ରହସ୍ୟ

ଏକ ସମୁଚିତ ‘ଉପସଂହାର’ର ଉପକ୍ରମ

Shastrijinka Hatyaara Rahasya

ବିଷ ପ୍ରୟୋଗ ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରିବ ନାହିଁ କିନ୍ତୁ ଏହାର ସଠିକତା ଦର୍ଶାଇବା ଲାଗି ପ୍ରାପ୍ତ ସୂଚନା/ତଥ୍ୟ ସମ୍ଭାର ପର୍ଯ୍ୟାପ୍ତ ନୁହେଁ ।

ଏକ ସମୁଚିତ ‘ଉପସଂହାର’ର ଉପକ୍ରମ

-: ପୂର୍ବରୁ :-

  • ଏକ ଅଟୋ ରିକ୍ସାରେ ଲୋହାଙ୍କୁ ହାସ୍ପାତଳ ନିଆଗଲା ।
  • ଆରଏସ୍ଏସ କର୍ମୀ ଈଶ୍ୱର ବାହେରି, ଲୋହାଙ୍କ ପିତାଙ୍କୁ ସୂଚନା ଦେଲେ ଯେ ସେ ମରଶରୀରକୁ ଗୁରୁଗାଓଁରେ ପହଞ୍ଚାଇବାକୁ ଚେଷ୍ଟା କରିବେ । କେହି ଜାଣିନାହାଁନ୍ତି କେମିତି, କେଉଁଭଳି ଓ କେବେ ସେ ବି୍ରଜ ଲୋହାଙ୍କ ମୃତ୍ୟୁ ବାବଦରେ ଜାଣିଲେ ।
  • ଲୋହାଙ୍କ କେହି ସହକର୍ମୀ ନାଗପୁରରୁ ତାଙ୍କ ମରଶରୀର ସହିତ ଆସିନଥିଲେ ଯାହା ପରିବାର ସଦସ୍ୟଙ୍କୁ ଚକିତ କରିଥିଲା । କେବଳ ଆମ୍ବୁଲାନ୍ସ ଚାଳକ ହିଁ ମରଶରୀରକୁ ଘରେ ପହଞ୍ଚାଇଥିଲେ ।
  • ଏମ୍ସରେ ପୂର୍ବରୁ କାର୍ଯ୍ୟରତ ଡ. ଆରକେ ଶର୍ମା, ଫରେନ୍‌ସିକ ବିଶେଷଜ୍ଞଙ୍କ ନିକଟକୁ ଶବ ବ୍ୟବଚ୍ଛେଦ ଓ ହିଷ୍ଟୋ ପାଥୋଲୋଜି ରିପୋର୍ଟ ପଠାଗଲା । ଡ. ଶର୍ମା ହୃଦ୍‌ଘାତ୍‌ ଜନିତ ମୃତ୍ୟୁ ସମ୍ବାବନାକୁ ଆଡ଼େଇ ଗଲେ । ନଥିପତ୍ରରେ ମସ୍ତିସ୍କରେ ଆଘାତ ଦର୍ଶାଯାଇଥିଲା । ତେଣୁ ବିଷକ୍ରିୟାଜନିତ ମୃତ୍ୟୁ ସମ୍ଭାବନାକୁ ଆଡ଼େଇ ଦିଆଯାଇପାରିବ ନାହିଁ ବୋଲି କୁହାଗଲା ।
  • ଲୋହାଙ୍କ ବେକରେ ସେ ପିନ୍ଧିଥିବା ସାର୍ଟର ପଛରେ ରକ୍ତଦାଗ ଥିବା ଜଣାଗଲା ।

ଏବଂ ନିମ୍ନୋକ୍ତ ପ୍ରତିକ୍ରିୟାଗୁଡ଼ିକୁ ଅଦାଳତ ସତ୍ୟ ମାନିଲେ ।

  • ଜଣେ ସହକର୍ମୀ ବିଚାରପତିଙ୍କ କାରରେ ଅସୁସ୍ଥ ଲୋହା ହାସ୍ପାତାଳ ନିଆଗଲା ।
  • ଲୋହାଙ୍କ ପିତା ସୁନିଶ୍ଚିତ କଲେ ଯେ ଈଶ୍ୱର ଗୋବିନ୍ଦଲାଲ ବାହେଟି ତାଙ୍କ ପୁତ୍ରଙ୍କ ବାଲ୍ୟବନ୍ଧୁ । ବାହେଟି କଂଗ୍ରେସ ଦଳ ସହିତ ସଂପୃକ୍ତ । ଲୋହାଙ୍କ ଅସୁସ୍ଥତାଜନିତ ଖବର ସେ ନିଜ ଡାକ୍ତର ଭାଇଙ୍କଠୁ ପାଇଲେ । ‘କାରାଭାନ’ ପତ୍ରିକା ଭୁଲ କ୍ରମେ ଲୋହାଙ୍କ ବାଲ୍ୟବନ୍ଧୁଙ୍କୁ ବହୁ ପୂର୍ବେ ଜଣେ ସକ୍ରିୟ ଆରଏସ୍ଏସ କର୍ମୀ ଈଶ୍ୱର ପ୍ରସାଦ ବଜରଙ୍ଗ ବାହେଟିି ବୋଲି ଦର୍ଶାଇଥିଲା । (ଏଣୁ ମୁଁ (ଅନୁଜ ଧର)ଭାବୁଛି ଆରଏସ୍ଏସକୁ ମାମଲାରେ ଜଡ଼ିତ କରିବା ଲକ୍ଷ୍ୟରେ ସମ୍ବାଦଦାତା ଜଣକ ଏଭଳି ଷଡ଼ଯନ୍ତ୍ର ବ୍ୟାଖ୍ୟାନ (conspiracy theory) ପ୍ରସ୍ତୁତ କରିଥିଲେ ।)
  • ଲୋହାଙ୍କ ମରଶରୀରକୁ ଆମ୍ବୁଲାନ୍ସରେ ଲାଟୁରସ୍ଥିତ ଗୋଟେଗାଁକୁ ପଠାଇଦିଆଗଲା । ଜିଲ୍ଲା ଜର୍ଜ ନାଗପୁରର ଦୁଇଜଣ ନ୍ୟାୟିକ ମାଜିଷ୍ଟ୍ରେଟଙ୍କୁ ଏହି କାର୍ଯ୍ୟ ନିମନ୍ତେ ନିୟୋଜିତ କଲେ ।
  • ଡ. ଆରକେ ଶର୍ମା, କହିଲେ ଯେ ‘କାରାଭାନ’ ପତ୍ରିକା ତାଙ୍କ ବିବୃତିକୁ ସଠିକ୍ ପ୍ରକାଶ କରିନାହିଁ । “ଯେଉଁ ଉପସଂହାର ଦିଆଗଲା ତାହା କଳ୍ପନାପ୍ରସୂତ ।”
  • ଶବ ବ୍ୟବଚ୍ଛେଦ ପରେ ଶବଗୃହର ସହାୟକମାନେ ଲୋହାଙ୍କ ଶରୀରରେ ପୋଷାକ ପିନ୍ଧାଇଲେ ଯାହା ଜଣେ ଜୀବିତ ବ୍ୟକ୍ତିର ପିନ୍ଧିବା ଶୈଳୀ ସହିତ ତୁଳନୀୟ କରି ହେବ ନାହିଁ । ବ୍ୟବଚ୍ଛେଦ ପରୀକ୍ଷଣ ପଦ୍ଧତି ପରେ ଅଙ୍ଗ ସବୁ ପୁନଃ ଶରୀର ଗାତ୍ରରେ ରଖିବା ପରେ ଶବର ବେକ, ଛାତି, ପେଟ ଓ ମଥାର କରାଯାଇଥିବା ଛିଦ୍ରକୁ ସିଲେଇ କରାଯାଏ । ଶବ ବ୍ୟବଚ୍ଛେଦ ଜନିତ କ୍ଷତରୁ କୌଣସି ରକ୍ତ କ୍ଷରଣ ଯେପରି ନ’ହୁଏ ତାହାର ସବୁ ସତର୍କତା ନିଆଯିବା ସତ୍ତ୍ୱେ କେବେ କେବେ ଅଳ୍ପ କିଛି ରକ୍ତ ମିଶା ଶରୀର ରସର କ୍ଷରଣ ଅସମ୍ଭବ ନୁହେଁ । ଦୀର୍ଘପଥରେ ଯେବେ ମରଶରୀରକୁ ପରିବହନ କରାଯାଏ ଏଭଳି କ୍ଷରଣର ସମ୍ଭାବନା ଅଧିକ ଥାଏ । ଏହା ଲୋହାଙ୍କର ହୋଇଥିଲା ।

