ଫଳ ଥିବା ଗଛ ମୁଣ୍ଡ ନୁଆଁଇ
କହୁଛି କଥା
ଜ୍ଞାନୀ ଗୁଣୀ ଲୋକେ ବିନମ୍ର ଭାବେ
ନୁଆଁନ୍ତି ମଥା ।
ଖାଲି ମାଠିଆର ବେଶୀ ଶବଦ
ଏ କି ଅଜଣା
ଅଗୁଣୀ ଲୋକ ନିତି ବଜଉଛି
କେତେ ବାଜଣା ।
ଅଳ୍ପ ବିଦ୍ୟା ଭୟଙ୍କରୀ ଯେ ହେବ
ନିଶ୍ଚେ ବିନାଶ
ଜାଣି ହୁଅ ଜନେ ସଚେତ,କର
ଆତ୍ମ ବିକାଶ।
ନମ୍ରତା ଗୁଣଟି ଅଟଇ ବାବୁ
ଜନାଳଙ୍କାର
ଏହି ଅଳଙ୍କାର ନ ଥିଲେ ନାହିଁ
ମୂଲ୍ୟ କାହାର ।
