କବିତା

କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର

Shankar Biswal's odia poem Kantakabi Laxmikanta Mohapatra

ଗୁରବାରେ ଜନ୍ମିବାରୁ
ନାମ ହେଲା ଲକ୍ଷ୍ମୀକାନ୍ତ,
ତମରି ଲେଖାରେ ଲିଭିଲାନି କିଛି
ସବୁ ହେଲା ମହାଯଶ।

କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ଓଡ଼ିଆ ସାହିତ୍ୟେ ବିବିଧ ବିଭାଗେ
ଲେଖିଲ ଚାଳନା କରି,
କାନ୍ତକବି ରୂପେ ଲକ୍ଷ୍ମୀକାନ୍ତ ବାବୁ
ଲେଖିଲ ରଚନା ବଳୀ।

ଭିନ୍ନଭିନ୍ନ ରେଚ ଲେଖାରେ
ହେଲେସେ ସୁପରିଚିତ,
ପାଠକ ମହଲେ ଲେଖାପାଇଁ ତାଙ୍କ
ସଭିଏଁ ଦେଖନ୍ତି ତାଙ୍କ ସାହିତ୍ୟ।

୧୮୮୮ ଡ଼ିସେମ୍ବର ୯ରେ ଜନ୍ମିଲ
ମାଣବସା ଗୁରବାର ଦିନ,
କଟକ ଜିଲ୍ଲାର ଧୂଳୁଧୁଳିଆ ଗଳେ
ଉଛୁଳି ଉଠେତା ମନ।

ପିତାଥିଲେ ତାଙ୍କ, ମହାପାତ୍ର ବାବୁ
ଡ଼ାକପଡ଼ା ଗ୍ରାମ ବାସିନ୍ଦା,
ମାତା ଥିଲେ, ତାଙ୍କ ରାଧାମଣି
କଣ୍ଟାପଡ଼ା ଜମିଦାର କନ୍ୟା।

ଗୁରବାରେ ଜନ୍ମିବାରୁ
ନାମ ହେଲା ଲକ୍ଷ୍ମୀକାନ୍ତ,
ତମରି ଲେଖାରେ ଲିଭିଲାନି କିଛି
ସବୁ ହେଲା ମହାଯଶ।

 

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top