ଅଦାଲତ ସ୍ପଷ୍ଟ ରୂପେ କହିଥିଲା ଯେ କଂଗ୍ରେସ ନେତା ପୁନାୱାଲା ଓ ଅନ୍ୟମାନେ (ଦୁଷ୍ମନ୍ତ ଦାଭେ, ଇନ୍ଦିରା ଜୟସିଂହ, ପ୍ରଶାନ୍ତ ଭୂଷଣ ଓ ଆଦି ଆଇନ ବିଶାରଦ)ଙ୍କ ଦ୍ୱାରା ଆଗତ ଅର୍ଜି ଜନସ୍ୱାର୍ଥ ଉଦ୍ଧେଶ୍ୟରେ ଦାଖଲ ହୋଇଥିଲେ ସୁଦ୍ଧା ପ୍ରକୃତରେ ରାଜନୈତିକ ଉଦ୍ଧେଶ୍ୟ ପ୍ରଣୋଚିତ । ଲୋହାଙ୍କ ପାଇଁ ନ୍ୟାୟ ଚେଷ୍ଟାରେ ଆବେଦନକାରୀ ଓ ହସ୍ତକ୍ଷେପକାରୀ ନ୍ୟାୟପାଳିକାର ସ୍ୱାଧୀନତା ଉପରେ ସମ୍ମୁଖ ଆକ୍ରମଣ ଥିଲା । ଏହା ଅଦାଲତଙ୍କ ମତରେ ଅପରାଧୀକ ଅବମାନନା ହିଁ ଥିଲା । କିନ୍ତୁ ଅଦାଳତ ଏହା ବିରୁଦ୍ଧରେ ଅବମାନନା ମାମଲା ଦାଖଲ କଲେ ନାହିଁ କାରଣ “ନ୍ୟାୟପାଳିକାର ପ୍ରତ୍ୟୟଯୋଗ୍ୟତା ଏହାର ନୈତିକ କ୍ଷମତା ଆଧାରିତ” ।

ଲୋହା ମୃତ୍ୟୁ ମାମଲା ଏପରି ଏକ ଉଦାହରଣ ଯାହା ଦର୍ଶାଏ କେମିତି ଜନମାନସରେ ସନ୍ଦେହ ଉଦ୍ରେକକାରୀ ଘଟଣାର ସମାଧାନ ସକାଶେ ପରୋକ୍ଷ ଫଳ/ ପ୍ରତିଘାତର ପରବାୟ ନକରି କଂଗ୍ରେସ ଯେକୌଣସି ପନ୍ଥା ଆପଣେଇପାରେ, କାହାକୁ ବି କାଠଗଡ଼ାରେ ଛିଡ଼ା କରାଇପାରେ । ଅତୀତରେ ଯେଉଁମାନେ ବିଶ୍ୱର ଏକ ମାତ୍ର ମହାଶକ୍ତିକୁ ରାଜୀବ ଗାନ୍ଧୀ ହତ୍ୟାରେ ଭାଗିଦାର ବୋଲି ଆରୋପ କରିଛନ୍ତି, ସେମାନଙ୍କ ପାଇଁ ଉଚ୍ଚତମ ନ୍ୟାୟାଳୟ ସହିତ ଯୁଦ୍ଧ କରିବା କିଛି ବଡ଼ କଥା ନୁହେଁ । ମାତ୍ର କିଛି ଦିନ ପୂର୍ବେ, ଫେବୃଆରୀ ୨୦୧୭ରେ ସାଂସଦ ଅଧିବେଶନରେ ଉପସ୍ଥିତ ଥିବାବେଳେ ପୂର୍ବତନ ମନ୍ତ୍ରୀ ଇ. ଏହମ୍ମଦ ହୃଦnଘାତର ଶିକାର ହୋଇ ମୃତୁ୍ୟ ବରଣ କରନ୍ତେ, କଂଗ୍ରେସ ନେତାଗଣ ଅନେକ ଷଡ଼ଯନ୍ତ୍ର କାହାଣୀ ବୁଣି ଚାଲିଲେ । ବିରୋଧୀ ଦଳ ନେତା ଗୁଲାମ ନବୀ ଆଜାଦ କହିଲେ, ସୂଚନା ଅନୁସାରେ ମୃତ ଘୋଷିତ ହେବା ବହୁ ପୂର୍ବରୁ ଇ. ଏହମ୍ମଦଙ୍କ ଦେହାନ୍ତ ହୋଇସାରିଥିଲା । ଆରଏମଏଲର ବରିଷ୍ଠ ଅଧିକାରୀ ଏହା ଖଣ୍ଡନ କରିଥିଲେ ସୁଦ୍ଧା, କଂଗ୍ରେସ ସାଂସଦ କେ.ସି ବେଣୁୁଗୋପାଳ ଏ ବିଷୟରେ ଆଲୋଚନା ସକାଶେ ସାଂସଦ ସ୍ଥଗିତ ପ୍ରସ୍ତାବ ଦେଲେ । ଏଥିରେ ସେ କହିଥିଲେ : “ସରକାର ତଥା ହାସପାତାଳ କର୍ତ୍ତୃପକ୍ଷ ଜଣେ ପ୍ରବୀଣ ସାଂସଦ ଶ୍ରୀ ଇ. ଏହମ୍ମଦ ଅନ୍ତିମ ମୁହୂର୍ତ୍ତରେ ଓ ତାଙ୍କ ପରିବାର ପ୍ରତି ଅବୈଚାରିକ ବ୍ୟବହାର ବହୁତ କଷ୍ଟଦାୟକ ଓ ଆମ ଦେଶର ଜନତାଙ୍କ ପାଇଁ ଚିନ୍ତାର ବିଷୟ, ଆମେ ନିରପେକ୍ଷ ତଦନ୍ତ ଆଶା କରୁ । ୬ (6 Congress says E. Ahamed died ‘much earlier,’ seeks probe, Indian Express 4 February 2017 ) ରାହୁଲ ଗାନ୍ଧୀ ସ୍ୱୟଂ ସାଂସଦ ଭବନ ପରିସରରେ ତଦନ୍ତ ସପକ୍ଷରେ ଧାରଣା ଦେଲେ ।

ଏହାର ସଂପୂର୍ଣ୍ଣ ବିପରୀତ ଉଦାହରଣ ଭାରତର ଭୂତପୂର୍ବ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଅତ୍ୟନ୍ତ ରହସ୍ୟଜନକ ଅବସ୍ଥାରେ ମୃତୁ୍ୟ ଓ ଏହାର ତଦନ୍ତ କରିବାର ସମସ୍ତ ପ୍ରଚେଷ୍ଟାକୁ କଂଗ୍ରେସ ସରକାରର ବାଧା ଦେବା ମନୋବୃତ୍ତି । ଆଜି ମଧ୍ୟ ଦଳର ନେତା ଓ ସମର୍ଥକଗଣ ଏ ପ୍ରସଙ୍ଗରେ ପଦୁଟିଏ କୁହନ୍ତିନି ଏବଂ କଦବା ଉଲ୍ଲେଖ କଲେ ତାହା ଅତ୍ୟନ୍ତ ହାଲ୍କା ଜଣାଯାଏ । ୨୦୧୭ରେ ଏକ ପ୍ରବନ୍ଧରେ ପୂର୍ବତନ ବିଦେଶ ମନ୍ତ୍ରୀ କେ. ନଟବର ସିଂହ ଲେଖିଥିଲେ, ଶାସ୍ତ୍ରୀଜୀଙ୍କ ମୃତ୍ୟୁ ପରେ ବହୁ ଯୁକ୍ତିତର୍କ, ଆରୋପ ପ୍ରତ୍ୟାରୋପ, ସନ୍ଦେହ, ପ୍ରଶ୍ନ ଆଦିର ଧାରା ଚାଲିଲା । ‘କ’ଣ ତାଙ୍କୁ ବିଷ ପ୍ରୟୋଗ କରାଯାଇଥିଲା? କାହା ଦ୍ୱାରା?’ ତଦନ୍ତ କରାଗଲା । କିନ୍ତୁ ସବୁ ବୃଥା । କ’ଣ ପାଇଁ ଡ. ଚୁଗ ବା ତାଙ୍କର କୌଣସି ବ୍ୟକ୍ତିଗତ କର୍ମଚାରୀ ଜଣେ ପ୍ରିୟ ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା କରିବେ, ତାହା ପୁଣି ସୋଭିଏତ ସଙ୍ଘରେ? ୭ (7K. Natwar Singh, Jaya’s death and conspiracy theories, The Tribune 12 February 2017) ୨୦୧୫ ସେପ୍ଟେମ୍ବର ପ୍ରଥମ ଭାଗରେ କୁଲଦୀପ ନାୟାର ସିଏନଏନ୍ ନିଉଜ ୧୮କୁ କହିଲେ ଶାସ୍ତ୍ରୀଙ୍କ ମୃତ୍ୟୁ ପରେ ଶବ ବ୍ୟବଚ୍ଛେଦ ନକରିବା ତାଙ୍କୁ ଆଶ୍ଚର୍ଯ୍ୟଚକିତ କରିଥିଲା । କ’ଣ ଇନ୍ଦିରା ଗାନ୍ଧୀ ସରକାର ଜାଣିଶୁଣି କୌଣସି ପଦକ୍ଷେପ ନେଲା ନାହିଁର ପ୍ରଶ୍ନର ଉତ୍ତର ଦେବାକୁ ସେ ମନା କଲେ ।୮(8 Parikshit Luthra, Surprised no post-mortem done after Shastri’s death, says former PM’s media advisor Kuldip Nayar, 26 September 2015. Acessed from https://www.news18.com/news/politics/surprised-no-post-mortem-done-after-shastris-death-says-former-pms-media-advisor-kuldip-nayar-1114202.html) କଂଗ୍ରେସ ନେତା ସାକିଲ ଅହମଦଙ୍କ କ୍ରୋଧିତ ଜବାବ୍ ଥିଲା: “ ଏହା ଜଣାଶୁଣା ଯେ କୁଲଦୀପ ନାୟାରଙ୍କ ଲେଖା କେବେ ବି ଗାନ୍ଧୀ ପରିବାର ସଦସ୍ୟଙ୍କ ସପକ୍ଷରେ ନଥିଲା ।”୯ (9 It is known th that Kuldip Nayar’s writings were never in favour of the Gandhis, 27 September 2015. Accessed from https://www.news18.com/videos/india/it-is-known-that-kuldip-nayars-writings-were-never-in-favour-of-the-gandhis-shakil-ahmed-1115182.html)କ’ଣ ଅହମଦ ସାଟ୍ଟରୋଭ ମଧ୍ୟ ସେତେବେଳେ କଂଗ୍ରେସର ଥୋପ ଥିଲେ?

