ତମେ ମୋ ପ୍ରେମଚିଲିକାର
ବିଦେଶୀ ହଂସୁଲି
ଶୀତ ପାହାନ୍ତିର
ମୂର୍ଚ୍ଛନା,
ତମେ ମୋ ହୃଦ ଗୋଲାପର
କଣ୍ଟକ ଯନ୍ତ୍ରଣା
ମୋ ମରୁ ଜୀବନର
ସାନ୍ତ୍ୱନା ।
ମୁଁ ବଞ୍ଚିଛି ତମ
ଶୃଙ୍ଗାର ସୀତ୍କାରେ
ତମ ପ୍ରେମଝରଣାର
ଉର୍ମିରେ,
ମୁଁ ବଞ୍ଚିଛି ତମ
ପଦ୍ମଗନ୍ଧା ତନୁ ଲତିକାରେ
ତମ ତିଳୋତ୍ତମା ରୂପ
କବିତାରେ ।
ତେଣୁ ଲେଖୁଛି କବିତା ତମ ବନ୍ଦନା
ତମେ ମୋର ଦେବୀ
ମୋ ନିର୍ଭୁତ
ନିରାଜନା,
ତମେ ମୋ ଲେଖନୀ ପ୍ରେରଣା
ମୋ ସୃଷ୍ଟିକାମନା
ମୋ ସ୍ୱାହା ସ୍ୱାଧା
ଉପାସନା ।
