ଅନୁବାଦ ସାହିତ୍ୟ

ସାହେବ ଯିଏ କେବେ ବି ଛାଡ଼ି ଗଲେନି

Pradipta Sundar Moharana's odia Translated Saheb Who Never Left by Prachyam

ଯେବେ ମୋଦୀ ଏହାକୁ ଆଣିଥିଲେ ହଠାତ୍ ସେହି ସବୁ ଦଳ, ଯେଉଁମାନେ ଆଗରୁ ଏହି ଫାର୍ମ ବିଲ୍ କୁ ପ୍ରୋତ୍ସାହନ ଦେଉଥିଲେ , ସେମାନେ ବିଲ୍ ରୁ ଓହରିଗଲେ। ଆପଣ ଜାଣନ୍ତି ତାପରେ କ’ଣ ହେଲା । ସେମାନେ ପ୍ରକୃତରେ କିଛି ସେଲିବ୍ରିଟିଙ୍କୁ ପଇସା ଦେଲେ। ମୁଁ ଭାବୁଛି ରିହାନା ତାଙ୍କ ନାମ ଥିଲା ଏବଂ ତା’ପରେ ଦୁଇଦିନ ପାଇଁ ସେମାନେ ସୋସିଆଲ ମିଡିଆରେ ଆକ୍ରମଣର ଏକ toolkit ( ଟୁଲ କିଟ) ପ୍ରସ୍ତୁତ କରିଲେ ।

ପୂର୍ବରୁ

ଏଥିରେ କାରଣଏହି କି ଯେ ସେମାନେ ନିଜ ମାତୃଭାଷାରେ ବୁଝନ୍ତି ଏବଂ ତାହାର ବ୍ୟବହାର କରନ୍ତି ତେଣୁ ସେମାନେ ଏପରି କାର୍ଯ୍ୟ କରିବାକୁ ସକ୍ଷମ ଅଟନ୍ତି । ଆମ ମସ୍ତିଷ୍କରେ କାର୍ଯ୍ୟ କରୁଥିବା ପ୍ରକ୍ରିୟାକରଣ କ୍ଷମତାର ଅନେକ ଅଂଶ କେବଳ ଇଂରାଜୀ ଭାଷାକୁ ବୁଝିବାରେ ଖର୍ଚ୍ଚ ହୋଇଥାଏ । ଯେ କୌଣସି ସାଧାରଣ ବ୍ୟକ୍ତି କେଉଁ କେଉଁ ଜିନିଷଗୁଡ଼ିକର ସମ୍ମୁଖୀନ ହୁଅନ୍ତି ? ଏଠାରେ ଥିବା ନିୟମ ଅନୁଯାୟୀ, ଔଷଧ ପ୍ୟାକେଟ୍‌ର କାଗଜ ଷ୍ଟିକର ଉପରେ ଇଂରାଜୀରେ ଲେଖାଯାଇଥାଏ । କୋର୍ଟ ଦ୍ୱାରା ପରିଚାଳିତ ପ୍ରକ୍ରିୟାରେ ଇଂରାଜୀ ବ୍ୟବହୃତ ହୁଏ ଏବଂ ତୃତୀୟଟି ହେଉଛି ଇଂରାଜୀ ମାଧ୍ୟମରେ ଶିକ୍ଷା, ଯାହା କି ଆମେ ଆମ ନିଜ ଉପରେ ମାଡିକରି ରଖିଛୁ ।

OM ଏହା ମଧ୍ୟ ବ୍ରିଟିଶ୍‌ମାନଙ୍କର ଏକ ଅବଦାନ । ପ୍ରତ୍ୟେକ ୟୁରୋପୀୟ ଦେଶରେ ସ୍ଥାନୀୟ ଭାଷାରେ ଡାକ୍ତରୀ ପାଠ୍ୟକ୍ରମ ପଢାଯାଏ । ଆମ ଦେଶରେ ଏହା ସେପରି ନଥିଲା ଯଦିଓ ବର୍ତ୍ତମାନ ସାମାନ୍ୟ କିଛି ପରିବର୍ତ୍ତନ ଘଟୁଛି ।

