ଶୋଷ ଲାଗେ ଯେବେ କାଟ ପଇଡ଼,
ପିଠା ପଣା ପାଇଁ ନଡ଼ିଆ ଝାଡ଼ ।
ଦଉଡ଼ି ପାପୋଛ ହୋଇବ କତା,
ପତରରୁ କାଢ଼ ଖଡ଼ିକା ମୁଠା ।
ବାହୁଙ୍ଗା ପତର ହୋଇବ ଜାଳ,
ନଡ଼ିଆ ଶସରୁ କାଢ଼ିବ ତୈଳ ।
ସବୁ କିଛି ତାର ଲାଗଇ କାମେ,
ତା’ଠୁ ଆସ କିଛି ଶିଖିବା ଆମେ ।
ତା’ପରି ରହିବ ମୁଣ୍ଡଟି ଉଚ୍ଚ,
ନଡ଼ିଆ ଗଛଟି ବଢ଼ିଆ ଗଛ ।
