ଅନୁବାଦ ସାହିତ୍ୟ

ବିଷାକ୍ତ ବାମପନ୍ଥ

Er Bidyadhar Panda's Bishakta Bampanth

ଇତିହାସ ପରି ପ୍ରମୁଖ ଜିନିଷକୁ ଇତିହାସକାରଙ୍କ ଭରସାରେ ଛଡାଯାଇ ପାରେନା

ବିଷାକ୍ତ ବାମପନ୍ଥ

ବହିର ନାମ: विषैला-वामपंथ
ମୂଳଲେଖା-ଡା. ରାଜିବ ମିଶ୍ର
ଅନୁବାଦ- ଇଂ. ବିଦ୍ୟାଧର ପଣ୍ଡା
ପ୍ରଥମ ପ୍ରକାଶକ- ଶାନ୍ତି ପବ୍ଲିଶରସ୍ ଇଣ୍ଡିଆ

ପ୍ରଥମ ସଂସ୍କରଣର ଭୂମିକା

ବାମପନ୍ଥ ଉପରେ ଏକ ପୁସ୍ତକ କାହିଁକି ଲେଖିବି? ଯାହା ଘଟି ଗଲା, ଚାଲି ଗଲା, ସରିଗଲା, ଆପେଆପେ ଖର୍ଚ୍ଚ ହୋଇଗଲା ତାହା ଉପରେ ଆଉ ଚିନ୍ତନ ମନ୍ଥନ କରି ସମୟ ନଷ୍ଟ କରିବା କ’ଣ ଦରକାର ? ବାମପନ୍ଥ ବିଷୟରେ ଲିଖିତ ପୁସ୍ତକ କାହାର ବା ପସନ୍ଦ ହେବ! ତା’କୁ ପଢ଼ିବ କିଏ ? ଆଜି ବାମପନ୍ଥ ଆଉ ଅଛି କେଉଁଠି ଯେ କିଏ ତାର ଆଦର ସତ୍କାର କରିବାକୁ ଚାହିଁବ ?

ରଷିଆରେ ବାମପନ୍ଥ ଥିଲା, ପୂର୍ବ ୟୁରୋପରେ ଥିଲା, କୋରିୟା ଏବଂ କ୍ୟୁବାରେ ବଞ୍ଚିଛି, ଚିନ୍‌ରେ ରଙ୍ଗରୂପ ବଦଳେଇ ପୁଞ୍ଜିବାଦ (କ୍ୟାପିଟାଲିଜିମ୍) ସାଙ୍ଗରେ ବଢ଼ିବାରେ ଲାଗିଛି, ହେଲେ ଆମର ସେଥିରେ ଯାଏ ଆସେ କେତେ !

ଭାରତରେ ଇଏ ପଶ୍ଚିମବଙ୍ଗରୁ ଉଜୁଡି ଗଲା, ତ୍ରିପୁରାରେ ନଷ୍ଟ ହୋଇଗଲା, କାଲି କି ପଅରଦିନ କେରଳରେ ବି ମରିଯିବ, ତେଣୁ ୟା’ କଥା କ’ଣ ଆଉ କହିବା ! ଭାରତବାସୀଙ୍କ ପାଇଁ ବୋଧହୁଏ ଏହା ଗ୍ରହଣୀୟ ନୁହେଁ, ସବୁଜାଗାରେ ୟାକୁ ଦୂର୍‌ଦୂର୍ ମାର୍‌ମାର୍ କଲେ । ମଦ ପିଇକି କେଉଁ ନାଳରେ ପଡିଛି, କେଉଁ ବୁଦ୍ଧିଜୀବୀଙ୍କର ବହିଥାକରେ କିମ୍ବା ଅଡୁଆ ଦାଢିରେ ରହି ୟେ ଆମର କ’ଣ କ୍ଷତିକରୁଛି ଯେ ଆମେ ଏହା ବିଷୟରେ ଆଜି ଏମିତି ଏତେ ଗୁରୁତ୍ୱ ଦେଇ କଥା ହେଉଛେ !

ଏହି ପରିସ୍ଥିତିରେ ବାମପନ୍ଥ କାହିଁକି ପ୍ରାସଙ୍ଗୀକ !

ସତରେ କ’ଣ ବାମପନ୍ଥ ପରାଜୟ ବରଣ କରିସାରିଛି ? କିମ୍ବା ଏହା କେବଳ ରୂପ ବଦଳେଇ ଦେଇଛି ଏବଂ ଏକ ରାଜନୈତିକ ଆନ୍ଦୋଳନ ପରିବର୍ତ୍ତେ ଏକ ସାମାଜିକ ଶକ୍ତି ହିସାବରେ ଆଜି ବି ସତ୍ତା ଭୋଗ କରୁଛି ?