ଆପଣ ଦେଖନ୍ତୁ , ଜଣେ ବ୍ୟକ୍ତିଙ୍କ ସହ ଏହା କେତେ ବଡ଼ ହିଂସା, ଯିଏକି ଚାହିଁଲେ ମଧ୍ୟ ଟିକିଏ ପଢିପାରିବ ନାହିଁ । ସମଗ୍ର ବିଶ୍ୱରେ ଭାରତର ସର୍ବ ବୃହତ କୁଶଳୀ ଶକ୍ତି ଭାରତରେ ଥିଲା । କିନ୍ତୁ ସେମାନେ କେବଳ ଇଂରାଜୀରେ ବିଫଳ ହୋଇଥିଲେ । ପରିସ୍ଥିତି ଏପରି ଥିଲା ଯେ ଲୋକମାନେ କେବଳ ବି.ଏ. , ଏମ.ଏ. କରୁଥିଲେ । କେହି ଜଣେ କାରିଗର, କେହି ଜଣେ ବଢେଇ , କେହି ଜଣେ ଶିଳ୍ପକାର ଥିଲେ ଯେ ବହୁତ ଭଲ କାଠ କାମ କରୁଥିଲେ, ଜଣେ କାରିଗର, ଯାହାର ପିଢୀ ପରେ ପିଢୀ, ବହୁ ବର୍ଷ ଧରି କାରିଗରୀ କରିଆସୁଛନ୍ତି, କିନ୍ତୁ ସେ ତଥାପି ଭାବନ୍ତି ଯେ ଯେତେବେଳେ ସେ ବଡ ହେବେ, ସେତେବେଳେ ସେ କେବଳ ବି.ଏ. , ଏମ.ଏ. କରିବେ ।

୧୯୯୦ ମସିହା ସୁଦ୍ଧା ବର୍ଲିନ୍ କାନ୍ଥ ଭୁଶୁଡି ପଡିଲା ଏବଂ ସୋଭିଏତ୍ ୟୁନିଅନ୍ ବିଚ୍ଛିନ୍ନ ତଥା ଖଣ୍ଡ ବିଖଣ୍ଡିତ ହେଲା । ସୋଭିଏତ୍ ୟୁନିଅନର ଖଣ୍ଡ ବିଖଣ୍ଡିତ ହେବା ସହିତ ଭାରତର ମାର୍କ୍ସବାଦୀ ଯେପରି ଅନାଥ ହୋଇଗଲେ । ସ୍ଵାଧୀନ ଭାରତର ଶୈଶବ ଏକ ଅଦରକାରୀ ଚିନ୍ତାଧାରା ଅନୁସରଣ କରି ନଷ୍ଟ ହୋଇସାରିଥିଲା । ୧୯୮୯ ରୁ ଆରମ୍ଭକରି ୧୯୯୧ ମଧ୍ୟରେ ଭାରତରେ ତିନୋଟି ସରକାର ଗଠିତ ହୋଇଥିଲା । ଭାରତର ଅର୍ଥନୀତି ବିପର୍ଯ୍ୟସ୍ତ ହୋଇପଡିଥିଲା । ୧୯୯୧ରେ ପରିସ୍ଥିତିତ ଏପରି ହୋଇଥିଲା ଯେ ଭାରତର ଫରେକ୍ସ ରିଜର୍ଭରେ ମାତ୍ର ଦୁଇ ସପ୍ତାହ ପାଇଁ ଅର୍ଥ ବାକି ରହିଥିଲା । ପି ଭି ନରସିଂହ ରାଓ ପ୍ରଧାନମନ୍ତ୍ରୀ ହୋଇଥିଲେ, ମନମୋହନ ସିଂ ଅର୍ଥମନ୍ତ୍ରୀ ହୋଇଥିଲେ ଓ ଭାରତ ଇଂଲଣ୍ଡକୁ ୪୭ ଟନ୍ ସୁନା ବିକ୍ରି କରିଥିଲା । ଭାରତ ବିଶ୍ୱ ବ୍ୟାଙ୍କରୁ ଋଣ ନେଇଥିଲା ଏବଂ ଏହାର ପ୍ରତିବଦଳରେ ମନମୋହନ ସିଂ, ଯିଏ କି ପୂର୍ବରୁ ମିଳିତ ଜାତି ସଂଘରେ କର୍ମଚାରୀୟ ଥିଲେ , ରାତାରାତି ପାଶ୍ଚାତ୍ୟ ଦେଶକୁ ଭାରତୀୟ ଅର୍ଥନୀତିରେରେ ପ୍ରବେଶ କରିବା ପାଇଁ ପୂର୍ଣ୍ଣ ସମର୍ଥନ ଦେଇଥିଲେ । ମନମୋହନଙ୍କ ଘନିଷ୍ଠ ବନ୍ଧୁ ଅମର୍ତ୍ତ୍ୟ ସେନ୍ ବ୍ରିଟେନର କୁଖ୍ୟାତ ବ୍ୟାଙ୍କିଙ୍ଗ୍ ବଂଶରେ, ଏମା ରୋତ୍ସଚାଇଲ୍ଡ ଙ୍କ ସହ ବିବାହ କରିଥିଲେ । ରୋତ୍ସଚାଇଲ୍ଡ ହେଉଛି ସେହି ପରିବାର ଯାହା ୟୁରୋପର ସମସ୍ତ ଦେଶକୁ ଋଣ ଦେଉଥିଲା । ଏହା କଅଣ କେବଳ ଏକ ସଂଯୋଗ ମାତ୍ର ? ସାମ୍ରାଜ୍ୟ ସମାପ୍ତ ହୁଏ କିନ୍ତୁ ଯେଉଁମାନେ ସେମାନଙ୍କୁ ପଇସା ଦିଅନ୍ତି , ସେମାନେ ଶେଷ ହୁଅନ୍ତି ନାହିଁ |