ଯେଉଁ ସବୁ ଯୁକ୍ତି ଲୋହାଙ୍କ ବାବଦରେ, କଂଗ୍ରେସ ଦେଇଥିଲା, ସେସବୁ ଯୁକ୍ତି ତ ଶାସ୍ତ୍ରୀଙ୍କ ପାଇଁ କହିପାରିଥାଆନ୍ତା । ରୁଷ (ଭୂତପୂର୍ବ ସୋଭିଏତ ସଙ୍ଘ) ସହିତ ସଂପର୍କ ବିଗିଡ଼ିଯିବା ଭୟରେ ସୂଚନା ଦେବାକୁ ମନା କରିବା ଏକ ବାହାନା । ଯେଉଁ ଦେଶରେ ଗୃହମନ୍ତ୍ରୀ ସଂସଦରେ ଠିଆ ହୋଇ ଅଦ୍ଭୁତପୂର୍ଣ୍ଣ ସାହାସ ପ୍ରଦର୍ଶନ ପୂର୍ବକ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ବିରୁଦ୍ଧରେ, ଏକ ଷଡ଼ଯନ୍ତ୍ର ମତବାଦ ଆଧାରରେ, ଆରୋପ ଆଣିପାରେ ସେଠି ଏଭଳି ଆଚରଣ ଶୋଭନୀୟ ନୁହେଁ । ସୁଭାଷ ବୋଷଙ୍କ କ୍ଷେତ୍ରରେ କଂଗ୍ରେସ ସରକାର ଦୃଢ଼ ପାରିପାରଶ୍ୱିର୍କ ପ୍ରମାଣ ପର୍ଯ୍ୟବେଶିତ ମୁଖାର୍ଜୀ କମିଶନ ରିପୋର୍ଟକୁ ପ୍ରତ୍ୟାଖ୍ୟାନ କରିଥିଲେ । ଯୁକ୍ତି ଥିଲା, ପ୍ରତ୍ୟକ୍ଷଦର୍ଶୀ ବୟାନ ଅଧିକ ଗୁରୁତ୍ୱ ରଖେ । ୧୦ (10 Justice MK Mukherjee followed aphoristic saying, “Men may lie but circumstances do not.) ଯଦି ଏହି କଥା ସତ୍ୟ ତେବେ ଲଲିତା ଶାସ୍ତ୍ରୀ ଓ ଅନ୍ୟ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନର ଗୁରୁତ୍ୱ କ’ଣ ? ସେମାନଙ୍କ ଶାସ୍ତ୍ରୀଙ୍କ ଶରୀରର ବର୍ଣ୍ଣନା ଅବସ୍ଥା- ବେକ ପାଖରେ ଛିଦ୍ର, ରକ୍ତ କ୍ଷରଣ ଆଦି-ସରକାରୀ ସୂତ୍ରର ସୂଚନାର ସଂପୂର୍ଣ୍ଣ ବିପରୀତ । ଆମେ କାହିଁକି ଶାସ୍ତ୍ରୀଙ୍କ ପରିବାର ବର୍ଗଙ୍କୁ ନ ବିଶ୍ୱାସ କରିବା ଯେବେ ସେମାନେ କହିଲେ ଶାସ୍ତ୍ରୀଙ୍କ ଜିନିଷପତ୍ର ଆଦି ଯେବେ ତାଙ୍କ ଫେରାଇ ଦିଆଗଲା ସେଥିରେ ଏକ ଛୋଟ ନୋଟ୍ ସେମାନେ ଦେଖିଲେ ଯେଉଁଥିରେ ଲେଖାଥିଲା, “ମୋ ସହିତ ବିଶ୍ୱାସଘାତକତା କରାଯାଇଛି?” ଯେବେ ତାସକନ୍ଦ ରାଜିନାମା ସ୍ୱାକ୍ଷରିତ ହେବା ଆଦ୍ୟ ଦିନରେ ଶାସ୍ତ୍ରୀ ବହୁତ ପ୍ରସନ୍ନ ଥିଲେ । ତେଣୁ ଏହି ବିଶ୍ୱାସଘାତକତା କ’ଣ ?

ଶାସ୍ତ୍ରୀଙ୍କ ମାମଲାର ଅଗ୍ରଗତି ସେହିଭଳି ହେବା ଦରକାର ଯେପରି ଆମେରିକାରେ ଓଲିଭର ଷ୍ଟୋନଙ୍କ ‘ଜେଏଫକେ’ର ମୁକ୍ତି ଲାଭ ପରେ ହୋଇଥିଲା । ସିନେମାଟିର କଥାବସ୍ତୁ ସିଆଇଏର ରାଷ୍ଟ୍ରପତିଙ୍କ ହତ୍ୟାରେ ସଂପୃକ୍ତି ଅଛି ବୋଲି ପରୋକ୍ଷରେ ଇଙ୍ଗିତ କରି ଶେଷରେ କହିଥିଲା ଯେ ଏଥି ସମ୍ବନ୍ଧିତ ରେକର୍ଡ ଗୋପନୀୟ ରଖାଯାଇଛି । ଏହା ଦେଶରେ ହଳଚଳ ସୃଷ୍ଟି କରିଥିଲା ଓ ଫଳସ୍ୱରୂପ ଯୁଗାନ୍ତକାରୀ ‘ଜେଏଫକେ ରେକର୍ଡ ଅଧିନିୟମ ୧୯୯୨’ ପ୍ରଣୀତ ହୋଇଥିଲା । ଏହା ଦ୍ୱାରା ଏକ ସ୍ୱାଧୀନ ‘ହତ୍ୟା ରେକଡର଼୍ ପୁନଃସମୀକ୍ଷା ବୋଡର଼୍’ ସ୍ଥାପିତ ହେଲା ଯଦ୍ଧ୍ୱାରା କି ସମସ୍ତ ହତ୍ୟା ସମ୍ବନ୍ଧୀୟ ନଥିପତ୍ରର ବିବର୍ଗୀକରଣ ହୋଇପାରିବ । ବୋଡର଼୍ର ନିର୍ଦ୍ଧେଶ ଅନୁଯାୟୀ ଯୁକ୍ତରାଷ୍ଟ୍ର ଆମେରିକାର ଅନେକ ବିଭାଗ ଓ ଏଜେନ୍ସି ସେମାନଙ୍କର ରେକଡର଼୍ ସାର୍ବଜନୀନ କରିଥିଲେ । ସିଆଇଏର ରେକଡର଼୍ ସାର୍ବଜନୀନ ହେବା ଅବସରରେ ଏହାର ନିଦ୍ଧେର୍ଶକ ରବର୍ଟ ଗେଟସ୍ ଏକ ଆବେଗପୂର୍ଣ୍ଣ ବାର୍ତ୍ତା ପ୍ରେରିତ କରିଥିଲେ । “ହତ୍ୟାଠାରୁ ସବୁଠାରୁ ଭୟଙ୍କର ହେଲା ଅଭସନ୍ଧିମୂଳକ ତଥା ବିକୃତ ଧାରଣା ଯେ ଆମେରିକା ସରକାରଙ୍କର (ଏମିତିକି ମୋ ବିଭାଗ ବିରୁଦ୍ଧରେ ମଧ୍ୟ) କିଛି ଏଭଳି ହୀନ କାର୍ଯ୍ୟରେ ସଂପୃକ୍ତି ଅଛି । ତେଣୁ ମୁଁ ବ୍ୟକ୍ତିଗତ ଭାବେ ସିଏଆଇର ପ୍ରତ୍ୟେକ ନଥିକୁ ସବୁ ଗୁରୁତ୍ୱପୂର୍ଣ୍ଣ କାଗଜାଦିକୁ ସାର୍ବଜନୀନ ବା ପ୍ରକାଶ କରିବାକୁ ବଦ୍ଧପରିହର । ଏ ପଦକ୍ଷେପ ଏହି ଆଶା ସହିତ ନିଆଯାଇଛି ଯେ ସମସ୍ତ କ୍ଷୟକାରୀ/ବିନାଶକାରୀ ସନ୍ଦେହର ମୋଚନ ହେବ । ଏତିକି ତାଙ୍କ(କେନେଡ଼ି) ସ୍ମରଣାର୍ଥେ ମୋର ନୈତିକ ଦାୟିତ୍ୱ ।” ୧୧ ( 11 11John Aloysius Farrell, Release Of CIA’s file on Oswald reveals little new, Boston Globe, 13 May 1992 ) କେନେଡ଼ି ହତ୍ୟା ସମ୍ବନ୍ଧିତ ପ୍ରାୟ ସମସ୍ତ ନଥିପତ୍ର ଏହିଭଳି ସାର୍ବଜନୀନ କରାଯାଇଥିଲା । କେବଳ କିଛି ଖାସ୍ ନଥିପତ୍ରଗୁଡ଼ିଏ ୨୦୧୭ ପର୍ଯ୍ୟନ୍ତ ଗୋପନୀୟ ରହିଲା । ବିବର୍ଗୀକୃତ ଦଲିଲସବୁ ଅନେକ ବିଷୟରେ ଆଲୋକପାତ କରିଥିଲେ, ରୁଷର କ୍ଷୋଭୋକ୍ତି ଯେ ଏହି ହତ୍ୟାରେ ତାକୁ ସଂପୃକ୍ତ କରାଯାଉଛି’ର କଥା ମଧ୍ୟ ଏଥିରେ ଉଲ୍ଲେଖ ଥିଲା । “ଗୋପନୀୟତା ସନ୍ଦେହକୁ ଜନ୍ମ ଦିଏ ଓ ଏହା ସମୟକ୍ରମେ ଷଡ଼ଯନ୍ତ୍ରରେ ବିଶ୍ୱାସ କରିବାକୁ ବାଧ୍ୟ କରାଏ ।” ଗୋପନୀୟତାକୁ ହ୍ରାସ କରିବା ସପକ୍ଷରେ ଏହା କହିଥିଲା ଯୁକ୍ତରାଷ୍ଟ୍ର ଆମେରିକାର ଏକ ସରକାରୀ ସଂସ୍ଥା ।