କିଶୋରାବସ୍ଥାରେ ପ୍ରାୟ ଲୋକ ବାମପନ୍ଥୀ ରାଜନୀତି ଏବଂ ସେହି ବିଚାରଧାରାର କୌଣସି ନା କୌଣସି କୂଳକୁ ଛୁଇଁଥାନ୍ତି । ପ୍ରତ୍ୟେକ ଯୁବକ ଉଣା ଅଧିକେ ବାମପନ୍ଥୀ ହୋଇଥାନ୍ତି । କିନ୍ତୁ ଅଧିକାଂଶ ସୁସ୍ଥ ମାନସିକତା ବାଲା ଲୋକ ଏଥିରୁ ବାହାରକୁ ବାହାରି ପଡ଼ି ବଡ଼ ହୋଇଯାଆନ୍ତି । ତଥାପି ବହୁତ ଲୋକ କୌଣସି ନା କୌଣସି ରୂପରେ ବାମପନ୍ଥୀ ବିଚାର ପ୍ରକ୍ରିୟା ଦ୍ୱାରା ପ୍ରଭାବିତ ହୋଇ ସବୁଦିନ ପାଇଁ ରହିଯାନ୍ତି । ସେମାନେ ଏହି ସାମାନ୍ୟ ସାମାଜିକ ବିଚାରବଳ ଦ୍ୱାରା ବାମପନ୍ଥ ସମାଜକୁ ସଞ୍ଚାଳିତ କରୁଥାନ୍ତି ଏବଂ ନିଜର ବିଷାକ୍ତ କାର୍ଯ୍ୟକ୍ରମ ଚାଲୁ ରଖିବାକୁ ସମର୍ଥ ହୁଅନ୍ତି ।

ନିଜର ଯୁବାବସ୍ଥା ମହାବିଦ୍ୟାଳୟରେ ପଠନ କାଳରେ ମୁଁ ବି ବାମପନ୍ଥୀ ଥିଲି । କିନ୍ତୁ ଧିରେଧିରେ ବୁଦ୍ଧିର ବିକାଶ ହେବାରୁ ଏଥିରୁ ବାହାରି ଆସିଲି । ହେଲେ ନିଜର ସେହି ବାମପନ୍ଥୀ ମନସ୍ଥିତି ବିଚାରକୁ ମୁଁ ବନ୍ଦ କରି ପାରିଲିନି ।

ବିଗତ କିଛି ବର୍ଷ ହେଲା ସାମଜିକ ଗଣମାଧ୍ୟମରେ ଲେଖାଲେଖି କରିବା ଭିତରେ ମୁଁ ମୋ ନିଜର ଅନ୍ତଃକରଣ ଦୃଷ୍ଟି ଏବଂ ମନକୁ ସମୃଦ୍ଧ କରିବାକୁ ଲାଗିଲି, ପରେ ମୋତେ ସବୁକିଛି ସ୍ପଷ୍ଟ ହେବାରେ ଲାଗିଲା । କିନ୍ତୁ ମୁଁ ଯଦି ଏହି ବହିର ଶ୍ରେୟ କେବଳ ନିଜେ ନେବାକୁ ଚେଷ୍ଟା କରିବି ତେବେ ଏହା ମୋ ପକ୍ଷରେ ବୌଦ୍ଧିକ ବେଇମାନୀ ହେବ ।

ମୋର ଦୃଷ୍ଟିକୁ ଅଧିକ ସ୍ପଷ୍ଟ କରିବାର ଶ୍ରେୟ ଆଦରଣୀୟ ବଡଭାଇ ଶ୍ରୀ ଆନନ୍ଦ ରାଜାଧ୍ୟକ୍ଷ ମହାଶୟଙ୍କୁ ଯାଇପାରେ । ମୋତେ ସର୍ବଦା ତାଙ୍କର ବୌଦ୍ଧିକ ଏବଂ ସୁବିଚାରର ମାର୍ଗଦର୍ଶନର ସୌଭାଗ୍ୟ ମିଳିଛି ଏବଂ ତାଙ୍କ ସହିତ ଘଣ୍ଟା ଘଣ୍ଟା ଧରି ବିଚାରବିମର୍ଷ କଲାପରେ ଯାଇ ମୁଁ ଏହି ପୁସ୍ତକର ବିହନ ବୁଣିବାରେ ସମର୍ଥ ହୋଇଛି । ଯଦି ଏହି ପୁସ୍ତକ ଏକ ବହୁବିଦ୍ଧ ବିଚାରର ଫସଲ ହୋଇଥାଏ ତେବେ ଏହାର ବୁଣିବା ଏବଂ ଖତପାଣି ଦେଇ ବଂଚାଇବାର ଶ୍ରେୟ ଆନନ୍ଦଜୀ ଭାଇଙ୍କୁ ହିଁ ଯିବ । ମୁଁ ତ କେବଳ ହିଡ଼ ଏବଂ ବାଡ଼ଟିଏ ଏହା ଚାରିପଟେ ବାନ୍ଧି ଏହାର ଜଗୁଆଳି ପରି କାମ କରିଛି ଏବଂ ଆଜି ଏହି ଫସଲ କାଟିବାକୁ ବସିଛି ।