ଭାରତ ପାଇଁ ୧୯୯୧ ମସିହା ର ଅର୍ଥନୈତିକ ନିୟନ୍ତ୍ରଣର କୋହଳ, ଏହିପରି ଏକ ମାଇଲଖୁଣ୍ଟ (ପର୍ଯ୍ୟାୟ ର ଆରମ୍ଭ ) ଥିଲା । ଭାରତର ଦୁର୍ଭାଗ୍ୟର ଆଉ ଏକ ନୂତନ ଅଧ୍ୟାୟ ଆରମ୍ଭ ହେଲା, ନୂତନ ଉପନିବେଶବାଦ ।

୧ ୯୯୦ ଦଶକରେ ଭାରତୀୟ ଘରଗୁଡିକରେ, ଯେପରି ଆମେରିକୀୟ ଏବଂ ୟୁରୋପୀୟ ସଂସ୍କୃତି ଏକ ବନ୍ୟାସମ ପରିପୂର୍ଣ୍ଣ ହୋଇ ଥିଲା । ରୂପର୍ଟ ମରଡକ୍ ଙ୍କର ଦୂରଦର୍ଶନରେ ଶୋ ଓ ଖବର କର୍ପୋରେସନ ଗୁଡିକ ଯେପରି ୟୁରୋପ ଆମେରିକା ର ଚକମକ ସହର , ଆମେରିକୀୟ ମାରିନ ସୈନିକ , ସି.ଆଇ.ଏ. ଏଜେଣ୍ଟ ମାନଙ୍କର ଚିତ୍ର ସବୁଦିନ ପାଇଁ ମସ୍ତିଷ୍କ ରେ ଛାପିଦେଲେ।

ସ୍ୟାଟେଲାଇଟ୍ ଟି ଭି ଜରିଆରେ ପଶ୍ଚିମ ସଭ୍ୟତା ସିଧା ସଳଖ ଭାବରେ ଆମ ବୈଠକ ଖାନା ଭିତରକୁ ଆସିଗଲା । ଏକ ଲମ୍ବା ପ୍ରକ୍ରିୟା, ଯାହା ବେଳେବେଳେ ସାଧାରଣ ବ୍ୟକ୍ତିଙ୍କ ପାଇଁ ସହଜରେ ଦୃଶ୍ୟମାନ ହୁଏନାହିଁ ।

ଏହା ଏକ ଦୀର୍ଘକାଳୀନ ପ୍ରକ୍ରିୟା ଏହା ଏକ ଘଣ୍ଟାର ଛୋଟ କଣ୍ଟାର ଗତିବିଧି ପରି ସହଜରେ ଦୃଶ୍ୟମାନ ହୁଏନାହିଁ । ଆପଣ ଜାଣନ୍ତି ଏହା ଗତିଶୀଳ ଅଟେ କିନ୍ତୁ ଯଦି ଆପଣ ଏହାକୁ ଅତି ନିକଟରୁ ଲକ୍ଷ୍ୟ କରନ୍ତି ତେବେ ଆପଣ ଏପରି ଅନୁଭବ କରିବେ ଯେପରି ଏହା ଗତି କରୁନାହିଁ ।