ଶାସ୍ତ୍ରୀଙ୍କ ହତ୍ୟା ବିବାଦର ପରିସମାପ୍ତି ସକାଶେ ଏକ ସମ୍ମିଳିତ ପ୍ରଚେଷ୍ଟା କରାଯାଇପାରିବ । ଏହା ଏଭଳି କରାଯାଇପାରିବ:

ଗୃହ, ବୈଦେଶିକ ବ୍ୟାପାର, ରକ୍ଷା,ସ୍ୱାସ୍ଥ୍ୟ ବିଭାଗ ସହିତ ଆଇବି, ର’ ଏବଂ ସିବିଆଇର କିଛି ପ୍ରମୁଖ ଅଧିକାରୀଙ୍କୁ ନେଇ ଏକ କମିଟି ଗଠନ କରାଯାଇପାରିବ । ରାଜୀବ ଗାନ୍ଧୀଙ୍କ ହତ୍ୟାରେ କଳ୍ପିତ ବୃହତ୍ତର ଷଡ଼ଯନ୍ତ୍ର (ଆମେରିକାର ହାତ)ର ତଦନ୍ତ କରିବାକୁ ବହୁ-ଅନୁଶାସନ ନିରୀକ୍ଷକ ସଂସ୍ଥା ଭଳି ଏହା କରାଯାଇପାରିବ । ଏହାର ନେତୃତ୍ୱ ପ୍ରଧାନମନ୍ତ୍ରୀଙ୍କ ପ୍ରଧାନ ସଚିବ ନେବା ଦରକାର । କମିଟି ଏକ ନିର୍ଦ୍ଧିଷ୍ଟ ସମୟ ଅବଧିରେ ରିପୋର୍ଟ ପ୍ରସ୍ତୁତ କରିବା ବାଞ୍ଛାନୀୟ । ଏଥିରେ ଶାସ୍ତ୍ରୀଙ୍କ ମୃତ୍ୟୁ କିଭଳି ହେଲା, ଘଟଣାଟିକୁ କିଭଳି ସଞ୍ଚାଳନ କରାଗଲା, ମୃତ୍ୟୁ ସ୍ୱାଭାବିକ ନଥିଲା’ର ସନ୍ଦେହକୁ ଦୂରୀଭୂତ କରିବା ଏହି କମିଟିର କାର୍ଯ୍ୟ ଅନ୍ତର୍ଭୁକ୍ତ ହୋଇଥିବ । ପରିବାରବର୍ଗ ତଥା ୧୯୬୬ରେ ଘଟଣାର ପ୍ରତ୍ୟକ୍ଷ ସାକ୍ଷୀଙ୍କ ବୟାନ ନଥିଭୁକ୍ତ କରାଯିବା ଉଚିତ୍ । ସେ ସମୟର କେତେକ କୁଟନୀତିଜ୍ଞ, ଗୁଇନ୍ଦା ଅଧିକାରୀ ଏବେ ବି ଜୀବିତ ।

କମିଟିର ମଧ୍ୟ ତଦନ୍ତ ସମ୍ବନ୍ଧୀୟ ଭେଷଜ ବିଜ୍ଞାନୀ ନିଦାନବିତ୍ (forensic pathologists) ଓ ଅନ୍ୟାନ୍ୟ ବିଶେଷଜ୍ଞଙ୍କୁ ସରକାରୀ ବୟାନ, ଫଟୋଚିତ୍ର, ନଥିପତ୍ର ଯୋଗାଇ ସେମାନଙ୍କ ପରାମର୍ଶ ନେବା ଉଚିତ୍ । ସରକାରୀ ସ୍ତରର ସୂଚନା ଅନୁସାରେ ଶାସ୍ତ୍ରୀଙ୍କ ମୃତ୍ୟୁ ଯେଭଳି ହୋଇଥିଲା ଶରୀରର ଅବସ୍ଥା ମଧ୍ୟ ସେହିଭଳି ଥିଲା, ଏହା ପରିଖିବା ନିମନ୍ତେ ମରଶରୀର ଦେଖିଥିବା ବ୍ୟକ୍ତବିଶେଷଙ୍କ ବିବରଣୀ ମଧ୍ୟ ଉପରୋକ୍ତ ବିଷାରଦଙ୍କୁ କମିଟି ତରଫରୁ ଯୋଗାଇ ଦିଆଯିବା ଉଚିତ । ଯଦି ଭୱଁରି ଦେବୀଙ୍କ ଦେହାବଶେଷ ଆମେରିକାର ଏଫବିଆଇକୁ ପଠାଇ ଦିଆ ଯାଇପାରିଲା ତାହେଲେ ଶାସ୍ତ୍ରୀ ପ୍ରହେଳିକାର ସମାଧାନ ପାଇଁ ସେମାନଙ୍କ ସାହାଯ୍ୟ କାହିଁକି ନ ନିଆଯିିବ ? ଏଫ.ବି.ଆଇ.ର ପରାମର୍ଶ ନିଆଯିବା ଉଚିତ୍ ହେବ କାରଣ ଯଦି ପରୀକ୍ଷଣ କରାଯାଏ ଓ ଏହା ଫଳ ଇନ୍ଦିରା ଗାନ୍ଧୀ ସରକାର ଦେଇଥିବା ଫଳଠାରୁ ଭିନ୍ନ ହୋଇଥାଏ ତାହେଲେ ପକ୍ଷପାତ ଆରୋପର ସ୍ୱର ଉଠିବାରେ ବିଳମ୍ବ ହେବନି । ୨ ଏପ୍ରିଲ ୨୦୧୮ରେ ସର୍ବୋଚ୍ଚ ଅଦାଳତର ରାୟ ପୂର୍ବରୁ କଂଗ୍ରେସ ଦଳ ଏକ ଷଡ଼ଯନ୍ତ୍ର ମତବାଦର ପ୍ରସାରଣ କରି କହିଥିଲା “ସ୍ୱର୍ଗତ ଜଷ୍ଟିସ୍ ଲୋହାଙ୍କ ଶବ ବ୍ୟବଚ୍ଛେଦ ମହାରାଷ୍ଟ୍ର ମନ୍ତ୍ରୀମଣ୍ଡଳର ଜଣେ ମନ୍ତ୍ରୀଙ୍କ ସଂପର୍କୀୟ ଡାକ୍ତରଙ୍କ ନିର୍ଦ୍ଧେଶମତେ ହେରଫେର କରାଯାଇଛି ।”୧୨(12 12Death Most Foul: Judge Loya’s Post-Mortem Tampered, accessed from Congress party’s official site:https://www.inc.in/en/in-focus/death-most-foul-judge-loyas-post-mortem-manipulated) ଯଦି ରାଜନୈତିକ କାରଣ ସକାଶେ ଭାରତର ମୁଖ୍ୟ ବିଚାରପତିଙ୍କୁ ପକ୍ଷପାତ ଆରୋପର ସମ୍ମୁଖୀନ ହେବାକୁ ପଡେ଼ ତାହେଲେ ତଦନ୍ତ ସମ୍ବନ୍ଧୀୟ ଭେଷଜ ବିଜ୍ଞାନୀ କ’ଣ ବର୍ତ୍ତିଜୀବେ ?

