ତୁମେ ଜାଣ ପ୍ରଭୁ ଲୁହକୁ କେମିତି
ହସରେ ପଖଳା ଯାଏ
ମୁଁ ଛାର ମଣିଷ କାହୁଁବା ପାଇବି
ଆଦି ଅନ୍ତ ତାର କିଏ ।।
ଜାଣିଛି ଏତିକି ତୁମ ନାମ ଧରି
ସବୁ ପାରି ହେଇ ହୁଏ
ସବୁର ରହସ୍ୟ ତୁମରି ପାଖରେ
ତାକୁବା ପାଇବ କିଏ
ତୁମେ ହସମୟ ତୁମେ ଲୁହମୟ
ଜାଣି ବି ଅଜଣା ହୁଏ ।।
ବିପଦ ବେଳରେ ଡାକୁଥାଏ ସିନା
ସଂପଦରେ ଭୁଲିଯାଏ
ଅକାଳେ ସକାଳେ ମନେ ପଡିଗଲେ
ଟିକେ ପୁଣି ଡାକି ଦିଏ
ତୁମେତ ଜାଣିଛ ଆହେ ଅନ୍ତର୍ଯ୍ୟାମୀ
କାହିଁକି ଏମିତି ହୁଏ ।।
