କବିତା

ମନେ ପଡ଼େ ଆଜି

Pratikshya Priyadarshini Nath's odia poem Mane Pade Aaji

ପିଲାଦିନର ସେ ଧୂଳିମାଟି ଖେଳ
କେତେ ମଜା ଲାଗୁଥିଲା
ବାଲୁକା ଉଆସ ଗଢିଦେଇ ପୁଣି
ଓଠ ମୋର ହସୁଥିଲା ।।

ମନେ ପଡ଼େ ଆଜି
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ତଟିନୀ କୂଳରେ କୁସୁମ ମେଳରେ
ଭାବୁଥିଲି ଦିନେ ବସି
ଆଉ କି ଫେରିବ ପିଲାଦିନ ମୋର
ଯଦି ମୁଁ ହିଁ ଯାଏ ରୁଷି ।।

ପିଲାଦିନ ସେ ତ ଶାମୁକାର ମୋତି
ଆହ୍ଲାଦିତ କରେ ମନ
ସେଇ ସ୍ମୃତି ଯେବେ ମନେ ଉଭାହୁଏ
ମନ ହୁଏ ରୂପା ଜହ୍ନ ।।

ପିଲାଦିନର ସେ ଧୂଳିମାଟି ଖେଳ
କେତେ ମଜା ଲାଗୁଥିଲା
ବାଲୁକା ଉଆସ ଗଢିଦେଇ ପୁଣି
ଓଠ ମୋର ହସୁଥିଲା ।।

ବରଷାରେ ଭିଜି ସାଥୀମେଳେ ମଜ୍ଜି
ଆବାସକୁ ଫେରୁଥିଲି
ପିତାମାତାଙ୍କର କଟୁ କଥା ଶୁଣି
କଇଁ କଇଁ କାନ୍ଦୁଥିଲି ।।

ହାତରେ ବସ୍ତାନି ଧରିଯାଉଥିଲି
ପଢିବାକୁ ଚାଟଶାଳୀ
ନୂତନ ସିଲଟ ପାଇଁ କରୁଥିଲି
ମାଆଙ୍କ ପାଖରେ ଅଳି ।।

ଖେଳୁଥିଲି ପୁଣି ବୋହୂଚୋରୀ ଖେଳ
ସଖୀମାନଙ୍କର ସଙ୍ଗେ
ମିଛିମିଛିକା ମୁଁ ବୋହୁ ସାଜୁଥିଲି
ହଜି ଯାଇ ଖେଳ ରଙ୍ଗେ ।।

ଅନ୍ତରେ ମୋ ବସା ବାନ୍ଧି ତ ନ ଥିଲା
ଚିନ୍ତା ଚେତନାର ଶାରୀ
ହରସ ମନରେ ଘୂରି ବୁଲୁଥିଲି
ରାଜକୁମାରୀଟେ ପରି ।।

ସତରେ ସେ ଦିନ କେତେ ଯେ ମଧୁର
ଥିଲା କେତେ କ୍ରାନ୍ତିକାରୀ
ସେଇ ସ୍ମୃତି ଯେବେ ମନେ ଉଭା ହୁଏ
ହୃଦୟ ଯାଏ ନିସ୍ତରି ।।

ଅନ୍ତର ନୟନ ଯେବେ ମୋ ଭେଟିଲା
ବାସ୍ତବିକ ଜୀବନକୁ
ହାସ୍ୟର ମୂରୁଜ ବୁଣିଲା ଭାବନା
ରଙ୍ଗାଇ ମୋ ଅଧରକୁ ।।

ହୃଦୟ ସାଇତା ସୁନେଲି ସ୍ମୃତିକୁ
ସାଙ୍ଗକରି ସେଇଠାରେ
ଅଗ୍ରସର ହେଲି ଜୀବନ ପଥରେ
ପ୍ରେରଣା ଭରି ମନରେ ।।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top