ମୁଁ (ଅନୁଜ ଧର) ଭାବୁଛି ଏଫବିଆଇ ସହିତ ଶାସ୍ତ୍ରୀଙ୍କ ପ୍ରସଙ୍ଗରେ ସାହାଯ୍ୟ ନିଆଯିବାର ଏକ ଦମ୍ଦାର କାରଣ ରହିଛି । ଶାସ୍ତ୍ରୀଙ୍କ ମୃତ୍ୟୁ କିଭଳି ଘଟିଲା’ର ସରକାରୀ ବୟାନ ସହିତ ତାଙ୍କ ଶରୀରର ଅବସ୍ଥାର ସଙ୍ଗତି ରହୁଛି ନା ନାହିଁ’ର ପ୍ରଶ୍ନ ଉପରେ ବ୍ୟକ୍ତିଗତ ଭାବେ ମୁଁ(ଅନୁଜ ଧର) ଅନେକ ଡାକ୍ତରଙ୍କ ସହିତ ଯୋଗାଯୋଗ କରିଥିଲି । ପ୍ରାୟ ସମସ୍ତେ କହିଲେ କିଛି ପ୍ରବଞ୍ଚନା ନିଶ୍ଚୟ ହେଇଛି । ଆଏନ୍ ୱେଷ୍ଟଙ୍କ ସହିତ ପରାମର୍ଶ ପରେ ସିପି ଶ୍ରୀବାସ୍ତବ ଦେଇଥିବା ବିବୃତିଠାରୁ ଏହା ସଂପୂର୍ଣ୍ଣ ଭିନ୍ନ । ଏଥିରେ ପ୍ରମୁଖ ବ୍ରିଟିଶ ଫରେନ୍ସିକ ବିଜ୍ଞାନୀଙ୍କୁ ଦୋଷ ଦିଆଯାଇନପାରେ, କାରଣ ଘଟଣାଟି ତାଙ୍କଠାରେ ଯେଭଳି ପେଶ୍ କରାଗଲା ସେ ସେଭଳି ନିର୍ଯ୍ୟାସରେ ଉପନୀତ ହୋଇଥିଲେ । ଶାସ୍ତ୍ରୀଙ୍କ ମୃତ୍ୟୁରେ ସରକାରଙ୍କ ପକ୍ଷରେ ଯୋଗାଇ ଦିଆଯାଇଥିବା ବିବରଣୀରେ ହିଁ ସେ ମନୋନିବେଶ କରିଥିଲେ । ଫଳଫଳ ଏକପାଖିଆ ହୋଇଥିଲେ ହେଁ ସ୍ୱୟଂ ୱେଷ୍ଟ ଅନୁଭବ କରିଥିଲେ “ଶବ ବ୍ୟବଚ୍ଛେଦ ଓ ବିଷକ୍ରିୟା ସମ୍ବନ୍ଧୀୟ ପରୀକ୍ଷଣ ବିନା ବିଷ ପ୍ରୟୋଗ ହୋଇନାହିିଁ ବୋଲ ଦୃଢ଼ ଭାବେ କହିିବା ଅସମ୍ଭବ” । ସେ ହୃଦଘାତର ସମସ୍ତ ଲକ୍ଷ୍ମଣ ଦେଖିଥିଲେ- କାରଣ ଏହା ହିଁ ତ ସରକାରୀଙ୍କ ଦ୍ୱାରା ପର୍ଯ୍ୟବେସିତ ତଥ୍ୟ ଥିଲା । ଯେବେ ମୁଁ(ଅନୁଜ ଧର) ବିଷେଶଜ୍ଞଙ୍କଠାରୁ ଏ ବିଷୟରେ ଜାଣିବାକୁ ଚାହିଁଲି ସେମାନଙ୍କ ନିକଟରେ ଉଭୟ ସରକାରୀ ବିବୃତି ଓ ଶାସ୍ତ୍ରୀଙ୍କ ପରିବାର ବର୍ଗଙ୍କ ପ୍ରତିକ୍ରିୟାର ସମସ୍ତ ତଥ୍ୟ ଉପସ୍ଥାପିତ କଲିି । ଏହା ବାଦ୍ ତାସ୍କନ୍ଦରେ ଶାସ୍ତ୍ରୀଙ୍କ ଶରୀରର ଫଟୋ(ଯେବେ ଶରୀର ସ୍ୱାଭାବିକ ଦୃଶ୍ୟ ହେଉଥିଲା) ଓ ଦିଲ୍ଲୀରେ ନିଆଯାଇଥିବା ଫଟୋଚିତ୍ର (ଏଥିରେ ଶରୀର ଗାଢ଼ ନୀଳ ଓ ଫୁଲିଯାଇବା ଜଣାଯାଉଥିଲା) ମଧ୍ୟ ସଂଯୁକ୍ତ କରିଥିଲି ।

ସରକାରୀ ନଥିପତ୍ରରୁ, ଶାସ୍ତ୍ରୀଜୀଙ୍କ ପରିବାର ସଦସ୍ୟଙ୍କଠାରୁ (ବିଶେଷକରି ଲଲିତା ଶାସ୍ତ୍ରୀ ‘ଧର୍ମଯୁଗ’କୁ ଦେଇଥିବା ସାକ୍ଷାତକାର ଆଧାରିତ ସୂଚନା) ମୁଁ (ଅନୁଜ ଧର) ଯାହା ତଥ୍ୟ ସଂଗ୍ରହ କଲି, ସେସବୁର ଏକ ଯଥାଯଥ ଚିଠା ବିଷେଶଜ୍ଞଙ୍କ ଯାଞ୍ଚ ନିମନ୍ତେ ପ୍ରସ୍ତୁତ କଲି । ତାସକନ୍ଦଠାରେ, ବରିଷ୍ଠ ସୋଭିଏତ ଚିକିତ୍ସକଗଣ ତଥା ଡ଼ ଚୁଗ ଶାସ୍ତ୍ରୀଜୀଙ୍କୁ ବଞ୍ଚାଇବାର ଅନ୍ତିମ ପ୍ରଚେଷ୍ଟାର ବିସ୍ତୃତ ବିବରଣ ମଧ୍ୟ ଏହି ଚିଠାରେ ସ୍ଥାନିତ ହୋଇଥିଲା; ତାଙ୍କ ଶରୀରରେ ବିଭିନ୍ନ ଔଷଧର ପ୍ରୟୋଗ, ପୁଣି ଜୀବନ ରକ୍ଷା କରିବାର ଅସଫଳତା ପରେ କିପରି ତାଙ୍କ ଶରୀରକୁ ସଂରକ୍ଷିତ କରାଗଲା ଆଦି । ତିନି ଲିଟର ଖାଣ୍ଟି ସ୍ପିରିଟ, ଏକ ଲିଟର ଫର୍ମାଲିନ ଓ ୨୦୦ ଗ୍ରା.ମ. ୟରୋଟ୍ରୋପାଇନ୍ର ମିଶ୍ରଣରେ ପ୍ରସ୍ତୁତ ତରଳ ପଦାର୍ଥ ଉଋସନ୍ଧିରେ ଏକ ଛିଦ୍ର ଦ୍ୱାରା ଧମନୀରେ ଅନୁପ୍ରବେଶ କରାଯାଇଥିଲା । କିନ୍ତୁ କିଛି ଘଣ୍ଟା ଉପରାନ୍ତ ଯେବେ ପରିବାର ଲୋକେ ଶାସ୍ତ୍ରୀଙ୍କ ମରଶରୀରକୁ ଦେଖିବାର ସୁଯୋଗ ପାଇଲେ, ଲକ୍ଷ୍ୟ କଲେ ଯେ ମୁହଁ ଓ ଦେହର ଉପରିଭାଗ ଗାଢ ନୀଳ ପଡ଼ିଯାଇଛି । ମୁହଁ ଫୁଲିଯାଇଥିଲା, କଳା ପଡ଼ିଯାଇଥିଲା ତଥା କପାଳର ଦୁଇ ପାଶ୍ୱର୍ରେ ଏବଂ ଲଲାଟରେ ଧଳା ଦାଗ ନଜରକୁ ଆସୁଥିଲା । ଶରୀର ଟାଣ ହୋଇଯାଇଥିଲା ଓ ଏତେ ଫୁଲିଯାଇଥିଲା ଯେ ଅନ୍ତିମ କୃତ ନିମନ୍ତେ ସେ ପିନ୍ଧିଥିବା ଗଞ୍ଜିକୁ ଚିରି ବାହାର କରିବାକୁ ପଡ଼ିଥିଲା । କୁର୍ତ୍ତା ମଧ୍ୟ ଅନେକ କଷ୍ଟରେ କଢ଼ା ଯାଇପାରିଲା । ବେକର ପଶ୍ଚାଦ୍‌ରେ ଏକ ଛିଦ୍ରରୁ ରକ୍ତ କ୍ଷରଣ ହେଉଥିଲା ଓ ଚଦର, ତଖିଆ ତଥା କପଡ଼ା ସବୁ ରକ୍ତରେ ଭିଜିଯାଇଥିଲା । ପେଟରେ ଏକ କଟା ଦାଗରେ ପ୍ଲାଷ୍ଟର ଜଡ଼ା ଯାଇଥିଲା ।

