ମା’ କହୁଚିପାଣିକୁ ଯାଆନା
ପାଣି ଡାକୁଚି ଆ’. . . ଆ’
ଭସାଇ ଦେବୁକାଗଜ ଡଙ୍ଗା
କହିବୁ ଦୂରେ ଯା’. . . ଯା’
ବରଷାରେ ତୁହୁଅନା ଓଦା
ହୋଇବ ଜର ସରଦି
ବରଷା କହେନାଚି ନାଚିକା
ଆ’ ମୋ ପାଖେ ଜଲଦି
ଗଛରେ କିଆଁଚଢୁଚୁ ଆରେ
ପଡ଼ିବୁ ଖସି ଅଇଁଠୁ ।
ଚଢ଼େଇ ବସାଡାକୁଚି ମତେ
ରହି ପାରୁଚି କେଉଁଠୁ ?
ଡାଳ ମାଙ୍କୁଡ଼ିକେମିତି ମଜା
ବର ଓହଳେ ଦୋଳି
କାହା ବାଡ଼ିରୁଚୋରି କରିବା
ପିଜୁଳି, ଆମ୍ୱ, କୋଳି
ସେମାନେ କିବାପିଲା ବେଳରେ
କରି ନଥିଲେ ଏମିତି
ଆମକୁ ତେବେତାଗିଦ୍ ଏତେ
କରୁଅଛନ୍ତି କେମିତି ?
ଯେତେ ବା ଯିଏକରୁ ଆକଟ
ଖାଉ ବା ମାଡ଼ ଗାଳି
ଆନନ୍ଦେ ରଙ୍ଗାଦିନକୁ ଅବା
କିଏ ନ ହୁଏ ଭାଳି !