସଦସ୍ୟ ପୃଷ୍ଠା ଟିଏ ମୋଡି ଦେଲେ, ବିବେକ ଠୁ ଟୁ୍ଇସନ୍ ନେବାକୁ ପଡେ ସେଦିନ ତାଙ୍କୁ ।

ଦିନେ ଖବର ଟିଏ ପଢ଼ିବା ବେଳେ ବାରମ୍ବାର ସେ ଛି ଛି କହୁଥିଲା ତା ମନକୁ ମନ। ଖବର ଟି ଥିଲା, ଦୁଷ୍କର୍ମର ଶିକାର ପାଳଟି ଜୀବନ ହରାଇଥିବା ଏକ ସାତ ବର୍ଷର ନିଷ୍ପାପ ଶିଶୁ କନ୍ଯାର । ବିବେକ ଆଖିରୁ ଝରିପଡୁଥାଏ ଧାରଧାର ଲୁହ। ମନେମନେ ତିରଷ୍କାର କରୁଥିଲା ପୁରୁଷ ସମାଜ କୁ, କାମାନ୍ଧ ପୁରୁଷ ମାନଙ୍କୁ । ତା ମନକୁ କହୁଥିଲା ନାରୀ ଉପରେ ଅତ୍ୟାଚାର ଧ୍ୱଂସାଭିମୁଖୀ ମାନବ ସଭ୍ୟତାର ସୂଚନା । ଧ୍ୱଂସ ହୋଇଯାଉ ଏ ବିକୃତ ପ୍ରାୟ କାମନା ବାସନାର ସଂସାର ଟା । ଗଢିଉଠୁ ନୂଆ ଏକ ମାନବ ସଭ୍ୟତା । ଯାହା ଅସଭ୍ୟତା, ଅବିବେକିତା, ଅମାନୁଷିକତା ଆଉ ପାଶବିକତା ଠାରୁ ଥିବ ବହୁ ଦୂରରେ । ଆଖିରୁ ଧାର ଧାର ଲୁହ ଝରାଇ ଫାଡିଚାଲିଥିଲା, ବିବେକ, ସେଦିନ ଖବର କାଗଜର ପୃଷ୍ଠା ପରେ ପୃଷ୍ଠା ନିଜ ହାତରେ । ସତେ ଯେମିତି ନିଜ ବିବେକର ନିର୍ଦ୍ଦେଶରେ, ବିବେକ, ସେଦିନ ଧ୍ୱଂସ କରିଦେବାକୁ ଚାହୁଁଥିଲା ଏ ପାଶବିକ କାମାନ୍ଧ ପୁରୁଷ ସମାଜକୁ ।

ଲୋକପ୍ରିୟ ଲେଖା

To Top