ମୋର(ଅନୁଜ ଧର) ପ୍ରଶ୍ନ ଥିଲା: କ’ଣ ଫଟୋ ତଥା ପରିବାରବର୍ଗଙ୍କ ବର୍ଣ୍ଣନା ଅନୁଯାୟୀ ମରଶରୀରର ଅବସ୍ଥା ସରକାରୀ ବୟାନ ଓ ପରବର୍ତ୍ତୀ ସଂରକ୍ଷଣ ପ୍ରକ୍ରିୟା ଅନୁରୂପ ଥିଲା ? ବିଷେଶଜ୍ଞଙ୍କ ଅବଗତି ନିମନ୍ତେ ମୁଁ (ଅନୁଜ ଧର) ନିମ୍ନୋକ୍ତ ତଥ୍ୟ ମଧ୍ୟ ଯୋଗାଇଥିଲି ।

‘ପରିବାରବର୍ଗ ତଥା ଅନ୍ୟମାନଙ୍କ ଆରୋପ ଅନୁସାରେ ମୃତ୍ୟୁ ସ୍ୱାଭାବିକ ନଥିଲା, ବିଷ ଦିଆଯାଇଥିଲା (ସମ୍ଭବତଃ ଫ୍ଲାକ୍ସରେ ମହଜୁଦ ପାଣିରେ ବିଷ ପ୍ରୟୋଗ କରାଯାଇଥିଲା) ଓ ଶରୀରରେ ବିଷପ୍ରକ୍ରିୟା ଜନିତ ପ୍ରଭାବ / ଲକ୍ଷଣକୁ ଲୁଚାଇବାକୁ ଶବ ସଂରକ୍ଷଣ କରାଯାଇଥିଲା । ଆମେ ଏବେ ଜାଣୁ ଯେ ଶାସ୍ତ୍ରୀଙ୍କ ପ୍ରାଣତ୍ୟାଗର ତୁରନ୍ତ ପରେ ବିଷଜନିତ ମୃତ୍ୟୁ ହୋଇଥାଇପାରେ ବୋଲି ରୁଷୀୟ ସନ୍ଦେହ କରୁଥିଲେ; ଶବ ବ୍ୟବଚ୍ଛେଦ କରାଇବାକୁ ପ୍ରସ୍ତାବ ମଧ୍ୟ ଦେଇଥିଲେ କିନ୍ତୁ ଭାରତ ସରକାର ସ୍ୱୀକୃତି ଦେଇନଥିଲେ/ପ୍ରତ୍ୟାଖ୍ୟାନ କରିଥିଲେ । ପ୍ରାପ୍ତ ସୂଚନା ଅନୁସାରେ ସେଦିନମାନଙ୍କରେ ବିଶେଷକରି ବିଷକ୍ରିୟା ଜନିତ ଜୀବନହାନି, ଦୁର୍ଘଟଣା ଓ ହତ୍ୟାର ସଠିକ୍ କାରଣ ନିରୂପିତ କରିବାକୁ ସୋଭିଏତ ସଂଘ ଯଥେଷ୍ଟ ପ୍ରଯତ୍ନଶୀଳ ଥିଲା । ସନ୍ଦେହଜନକ ବିଷକ୍ରିୟା ଜନିତ ମୃତ୍ୟୁରେ ଦେହର ପ୍ରତିଟି ଅଙ୍ଗର ରାସୟନିକ ପରୀକ୍ଷଣ କରାଯାଉଥିଲା ଏବଂ କେତେକ କ୍ଷେତ୍ରରେ ବିଜାଣୁ ଅନୁଷ୍ଠାନ (bacteriological institutes)କୁ ଅଧିକ ଯାଞ୍ଚ ସକାଶେ ପ୍ରେରଣ କରାଯାଉଥିଲା । ଚିକିତ୍ସା ବିଜ୍ଞାନରେ ଜ୍ଞାନ ନଥିବା ମୋ(ଅନୁଜ ଧର) ଭଳି ଜଣେ ସାଧାରଣ ବ୍ୟକ୍ତି ସଠିକ୍ ରୂପେ କହିପାରିବ ନାହିଁ ଯେ ଦଳେ ଯୋଗ୍ୟ ଡାକ୍ତରଙ୍କ ଦ୍ୱାରା କରାଯାଇଥିବା ଶବ ସଂରକ୍ଷଣର ମାତ୍ର କିଛି ଘଣ୍ଟା ପରେ ଶରୀରର ଏଭଳି ଅବସ୍ଥା କେମିତି ହୋଇଯିବ । ଶବ ସଂରକ୍ଷଣ କରିବାରେ ସୋଭିଏତ ଅତ୍ୟନ୍ତ ଦକ୍ଷ । ଭ୍ଲାଦିମିର ଲେନିନ୍‌ଙ୍କ ଶବ୧୩ ଆଜି ବି ଅକ୍ଷୁଣ୍ଣ ରହିଛି ।(13 Pathologists Alexei Ivanovich Abrikosov embalmed Lenin’s body shortly after his death in 1924 )

ମୋ ଟିପ୍ପଣୀ ଆଧାରରେ ଘଟଣାଟିକୁ ଅବଲୋକନ କରିଥିଲେ ତିନିଜଣ ବିଶେଷଜ୍ଞ । ପ୍ରଥମ ଜଣକ ହେଉଛନ୍ତି, ପ୍ରଫେସର ଡ଼.ସୌମ୍ୟା ଚକ୍ରବର୍ତ୍ତୀ (ଏମଏସ୍, ଆନାଟୋମୀ, ଏଫଏଆଇଏମଇଆର (FAIMER), ଯୁକ୍ତରାଷ୍ଟ୍ର ଆମେରିକା), ଜଣେ ସ୍ୱନାମଧନ୍ୟ ଶରୀର ବିଜ୍ଞାନୀ ତଥା ଶବଲେପନକାରୀ ଓ ଜୈବନୈତିକ ବିଶାରଦ । ସମ୍ପ୍ରତି ଡ଼. ଚକ୍ରବର୍ତ୍ତୀ କୋଲକତା ଅନ୍ତର୍ଗତ, ଜୋକାସ୍ଥିତ ଇଏସଆଇ ପିଜିଆଇଏମଏସ୍ଆର (ESI PGIMSR)ଠାରେ ପ୍ରାଧ୍ୟାପକ ଓ ଶରୀର ବିଜ୍ଞାନ ବିଭାଗର ମୁଖ୍ୟ ରୂପେ କାର୍ଯ୍ୟରତ । ଅଧ୍ୟୟନର ପ୍ରକୃତ ବିଷୟବସ୍ତୁର ଅନାବରଣ ନକରି ଡ଼ ଚକ୍ରବର୍ତ୍ତୀ ଅନୁଭବୀ ଶରୀର ବିଜ୍ଞାନୀ ତଥା ଅପରାଧ ସମ୍ବନ୍ଧୀୟ କାର୍ଯ୍ୟକଳାପର ବୈଜ୍ଞାନିକ ତଥା ନ୍ୟାୟିକ ପରୀକ୍ଷଣ ବିଜ୍ଞାନୀଙ୍କ(Forensic expert) ସହିତ ପରାମର୍ଶ କରିଥିଲେ । ସେମାନଙ୍କଠାରୁ ମତାମତ ପ୍ରାପ୍ତ ହୁଏନ୍ତେ ଚକ୍ରବର୍ତ୍ତୀ ନିମ୍ନଲିଖିତ ସୂତ୍ରୀ ପ୍ରସ୍ତୁତ କଲେ :

ଏକ ଛଅଜଣିଆ ଦଳ ଶବ ସଂରକ୍ଷଣ ପ୍ରକ୍ରିୟା ସମ୍ପାଦିତ କରିଥିଲେ । କିନ୍ତୁ ଶିକ୍ଷାଗତ ଯୋଗ୍ୟତା, ପଦବୀ ଏବଂ ଅନୁଭୂତି ଭିତ୍ତି ଅନୁସାରେ ସେମାନେ ଶବ ସଂରକ୍ଷଣ ବିଜ୍ଞାନରେ ପାରଦର୍ଶିତା ନଥିଲା ।