ଆମର ଦିନର ଅଧା ସମୟ ଇଂରାଜୀ ସିଲାବସ୍ ପଢିବାରେ ଏବଂ ଅନ୍ୟ ଅର୍ଦ୍ଧେକ ପାଶ୍ଚାତ୍ୟ ସଭ୍ୟତାର ଝଲକ ଦ୍ୱାରା ବିସ୍ମିତ ହେବାରେ ବିତୁଥିଲା । କଲେଜ ଗୁଡିକ ହଠାତ୍ ଆଳସ୍ୟ ଓ ଦୁଷ୍କର୍ମର ଆଡ୍ଡ଼ା ଏବଂ ଯୁବାବସ୍ଥା ପଥଭ୍ରଷ୍ଟତାର ଲାଇସେନ୍ସର ପରିଣତ ହେଲା । ଏହିପରି ଭାବରେ , ପାଶ୍ଚାତ୍ୟର ମାର୍ଗରେ ବିସ୍ମିତ ଓ ମନ୍ତ୍ରମୁଗ୍ଧ ହୋଇ, ଆଜିର ବୌଦ୍ଧିକ ଉଦାରବାଦୀମାନେ ଜନ୍ମ ହେଲେ । ପାଶ୍ଚାତ୍ୟର ଜୀବନଶୈଳୀ ଓ ମାର୍ଗରେ ବିସ୍ମିତ ମନ୍ତ୍ରମୁଗ୍ଧ ସେମାନଙ୍କର ମହାନତା ଦ୍ୱାରା ଆକର୍ଷିତ ହେଲେ ତା’ର ଚକ୍‌ମକ୍‌ ପଛର ସତ୍ୟତା ବିଷୟରେ ଅନଭିଜ୍ଞ ।

ସେମାନେ ଆପଣଙ୍କର ଚେତନାକୁ ଏପରି ଭ୍ରମିତ କରନ୍ତି, ଆପଣଙ୍କର ଚେତନାକୁ ଏହିପରି ଏପରି ଆକର୍ଷିତ କରନ୍ତି କି ସେମାନେ ସମ୍ପୂର୍ଣ୍ଣ ସମାଜର ସାମାଜିକ ଚେତନାକୁ ଏକ ନିମ୍ନ ସ୍ତରକୁ ନେଇଯା’ନ୍ତି । ଆମେ ଆଜିକାଲି ବହି ପଢୁନାହୁଁ, ନା ଆଜିକାଲି ଆମେ କୌଣସି ତାରକାରେ ଅଂଶଗ୍ରହଣ କରୁଛୁ , କିମ୍ବା ଆଜିର ସମାଜରେ ଆମ ସାମ୍ନାରେ କୌଣସି ବୌଦ୍ଧିକ ଆହ୍ୱାନ ଅଛି । ଏପରିକି ଆମେ ପ୍ରେମ କୁ ମଧ୍ୟ ରୁପେଲି ପରଦାରେ ଦେଖିବାକୁ ଯାଉଛୁ , ଆମର ଘୃଣା ମଧ୍ୟ ଅସଲି ନୁହେଁ, ସମଗ୍ର ସମାଜର ବ୍ୟକ୍ତିତ୍ୱ ଏକ ଛାୟା-ବ୍ୟକ୍ତିତ୍ୱରେ ପରିଣତ ହୋଇସାରିଛି ।

