ସମ୍ପାଦକୀୟ

ସମୟର ସଦ୍ ବିନିଯୋଗ କରିବା ହେଉଛି ବୁଦ୍ଧିମାନର କାର୍ଯ୍ୟ

ସମୟକୁ ଧରି ରଖିବାର ବୃଥା ଚେଷ୍ଟା ନ କରି ସମୟର ସଦ୍ ବିନିଯୋଗ କରିବା ହେଉଛି ବୁଦ୍ଧିମାନର କାର୍ଯ୍ୟ ।

ସମୟର ସଦ୍ ବିନିଯୋଗ କରିବା ହେଉଛି ବୁଦ୍ଧିମାନର କାର୍ଯ୍ୟ

କୈଶୋରର ଶେଷ ପାହାଚ ହେଉଛି ଶାରୀରିକ ପ୍ରତିକ୍ରିୟାର ସମୟ । ତା’ ପରେ ଆସିଯାଏ ଯୌବନ । ଯୁବକ ଯୁବତୀଙ୍କ ମନରେ ଭରିଦିଏ ଉନ୍ମାଦନା, ଉତ୍କଣ୍ଠା, ଅଭିଳାଷା । ସବୁକିଛି ବାଧାବିଘ୍ନକୁ ଏଡେଇ ଯିବାର ସାହସ ଓ ଉଦ୍ଦୀପନା । ମନ ତା’ର ନିତି ପ୍ରତି କଳ୍ପନା ରାଇଜରେ ବିଚରଣ କରେ । ବେସୁରା କର୍କଶ କଣ୍ଠଟିବି ବେତାଳରେ ଗୀତପଦେ ଗାଇଉଠେ । ଏହି ଇତସ୍ଥତ ଧାବମାନ ମନକୁ ଅକ୍ତିଆର କରିବାକୁ ପଡ଼େ, ଏଥିରେ ଅଙ୍କୁଶ ଲଗାଇବାକୁ ପଡ଼େ । ତା’ ହେଲେ ଉନ୍ନତ୍ତି ଅନିବାର୍ଯ୍ୟ । ସମୟକୁ ଧରି ରଖିବାର ବୃଥା ଚେଷ୍ଟା ନ କରି ସମୟର ସଦ୍ ବିନିଯୋଗ କରିବା ହେଉଛି ବୁଦ୍ଧିମାନର କାର୍ଯ୍ୟ । ବର୍ତ୍ତମାନ ତୁମ ମାନଙ୍କ ଶରୀରରେ ଅଫୁରନ୍ତ ଯୌବନ । ନିଜର ଶକ୍ତି ଓ ସାମର୍ଥ୍ୟକୁ ଆକଳନ କର । ତୁମ ମାନଙ୍କ ନିକଟରେ କିଛିବି ଅସମ୍ଭବ ନୁହେଁ । ତୁମେମାନେ ଓଡ଼ିଶାର ଆସନ୍ତାକାଲି ।

ତୁମେମାନେ ହିଁ ଲିପିବଦ୍ଧ କରିବ କାଳର ବୁକୁରେ ସ୍ୱର୍ଣ୍ଣାଭ ଅକ୍ଷରରେ ଆଗାମୀ ଓଡ଼ିଶାର ବିଜୟଗାଧା । ହେ ମୋର କୁନିକୁନି ଭାଇ ଓ ଭଉଣୀମାନେ ! ତୁମମାନଙ୍କ ସହ ଆମେ ସଦାସର୍ବଦା ଅଛୁ, ତୁମମାନଙ୍କର ସାଥୀ ହୋଇ । ତୁମମାନଙ୍କର ସୁନ୍ଦର ଓ ଉନ୍ନତ୍ତ ଜୀବନର ପରିକଳ୍ପନାରେ ଅସୁମାରି ଆଶା ଓ ଉତ୍କଣ୍ଠାର ସହ “ଆମେଓଡ଼ିଆ” ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top