  • ଶବ ସଂରକ୍ଷଣରେ ବ୍ୟବହୃତ ରାସାୟନିକ ତରଳ ଦ୍ରବ୍ୟ, ଏକ ଲିଟର ଫର୍ମାଲିନ ଓ ତିନି ଲିଟର ଖାଣ୍ଟି ସ୍ପିରିଟରେ ପ୍ରସ୍ତୁତ ହେବା ଉଚିତ୍ । କିନ୍ତୁ ଏହି ମିଶ୍ରଣ ପ୍ରସ୍ତୁତିରେ ତୃଟି ପରିଲକ୍ଷିତ ହୁଏ । ଫର୍ମାଲିନ ପାଞ୍ଚ ଲିଟର ସହିତ ମୋଟାମୋଟି ଛଅ ଲିଟରର ତରଳ ପଦାର୍ଥ ଶବ ସଂରକ୍ଷଣରେ ବ୍ୟବହାର କରାଯାଏ ।
  • ସଂରକ୍ଷଣ ପ୍ରକ୍ରିୟାର ସମୟ କେଉଁଠି ବି ଉଲ୍ଲେଖ ନାହିଁ । ସେତେବେଳେ ତାସକନ୍ଦରେ ଭୀଷଣ ଥଣ୍ଡା ଅନୁଭୂତ ହେଉଥିଲା ।
  • ମରଶରୀର ଭାରତରେ ପହଞ୍ଚିବା ପରେ କାହିଁକି ଶବ ବ୍ୟବଚ୍ଛେଦ କରାଗଲା ନାହିଁ? ସଂରକ୍ଷଣ ପରେ ଶବ ବ୍ୟବଚ୍ଛେଦ କରାଯିବାରେ କୌଣସି ଅସୁବିଧା ନାହିଁ ଯଦିଓ ଏହା ଶରୀରରେ ବିଷକ୍ରିୟା ପ୍ରଭାବର ଅଧ୍ୟୟନରେ ବାଧା ଉତ୍ପନ୍ନ କରିପାରେ ।
  • ଶରୀରର ଉପରିଭାଗ ଓ ମୁହଁ ଗାଢ଼ ନୀଳ ରଙ୍ଗ ଦେଖାଯିବା: ନୀଳ ରଙ୍ଗ, ରକ୍ତ କୋଷିକା (haemoglobin)ର ଅଭାବକୁ ଦର୍ଶାଏ ଓ ଏହା ବିଷକ୍ରିୟା ପ୍ରଭାବ ବା ୧୪ଶ୍ୱାସରୁଦ୍ଧ ଜନିତ ମୃତୁ୍ୟ ପରବର୍ତ୍ତୀ ୧୫ cyanosis ଓ 16 histotoxic anaemia ବୋଲି ଜଣାଯାଏ । (୧୪ଝୁଲିପଡ଼ି, ତଣ୍ଟିଚିପି, ଶ୍ୱାସରୋଧକ, ବୁଡ଼ିଯାଇ ଆଦି ଜୀବନହାନି, ଶ୍ୱାସରୁଦ୍ଧ ଜନିତ ମୃତ୍ୟୁ ପର୍ଯ୍ୟାୟଭୁକ୍ତ । )

( ୧୫ଶରୀର ନୀଳ ବା ବାଇଗେଣୀ ରଙ୍ଗ ଧାରଣା କରିବା)

(୧୬ ୱିକିପେଡ଼ିଆ ଅନୁସାରେ କୋଷ ଓ କୋଷିକାରେ/ ରକ୍ତପ୍ରବାହରେ ଅମ୍ଳଜାନର ସ୍ୱାଭାବିକ ରକ୍ତ ପ୍ରେରଣ ଓ ସଞ୍ଚାଳନ ସତ୍ତ୍ୱେ ରକ୍ତପ୍ରବାହରୁ ଅମ୍ଳଜାନକୁ ଶୋଷିନେବାରେ ରକ୍ତ କଣିକାର ଅସମର୍ଥତା / ଦୁର୍ବଳତାକୁ histotoxic hypoxia କୁହାଯାଏ । ସାଏନାଇଡ଼ (cytochrome oxidase କାର୍ଯ୍ୟକୁ ପ୍ରତିରୋଧ କରିଥାଏ) ତଥା hydrogen sulphide (ନାଳନର୍ଦ୍ଧମାର ର୍ବଜ୍ୟବସ୍ତୁରୁ ଉପଜାତ ଉତ୍ପାଦ ତଥା ଚମଡ଼ା ପ୍ରକ୍ରିୟାକରଣରେ ବ୍ୟବହୃତ ) ଭଳି ବିଷରେ କୋଷ ଆକ୍ରାନ୍ତ ହେଲେ,histotoxic hypoxia ହୋଇଥାଏ । Histotoxic hypoxia, ଯୋଗୁଁ Histotoxic anemia ନାମକ ଏକ ଶାରିରୀକ ଅବସ୍ଥା ଦେଖାଦିଏ । ଏହା ରକ୍ତପ୍ରବାହରୁ ରକ୍ତ କଣିକା ହ୍ରାସ କରାଏ ଓ ସମ୍ଭବତଃ ଶରୀରରେ ବିଷର ଉପସ୍ଥିତି ଯୋଗୁଁ ଏହା ହୋଇଥାଏ ।)

ପ୍ରାୟତଃ ଶରୀରର ନିର୍ଭରଶୀଳ ଅଙ୍ଗଗୁଡ଼ିକ ଅଧିକ ନୀଳ ପଡ଼ିଯାଏ ଯଦିଓ ପ୍ରାରମ୍ଭିକ କାଳରେ ଓଠ ଓ ଆଖିର ବାହାର ଅଂଶକୁ ଆଚ୍ଛାଦିତ କରିଥିବା ଝିଲ୍ଲି (Bulbar conjunctiva)୧୭ ନୀଳ ବର୍ଣ୍ଣ ଧାରଣ କରେ । (୧୭ଆଖି ପତାର ଅନ୍ତରୀୟକୁ conjunctiva ନାମକ ଏକ ନରମ ଆବରଣ ଆଚ୍ଛାଦିତ କରିଥାଏ । Bulbar conjunctiva ଆଖି ପତାର ବାହ୍ୟ ଆବରଣ)

  • ଲଲାଟରେ ଧଳା ଦାଗ : ଏହା ରକ୍ତ ପ୍ରବାହ ବାଧା ଜନିତ ଠାଏଁ ଠାଏଁ ଶେତାଳିଆ କ୍ଷେତ୍ର । ଚିକିତ୍ସା ଶାସ୍ତ୍ରରେ ଏହି ଦାଗକୁ contract pallor କୁହାଯାଏ ।
  • ଯଦି ଶବ ସଂରକ୍ଷଣର ସମସ୍ତ ପର୍ଯ୍ୟାୟ ସୂଚାରୁ ବୈଜ୍ଞାନିକ ରୀତିନୀତି ଅନୁଯାୟୀ ସମ୍ପାଦିତ ହୋଇଥାଏ, ତାହେଲେ ତାସକନ୍ଦର ସର୍ବନିମ୍ନ ତାପମାତ୍ରାରେ ଶରୀରକୁ ଛୁଇଁଲେ, ତାହା ଟାଣ ଲାଗିବ ନାହିଁ । ଯଦି ଟାଣ ଅନୁଭୂତ ହୁଏ, ତାହାଲେ ମୃତ୍ୟୁ ବହୁ ପୂର୍ବରୁ ହୋଇସାରିଛି ବା ଏହା ଶବ ସଂରକ୍ଷଣଜନିତ ତ୍ରୁଟିକୁ ସୂଚାଏ ।
  • ବେକରେ ଛିଦ୍ର : ଚିହ୍ନଟ ହୋଇନପାରିଥିବା ଗୁଳିବିଦ୍ଧ ଛିଦ୍ର ହୋଇଥାଇପାରେ । ଶରୀର ମଧ୍ୟରେ ଗୁଳି ରହିଯାଇଥିବ ନତୁବା ଅସ୍ତ୍ରାଘାତ ଜନିତ କ୍ଷତ । କିନ୍ତୁ ଏଠାରୁ ରକ୍ତ କ୍ଷରଣ ନୁହେଁ; ସଂରକ୍ଷଣରେ ବ୍ୟବହୃତ ତରଳ ରାସୟନିକ ଦ୍ରବ୍ୟ ସ୍ୱରଙ୍ଗ ପରିବର୍ତ୍ତିତ ପ୍ରବାହ ।
  • ପେଟରେ ଦୃଶ୍ୟ ପ୍ଲାଷ୍ଟର ଆବୃତ କଟା ଦାଗଟି, ଶବ ସଂରକ୍ଷଣ (embalming) ଲାଗି ଉଦ୍ଧିଷ୍ଟ ମିଶ୍ରଣର ଉଋ ଧମନୀରେ ଅନ୍ତଃକ୍ଷେପଣ (injection) ଜନିତ ହୋଇଥାଇପାରେ ।
  • ମୃତ୍ୟୁର ଦୁଇ ଘଣ୍ଟା ମଧ୍ୟରେ ୧୮ଶରୀରର ନିମ୍ନଭାଗ ବା ଅନ୍ୟାନ୍ୟ ଅଙ୍ଗରେ ମାଧ୍ୟକର୍ଷଣ ଶକ୍ତି ଯୋଗୁଁ ରକ୍ତ ଜମାଟ ବାନ୍ଧିବା ଆରମ୍ଭ ହୋଇଯାଏ । ଏହାକୁ ଚିକିତ୍ସାଶାସ୍ତ୍ରରେ 18 post mortem hypostatis କୁହାଯାଏ । ଏହି ମୃତ୍ୟୁ ପର ପ୍ରକ୍ରିୟା ୪-୬ ଘଣ୍ଟାରେ ସମାପ୍ତ ହୁଏ ଓ ଶରୀର ନେଳି ପଡ଼ିଯାଏ ।
  • ଶରୀର ଫୁଲିଯିବା, ସଢ଼ିବାର ଆଦ୍ୟ ଲକ୍ଷଣ : ଶବରେ ଅଙ୍ଗାରକାମ୍ଳ ଓ ପାଣି ଜମାଟ ବାନ୍ଧିଲେ, ଶରୀର ଫୁଲିଯାଏ । ଗ୍ରୀକ୍ଷ୍ମରେ ୧୨-୨୪ ଘଣ୍ଟାରେ ଶବ ଗଳିବା ଓ ୨୪-୩୬ ଘଣ୍ଟାରେ ଫୁଲିବା ଆରମ୍ଭ ହେଲେ ଥଣ୍ଡା ପରିବେଶ /ଦେଶ/ପ୍ରଚଣ୍ଡ ଶୀତ ଋତୁରେ ଏହା ୪୮ ଘଣ୍ଟା ବା ଅଧିକ ସମୟ ନିଏ ।