ଏବଂ ଏହାହିଁ ହେଉଛି ଉପନିବେଶବାଦୀତାର ନୂତନ ରୂପ । ଅର୍ଥନୈତିକ ଅଧୀନତା ସେହିପରି ରହିଥାଏ । ଆମେ ଆଜିମଧ୍ୟ କଞ୍ଚାମାଲ ପାଇଁ ଏକ ଉତ୍ସ ଅଟୁ, ଆମେ ଆଜିମଧ୍ୟ ଶସ୍ତା ଶ୍ରମର ଏକ ଉତ୍ସ ଅଟୁ। ଆଜିମଧ୍ୟ, ସେହି ଉତ୍ପାଦନ ସମାପ୍ତ ହୋଇଥିବା ସାମଗ୍ରୀ ପାଇଁ ଆମେ ଏକ ବଜାର ଅଟୁ ଏବଂ ଆମେ ସେହି ଏକାଡେମିକ୍ ତତ୍ତ୍ଵ ଏବଂ ରାଜନୈତିକ ତତ୍ତ୍ଵ ପାଇଁ ପରୀକ୍ଷାମୂଳକ ଲାବୋରେଟୋରୀ ବା ପରୀକ୍ଷାଗାରରେ ପରିଣତ ହୋଇଛୁ । ପ୍ରୟୋଗାତ୍ମକ ଦୃଷ୍ଟିରୁ ଆମେ ବିଦେଶୀ ଶାସନ ନିୟମ ଅଧୀନରେ ନାହୁଁ କିନ୍ତୁ ସେମାନେ ସେମାନଙ୍କର ଉଚ୍ଚତର ମୂଲ୍ୟବୋଧକୁ ବ୍ୟକ୍ତିବିଶେଷ ଓ ଦେଶକୁ କଳଙ୍କିତ କରିବା ପାଇଁ ବ୍ୟବହାର କରନ୍ତି । ତଦ୍ୱାରା ସେମାନେ ପୁନର୍ବାର ନିଜକୁ ଏଭଳି ବୌଦ୍ଧିକ ଆକ୍ରମଣରୁ ରକ୍ଷା କରନ୍ତି ଅବା ସେମାନେ ବୈଧତା ପାଇବାକୁ ଚେଷ୍ଟା କରୁଛନ୍ତି କି ସେମାନେ ଏଠାରେ ଜଣେ ଜଣେ ଉଦାରବାଦୀ, ତୁମର ସାର୍ଟିଫିକେଟ୍ ଏଠାରେ ତୁମର ବିସ୍କୁଟ । ଏମାନଙ୍କୁ ଭାରତର ବ୍ୟାଖ୍ୟାକାରୀ ର ଆଖ୍ୟା ଦିଆଯାଇଛି, ଏହିମାନେ ହେଉଛନ୍ତି ସେହିପ୍ରକାରର ବ୍ୟକ୍ତି , ଯେଉଁମାନଙ୍କୁ ବ୍ରିଟିଶ ରାଜ ସମୟରେ ମୁନସୀଙ୍କ ଆଖ୍ୟା ଦିଆଯାଇଥିଲା । ଯେଉଁଠାରେ ଆପଣ ଜଣେ ସ୍ଥାନୀୟ ଅନୁବାଦକକୁ ନିଯୁକ୍ତ କରନ୍ତି, ଯିଏ ଆପଣଙ୍କୁ ଶୁଣିବ, ବୁଝିବ ଏବଂ ଏହାକୁ ସ୍ଥାନୀୟ ଲୋକଙ୍କୁ ବୁଝାଇବ , ଅଥବା ଜଣେ ମଧ୍ୟମ ଓକିଲ କିମ୍ବା କେବଳ ଜଣେ ଏଜେଣ୍ଟ୍‌ ।

ଏହି ବିଶ୍ୱସ୍ତରୀୟ ଉପନିବେଶ ମହାସାଗରରେ ବୁଡ଼ିକରି ଥିବା ବ୍ୟାଂକିଙ୍ଗ, ଔଷଧ ପ୍ରସ୍ତୁତକାରୀ, ପ୍ରତିରକ୍ଷା ଏବଂ ଖାଦ୍ୟ ମାଫିଆର ଅର୍ଥନୈତିକ ହିଟମ୍ୟାନ୍ ମାନେ ସାହେବ ମାନଙ୍କ ମାଧ୍ୟମରେ ଆମ ଦେଶର ଭବିଷ୍ୟତ ଏବଂ ପଥ ନିର୍ଣ୍ଣୟ କରନ୍ତି , ଠିକ୍‌ ଯେମିତି ଉନବିଂଶ ଶତାବ୍ଦୀରେ ବ୍ରିଟିଶମାନେ କରିଥିଲେ । ସତ କହିଲେ , ବଙ୍ଗକୁ ଜିତିବା ପୂର୍ବରୁ ବ୍ରିଟିଶମାନେ କେବଳ ଏକ ବିଦେଶୀ ପ୍ରତ୍ୟକ୍ଷ ନିବେଶକାରୀ କମ୍ପାନୀ ମାତ୍ର ଥିଲେ, ଯାହାର ଷ୍ଟକ୍ କିଣିଥିବା ମାଲିକମାନେ ଇଂଲଣ୍ଡରେ ବସିଥିଲେ । ସାହେବମାନେ, ଯେଉଁମାନେ ଏହି ଷଡଯନ୍ତ୍ରରେ ଅଂଶଗ୍ରହଣ କରିବାକୁ ମନା କରନ୍ତି, ସେ ସମସ୍ତଙ୍କୁ ନିନ୍ଦା କରନ୍ତି ।

କଳା ଟଙ୍କା ହଟାଇବା ଉଦ୍ଦେଶ୍ୟରେ ବିମୁଦ୍ରୀକରଣ ଆରମ୍ଭ କରାଯାଇଥିଲା, କ’ଣ ଏହା ଏକ ବୁଦ୍ଧିମାନ ନିଷ୍ପତ୍ତି ଥିଲା ?

