ବିନ୍ଦୁରୁ ଧାରାଧାରାରୁ ନିର୍ଝର
ନିର୍ଝରରୁ ହୁଏ ନାଳ,
ନାଳରୁ ନଦୀହୋଇ ବହିଯାଏ
ଅବିରତ କାଳ କାଳ ।
ଗିରି ପ୍ରାନ୍ତରବନ ଉପବନ
ପୁର ପଲ୍ଲୀ ହୋଇ ବହେ ,
ଅମୃତ ତୁଲ୍ୟସୁଶୀତଳ ଜଳ
ଭୂତ ଭବିଷ୍ୟତ କହେ ।
ସ୍ନାନାଦି କର୍ମଜୀବନ ଜୀବିକା
ବିଦ୍ୟୁତ ଦେଉଛି ଏହା,
ଜ୍ଞାନ ବିଜ୍ଞାନସଭ୍ୟତା ପ୍ରଗତି
ସବୁରି ମୂଳରେ ହିଁ ତାହା ।
ବର୍ଷା ସମୟେଅତି ବୃଷ୍ଟି ଯୋଗୁଁ
ନିଏ ରୁଦ୍ର ଅବତାର ,
ଧନ ଜୀବନଶସ୍ୟ କ୍ଷେତ୍ର ଗୃହ
କରେ ଧ୍ୱଂସ – ନାରଖାର ।
ନୀଳ ଟେମସ୍ହୋୟାଂ ହୋ ସିନ୍ଧୁ
ନଦୀ ନାମେ ସୁବିଖ୍ୟାତ,
କୃଷ୍ଣା କାବେରୀପୁଣ୍ୟ ତୋୟା ଗଙ୍ଗା
ମୁକ୍ତି ଦାତ୍ରୀ ରୂପେ ଜ୍ଞାତ ।
ଦେଶର ଶକ୍ତିପ୍ରଗତିର ପଥ
ରୂପେ ସ୍ରୋତସ୍ୱିନୀ ଜଣା ,
ଇଚ୍ଛାଶକତିଅଭାବେ ଜନତା
ବୁଭୁକ୍ଷୁ ଓ ବାଟବଣା ।