ଶରୀର ଅଙ୍ଗଗୁଡ଼ିକୁ କାହିଁକି ରାସାୟନିକ ପରୀକ୍ଷଣ ଲାଗି ପଠାଗଲା ନାହିଁ ; ଯଦି ରୁଷିଆରେ ଏହା କରାଯିବା ଘେନି ଆପତ୍ତି ଥିଲା, ତାହେଲେ ଭାରତକୁ ପଠାଇ ଦିଆଯାଇ ପାରିଥାଆନ୍ତା । ରାସାୟନିକ ପରୀକ୍ଷଣ ସକାଶେ ଶରୀର ଅଙ୍ଗ, ରକ୍ତ ନମୁନାକୁ ବିଜାଣୁ ଅନୁଷ୍ଠାନ (bacteriological insititutes) କୁ ନୁହେଁ ବରଂ ଫରେନସିକ୍ ରାସାୟନିକ (forensic chemical analysis laboratories)ପରୀକ୍ଷାଗାରକୁ ପଠାଯିବା ବିଧେୟ । କାରଣ bacteriological insititutes ରାସାୟନିକ ବିଷ ମାମଲା ନୁହେଁ, କେବଳ ଜୀବାଣୁ ସମ୍ବନ୍ଧୀୟ ପରୀକ୍ଷା ନିରୀକ୍ଷା କରେ ।

ତେଣୁ ଡ଼. ସୌମ୍ୟା ଚକ୍ରବର୍ତ୍ତୀଙ୍କ ଭାଷାରେ, ସବୁ ପ୍ରଶ୍ନର ଉତ୍ତରରେ ଏହା କୁହାଯାଇପାରେ ଯେ:

  • ବିଷ ପ୍ରୟୋଗ ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରିବ ନାହିଁ କିନ୍ତୁ ଏହାର ସଠିକତା ଦର୍ଶାଇବା ଲାଗି ପ୍ରାପ୍ତ ସୂଚନା/ତଥ୍ୟ ସମ୍ଭାର ପର୍ଯ୍ୟାପ୍ତ ନୁହେଁ ।
  • ଶବ ସଂରକ୍ଷଣ (embalming) ବ୍ୟାପାରଟି କେବଳ ନାମ ମାତ୍ର ଥିଲା । ମରଶରୀରକୁ ତୁରନ୍ତ ଭାରତ ପଠାଇବା ଉଦ୍ଧେଶ୍ୟରେ ଏହା ଯେନେତେଣ ପ୍ରକାରଣେ କରାଯାଇଥିଲା । ଶବ ବ୍ୟବଚ୍ଛେଦ କରାଯାଇନଥିଲା; ବିଷ ପ୍ରୟୋଗକୁ ନିରୂପିତ କରିବା ଲାଗି ବୈଜ୍ଞାନିକ ଅଧ୍ୟୟନ/ପରୀକ୍ଷଣରେ, ଶବ ସଂରକ୍ଷଣ ଜନିତ ରାସାୟନିକ ପ୍ରଭାବ ବିଶେଷ ବାଧା ଉତ୍ପନ୍ନ କରିଥାଏ । ଶବ ସଂରକ୍ଷଣ, ଶରୀରରେ ବିଷର ଲକ୍ଷ୍ମଣଗୁଡ଼ିକୁ ଘୋଡ଼ାଇ ଦେଇଥାଏ ଯଦିଓ ଶବ ସଂରକ୍ଷଣ ପରେ ବ୍ୟବଚ୍ଛେଦ କରାଯିବାରେ କୌଣସି ଅସୁବିଧା ନାହିଁ ।
  • ବ୍ୟବଚ୍ଛେଦ ବିନା ମୃତ୍ୟୁର ପ୍ରକୃତ କାରଣ ଚିହ୍ନିତ କରାଯିବା ସମ୍ଭବ ନୁହେଁ । ଶବ ବ୍ୟବଚ୍ଛେଦ ଏକ ଉତ୍ତମ ପଦକ୍ଷେପ ହୋଇଥାଆନ୍ତା । ଶବ ବ୍ୟବଚ୍ଛେଦ ମାମଲାରେ ରୁଷ ବେଶ୍ ପ୍ରଯତ୍ନଶୀଳ ସତ୍ତ୍ୱେ କାହିଁକି ଏହା କରାଗଲା ନାହିଁ’ର ପ୍ରଶ୍ନ ଅଯଥାର୍ଥ ନୁହେଁ ।
  • ଯଦି ରୁଷ ଶବ ସଂରକ୍ଷଣରେ ଏତେ ଦକ୍ଷ, ଶାସ୍ତ୍ରୀଙ୍କ ପ୍ରସଙ୍ଗରେ ଏହା ସଠିକ୍ ରୂପେ କାହିଁକି କରାଗଲା ନାହିଁ ?

ଡ଼. ସାୟନ ବିଶ୍ୱାସ (ଏମଡ଼ି, ନ୍ୟାୟିକ ପରୀକ୍ଷଣ ଓ ବିଷ ବିଜ୍ଞାନୀ, ନୀଲ ରତନ ସର୍କାର, ସରକାର ମେଡ଼ିକାଲ କଲେଜ, କୋଲକତା) ମଧ୍ୟ ବିଷଜନିତ ମୃତ୍ୟୁ ସମ୍ଭାବନା ବାଦ୍ ଦେଇନଥିଲେ । ଆଇନର ପ୍ରାବଧାନ ଆଧାରରେ ସେ କହିଥିଲେ, ଅକସ୍ମାତ୍ ନିଧନରେ ଶବ ବ୍ୟବଚ୍ଛେଦ ବାଧ୍ୟତାମୂଳକ ଅଟେ । ଏଭଳିକି ଦରକାର ହେଲେ, ଦ୍ୱିତୀୟ ବ୍ୟବଚ୍ଛେଦ ମଧ୍ୟ କରାଯାଇପାରେ । ସେ ଆହୁରି କହିଥିଲେ, ଶାସ୍ତ୍ରୀଙ୍କ ଶରୀରକୁ ସଂରକ୍ଷଣ ରଖିବା ଲାଗି ବ୍ୟବହୃତ ରାସାୟନିକ ପଦାର୍ଥର ପରିମାଣ ପର୍ଯ୍ୟାପ୍ତ ନଥିଲା । ‘ଜଣେ ୬୫-୭୦କେଜି ଓଜନର ସାଧାରଣ ବୟସ୍କ ଲାଗି ହାରାହାରି ୧୦ ଲିଟର ତରଳ ରାସାୟନ ଦରକାର ।’ କୋଷିକାରେ ଏହି ପଦାର୍ଥର ଅତ୍ୟଧିକ ମାତ୍ରା ଦେହ ଫୁଲାଇଦିଏ । କିନ୍ତୁ ଶାସ୍ତ୍ରୀଙ୍କ କ୍ଷେତ୍ରରେ କମ୍ ପରିମାଣ ବ୍ୟବହାର କରାଯାଇଥିଲା । ତେଣୁ ତାଙ୍କ ଶରୀର ଫୁଲିଯିବା ନିଶ୍ଚିତ ରୂପେ କୋଷିକାରେ ଶବ ସଂରକ୍ଷଣରେ ବ୍ୟବହୃତ ତରଳ ରାସାୟନ ଦ୍ରବ୍ୟର ମାତ୍ରାଧିକ ଉପସ୍ଥିତି ନୁହେଁ ।

ତା’ପରେ

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top