ଏହା ନିଶ୍ଚିତ ଭାବରେ ଏକ ବୁଦ୍ଧିମାନ ନିଷ୍ପତ୍ତି ନଥିଲା , ଏହା ଏକ ଭୁଲ୍ ଥିଲା ।

 

 

 

ସଂପୂର୍ଣ୍ଣ ରୂପେ ବୈଧ ଫାର୍ମ ବିଲ୍ , ଯାହା କଂଗ୍ରେସ ସହିତ ଅନେକ ବିରୋଧୀ ଦଳର ନିର୍ବାଚନୀ ଇସ୍ତହାରରେ ରେ ଥିଲା । ଯେବେ ମୋଦୀ ଏହାକୁ ଆଣିଥିଲେ ହଠାତ୍ ସେହି ସବୁ ଦଳ, ଯେଉଁମାନେ ଆଗରୁ ଏହି ଫାର୍ମ ବିଲ୍ କୁ ପ୍ରୋତ୍ସାହନ ଦେଉଥିଲେ , ସେମାନେ ବିଲ୍ ରୁ ଓହରିଗଲେ। ଆପଣ ଜାଣନ୍ତି ତାପରେ କ’ଣ ହେଲା । ସେମାନେ ପ୍ରକୃତରେ କିଛି ସେଲିବ୍ରିଟିଙ୍କୁ ପଇସା ଦେଲେ। ମୁଁ ଭାବୁଛି ରିହାନା ତାଙ୍କ ନାମ ଥିଲା ଏବଂ ତା’ପରେ ଦୁଇଦିନ ପାଇଁ ସେମାନେ ସୋସିଆଲ ମିଡିଆରେ ଆକ୍ରମଣର ଏକ toolkit ( ଟୁଲ କିଟ) ପ୍ରସ୍ତୁତ କରିଲେ ।

ଯେତେବେଳେ ଆପଣ ନିଜ ସମସ୍ୟାର ନିଜେ ସମାଧାନ କରିବାକୁ ବାହାରିବେ , ସେତେବେଳେ ଏହି ବାବୁ, ଏହି ସାହେବ୍ ଏବଂ ଏହି ବିଦେଶୀ ମାନେ କ୍ରୋଧିତ ହେବେ ଏବଂ କହିବେ ଯେ ଆପଣ ଆଉ ଏକ ଜାତୀୟତାବାଦୀ ।

ଜାତୀୟତା ଯାହାକୁ ସେମାନେ ଏତେ ଘୃଣ୍ୟ ମନେ କରନ୍ତି, ସେମାନଙ୍କ ଗଠନ ପୂର୍ବରୁ ତାହା ରାଷ୍ଟ୍ର ଗଠନରେ ଅଙ୍ଗୀଭୂତ ହୋଇସାରିଛି । ମୁଁ ଜଣେ ଜାତୀୟତାବାଦୀ ନୁହେଁ କାରଣ ମୁଁ ଏହି ସ୍ୱାଧୀନତା ନେଇପାରିବି କାରଣ ମୋ ରାଜ୍ୟ ଅତ୍ୟଧିକ ଜାତୀୟବାଦୀ ।

ଦୁନିଆରେ ଏହି ତଥାକଥିତ ଗଣତନ୍ତ୍ରବାଦୀ ରାଷ୍ଟ୍ରମାନେ ଇତିହାସର ଏକ ଦୀର୍ଘ ଅଂଶରେ ତଥା ଅନ୍ୟାନ୍ୟ ସ୍ଥାନରେ ସାମରିକ କାର୍ଯ୍ୟ ଏବଂ ଏକଛତ୍ରବାଦୀ ଶାସନକୁ ସମର୍ଥନ କରିଛନ୍ତି , ଯଦିଓ ସେମାନେ ଉଦାରବାଦୀତା ଏବଂ ଗଣତନ୍ତ୍ରର ଏକ ଟ୍ୟାଗ୍ ବହନ କରନ୍ତି ।

ଯେତେବେଳେ ଅଯୋଧ୍ୟାରେ ହିନ୍ଦୁମାନେ ଇସଲାମିକ୍‌ ଉପନିବେଶର ଧ୍ୱଂସାବଶେଷ ଭାଙ୍ଗିଲେ , ସେତେବେଳେ ମହାନ ଚିନ୍ତକ ଧର୍ମପାଲ କେବଳ ସାମାନ୍ୟ ଖୁସି ଅନୁଭବ କଲେ । ସେ ଏହି ଲୋକମାନଙ୍କର ରାଷ୍ଟ୍ରପତି ଭବନକୁ ଭାଙ୍ଗିବା ପାଇଁ ଅପେକ୍ଷା କରିଥିଲେ ଓ ଭାବୁଥିଲେ କି ସେତେବେଳେ ହିଁ ଭାରତର ମନ ପ୍ରକୃତରେ ମୁକ୍ତ ହେବ ।

