ଶୁଣିଥିଲି ସମ୍ପର୍କଟା କାଳେ କାଚ,
ଥରେ ଭାଙ୍ଗିଗଲେ,
ତା’ର କ୍ଷୁଦ୍ରରୁ କ୍ଷୁଦ୍ରତର ଭଗ୍ନାଂଶର ସ୍ପର୍ଶମାତ୍ର ,
ଅସହିଷ୍ଣୁ ପୀଡାର ଅନୁଭବ କରାଇବା ସହ,
ପୁନଃର୍ବାର ଯୋଡିହେବାର ଆଶାକୁ ,
ମଳିନ କରି ପକାଏ ।
ସେଇ ଭଙ୍ଗା ସମ୍ପର୍କର
ପ୍ରକୃତ ଅର୍ଥଟା କିନ୍ତୁ ଆଜି ବୁଝିଛି,
ଯେତେବେଳେ ଚଡକାପୂର୍ଣ୍ଣ ବନ୍ଧୁତ୍ତ୍ୱ ସହ
ନିଜକୁ ଯୋଡିରଖି,
ଶତ ଶତ ବାର ଭାଙ୍ଗିରୁଜି
ଅସ୍ତିତ୍ତ୍ୱ ହରା ହେଉଛି ।
ବିଶ୍ବାସର ମୁକୁଟ,
ମସ୍ତକେ ବିରାଜି ଆଜି ଅଟ୍ଟହାସ୍ୟ କରୁଛି ,
ଭରସା ଓ ଆନ୍ତରିକତା
ସ୍ଥିତି ଶୂନ୍ୟେ ଘୁରିବୁଲୁଛି,
ଆତ୍ମଗ୍ଲାନି ପରିପ୍ରକାଶ କରିବାଟା ଖୁବ କଷ୍ଟକର ,
ସମ୍ପର୍କକୁ ଦୃଢ଼ କରିବାର ଆତ୍ମବିଶ୍ୱାସ ଯେ ,
ତା’ ଦୃଢ଼ତା ହରାଇଛି ।
