ବଇରି ବାଆରେ ,
ଲୁକ୍କାୟିତ ତୁମ ସ୍ପର୍ଶ ,
କର୍ଣ୍ଣଧାରେ ମିଠା ଆଘାତ ଦେଇ,
ଆଲିଙ୍ଗନ କଲେ ,
ପ୍ରକମ୍ପିତ ହେଇଉଠେ ,
ହୃଦୟର ଅସଜଡା ତାର ମାନ,
କେତେ ସୁର କେତେ ଲୟ ଛନ୍ଦି,
ପ୍ରେମର ଶ୍ରୁତି ମଧୁର ,
ଗୀତଟେ ଗାଇବାକୁ ।
ଝର୍କା ସେପାଖେ ,
ଟୁପୁର ,ଟାପୁର କରୁଥିବା,
ଅଦିନ ମେଘର,
ଶୀତଳ ଜଳବିନ୍ଦୁ ଗୁଡିକ ,
ମହୁଲ ଫୁଲର ବାସ୍ନା ଭଳି,
ନିଶାସକ୍ତ କରାଏ ,
ବୁଡିଯିବାକୁ ଇଚ୍ଛା ହୁଏ ,
ତୁମ ପ୍ରଣୟ ସାଗରେ ,
ଆଜୀବନ ଜଳ ପରୀଟେ ହେଇ।