ପ୍ରସିଦ୍ଧ ମନସ୍ତତ୍ତ୍ୱବିତ୍ ଫ୍ରାନସିସ୍‌ ଫାଇନାଲ୍ କହିଛନ୍ତି ଯେ ଯଦି ଏହା ହିଂସାତ୍ମକ ନୁହେଁ ତେବେ ଏହା ପ୍ରକୃତ ଉପନିବେଶବାଦର ଅନ୍ତ ନୁହେଁ ।

ମାୟା , ଇନକା , ମୋହେଞ୍ଜୋଦରୋ, ଇଜିପ୍ଟ ପରି ସଭ୍ୟତା ଭୁଶୁଡ଼ି ପଡ଼ି ପୃଥିବୀ ପୃଷ୍ଠରୁ ଅଦୃଶ୍ୟ ହୋଇଗଲେ । ଏହା ସେତେବେଳେ ଘଟିଲା ଯେତେବେଳେ ସେମାନେ ସେମାନଙ୍କର ଧର୍ମ ହରାଇଲେ । ଏହା ସେତିକି ସରଳ କଥା କି ଧର୍ମ ବିନା ସେମାନେ ବିଚ୍ଛିନ୍ନ ହୋଇଗଲେ । ଏପରି କିଛି ଯାହା ପାର୍ଥିବ ନୁହେଁ ତାହା ସମାଜକୁ ଚଳାଏ ଏବଂ ସମାଜ କୁ ବଞ୍ଚାଇଥାଏ । ଅନ୍ୟ ଉପାୟରେ ଆମେ ଯେବେ ଦୁଇ ଗୁଣନ ଦୁଇ, ଚାରି ହେବାକୁ ଆମ ଜୀବନର ଏକ ମାର୍ଗଦର୍ଶିକା ଭାବରେ ଗ୍ରହଣ କରିନେଉ । ଏପରି କରିବା ଦ୍ୱାରା ଆମେ ଆମର ଅସ୍ତିତ୍ୱ ହରାଇଥାଉ ଏବଂ ଆମର ମୃତ୍ୟୁ ହୁଏ । ତେଣୁ ସମାଜ ମଧ୍ୟକୁ ଧର୍ମକୁ ପୁନଃ ଆଣିବା ଦ୍ଵାରା ନୈତିକ ଅବଦମନର ପ୍ରକ୍ରିୟା ସେହିଠାରେ ହିଁ ବନ୍ଦ ହୋଇପାରିବ । ଆଶ୍ଚର୍ଯ୍ୟ ଲାଗିପାରେ ମାତ୍ର ଆଦର୍ଶଗତ ଅବଦମନର ଉତ୍ତର ଅତି ସରଳ । ସିଧା ଆଘାତ କରିବା ପରି ଚେଷ୍ଟା କର ନାହିଁ । ବରଂ ତୁମର ନୈତିକ ସୁରକ୍ଷାତ୍ମକ ଏବଂ ଦକ୍ଷତାର ଶକ୍ତି ସହିତ ଆଗକୁ ବଢ । ଯଦି ତୁମର ଶକ୍ତି ନାହିଁ ତେବେ ଏହାକୁ ବିକଶିତ କରିବାର ସମୟ ଆସିଛି ଏବଂ ଏହାହିଁ ହେଉଛି ଆଦର୍ଶଗତ ଅବଦମନର ଏକମାତ୍ର ଉତ୍ତର |

ଯେଉଁ ଜିନିଷଗୁଡ଼ିକରୁ ସେମାନେ ତୁମକୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛନ୍ତି, ତାହା ହେଉଛି ତୁମର ଜୀବନର ପ୍ରକୃତ ଆଧାର । ଆମର ମହାନ ଶାସ୍ତ୍ରଗୁଡ଼ିକ ରେ ସେହି ଜ୍ଞାନକୁ ଦେଖିବା ଦରକାର, ଯାହା ଆମକୁ ଜୀବନର ମୂଳ ଲକ୍ଷ୍ୟ ଆଡ଼କୁ ନେବାକୁ ଚେଷ୍ଟା କରେ ଏବଂ ସେହି ଭୁଲଗୁଡ଼ିକ ମଧ୍ୟ ବୁଝିବା ଦରକାର, ସେହି କାରଣ କୁ ବୁଝିବା ଦରକାର ଯେଉଁ କାରଣରୁ ଭାରତର ଲୋକମାନଙ୍କର ଶତ୍ରୁବୋଧ ସମାପ୍ତ ହୋଇଛି ।

ଏ ଜଣେ ଆମେରିକୀୟ ପିଲା ଯାହାକୁ ନାଗାସାକିରେ ତାଙ୍କ ପୂର୍ବପୁରୁଷଙ୍କ ପାପ ବିଷୟରେ କେବେ କୁହାଯାଇ ନଥିଲା, କିନ୍ତୁ ଜାପାନ ଅପେକ୍ଷା ଆମେରିକାକୁ ଭଲ ପାଇବା ବୁଝି ହୁଏ । କିନ୍ତୁ ଜାପାନରେ ବଢିଥିବା ଜଣେ ଜାପାନୀ ପିଲା ଯାହାଙ୍କ କ୍ଷେତ୍ରରେ ଏହା ଘଟିଛି, ସେ ଜାପାନ ଅପେକ୍ଷା ଆମେରିକାକୁ ଅଧିକ ଭଲପାଇବା କଥାଟା କିପରି ସମ୍ଭବ ?

ଇତିହାସକୁ ଦମନ କରାଯାଇପାରେ । ଇତିହାସକୁ ମୋଡ଼ାଯାଇପାରେ କିନ୍ତୁ ଇତିହାସକୁ ହତ୍ୟା କରାଯାଇପାରିବ ନାହିଁ ।

କିଛି ସ୍ଥିର ପଦକ୍ଷେପ ଗ୍ରହଣ କରିବାର ସମୟ ଆସିଛି । ସେମାନଙ୍କର ଉତ୍ତମ ପ୍ରେସ୍ ର଼୍ୟାଙ୍କିଙ୍ଗ୍ ପରେ ଏହା ଦର୍ଶାଇବ ଯେ ଏହି ଅସ୍ଥିରତା କେବଳ ଏକ ଲକ୍ଷଣ, ଜ୍ୱର ଭଳି, ଏହା ପ୍ରକୃତ ରୋଗ ନୁହେଁ । ପ୍ରକୃତ ରୋଗ ହେଉଛି ଗ୍ଲୋବାଲ୍ ଫାଇନାନ୍ସିଆଲ୍ ଡୀପ ଷ୍ଟେଟ୍, ଏଠାରେ ସାହେବ ମାନେ , ଭାଇରସ୍ ଭଳି ପ୍ରତିଦିନ ନୂଆ ରୂପରେ ଆସନ୍ତି ।

ବୁଝନ୍ତୁ ଆପଣଙ୍କ ଚାରିପାଖରେ କ’ଣ ଚାଲିଛି, ଆପଣ ଶାନ୍ତିର ସମୟରେ ବଞ୍ଚୁନାହାନ୍ତି । ଆପଣ ଯୁଦ୍ଧର ସମୟରେ ବଞ୍ଚୁ ଅଛନ୍ତି ଏବଂ ଆପଣଙ୍କ ପାଖରେ ନିଜକୁ ବଞ୍ଚାଇବା ପାଇଁ , ସ୍ୱଳ୍ପ ସମୟ ମାତ୍ର ଅଛି । ଯଦି ତୁମେ ବର୍ତ୍ତମାନ ଆରମ୍ଭ କର ଯଦି ତୁମେ ତୁମର ପରବର୍ତ୍ତୀ ପିଢିକୁ ଶିକ୍ଷା ଦେବା ଆରମ୍ଭ କର, ପରିବର୍ତ୍ତନ ହେବାକୁ ଆଉ ୧୫ ରୁ ୨୦ ବର୍ଷ ଲାଗିବ ।

ଯଦି କେହି କୁହନ୍ତି ଯେ ଦେଶରେ ଭୟର ବାତାବରଣ ଅଛି, ତେବେ ବୁଝନ୍ତୁ ଯେ ଆମର ପ୍ରତିରକ୍ଷା ବ୍ୟବସ୍ଥା ସ୍ଥିର ହୋଇଯାଇଛି । ଏହା ହୁଏତ ଏକ ସମ୍ରାଟଙ୍କ ଆଗମନର ସଙ୍କେତ ହୋଇପାରେ । ଆମ ଇତିହାସରେ, ଯେତେବେଳେ ଚକ୍ରବର୍ତ୍ତୀ ସମ୍ରାଟ ଏହି ପବିତ୍ର ଦେଶରେ ଠିଆ ହୁଅନ୍ତି, ଏହି ସାହେବମାନେ ପଳାୟନ କରନ୍ତି ।

ସାହେବମାନେ ସବୁବେଳେ ପଳାୟନ କରିଛନ୍ତି ।

ସମାପ୍ତ

Click to comment

Leave a Reply

Your email address will not be published. Required fields are marked *

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top