ମହାବିଦ୍ୟାଳୟରେ ପଢ଼ିବା ସମୟରେ ମୋତେ ବି ମୋର ବିଚାର ଶକ୍ତିର କ୍ରମବିକାଶ କରିବାକୁ ଅନେକ ସାଥୀ ମିଳିଗଲେ । ସନ୍ଧ୍ୟାର ଲମ୍ବା ଆସରର ଚା’ପିଆ ଖଟିରେ ଏବଂ ତାସପାଲି ପଡ଼ିବା ଭିତରେ ଲମ୍ବାଲମ୍ବା ରାଜନୈତିକ ତର୍କବିତର୍କ ମୋତେ ସମ୍ଭାଳିଲା, ବଦଳେଇଲା ଏବଂ ପ୍ରକୃତ କଥା ବୁଝେଇବାରେ ମୋ ବାମପନ୍ଥୀ ମନକୁ ସାହାଯ୍ୟ କଲା । ଯଦି ମୁଁ ସେତେବେଳର ମେଡ଼ିକାଲ କଲେଜରେ ଅନେକ ସହପାଠୀଙ୍କୁ ମନେ ନପକାଏ ତେବେ ଅନ୍ୟାୟ ହେବ । ମନିଷ ଖାନ୍ନା, ଧୀରଜ ସୈନୀ, ସୁନୀଲ ରୈନା, ଦିନେଶ ତ୍ରୀପାଠୀ, ଅଜୟ ଭାରଦ୍ୱାଜ, ଆପଣମାନଙ୍କୁ କେତେ ସନ୍ଧ୍ୟାରେ ଏ ପୁସ୍ତକର କେତେ ବିଷୟକୁ ନେଇ ହଇରାଣ କରିଛି ଗଣନା କରି ହେବନି । ଜାମସେଦ୍ପୁରରେ ଅଭ୍ୟୁଦୟ ଏବଂ ପୂର୍ବସୈନିକ ସେବା ପରିଷଦର ମୋର ଜଣେ ଅନ୍ତରଙ୍ଗ ବନ୍ଧୁ ମୋର ଏହି ବିଚାରଯାତ୍ରାର ସାକ୍ଷୀ ଅଛନ୍ତି ଏବଂ ତାଙ୍କର ବୈଚାରିକ ସାମାଜିକ ପ୍ରତିବଦ୍ଧତା ସଦାସର୍ବଦା ମୋ ପାଇଁ ପ୍ରେରଣାର ସ୍ରୋତ ରହିଥିବେ । ସେ ନିଜେ ଜମି ଉପରେ ସ୍ଥିର ରହି ମୋତେ ମୁକ୍ତାକାଶରେ ଉଡ଼ାଣ ଭରିବା ପାଇଁ ପ୍ରୋତ୍ସାହନ ଦେଉଥିଲେ । ତଥାପି ମୋତେ କେବେ ବି ମୂଳରୁ ଅଲଗା ହେବାକୁ ଦେଇ ନାହାନ୍ତି । ପ୍ରାୟ ଏ ସମଗ୍ର ପୁସ୍ତକ ଭିନ୍ନଭିନ୍ନ ସମୟରେ ଫେସ୍ବୁକ ପୃଷ୍ଠାର ଅଂଶ ହୋଇଛି । ମୋର ଯେଉଁ ହଜାର ହଜାର ସାଙ୍ଗ ସେଠାରେ ମୋର ଏହି କୃତିକୁ ପଢି ଲାଇକ୍ ଏବଂ ସେୟାର କରି ଏପରି ଏକ ପୁସ୍ତକ ଲେଖିବା ପାଇଁ ମୋତେ ପ୍ରୋତ୍ସାହନ ଦେଇଛନ୍ତି, ଏ ପୁସ୍ତକ ମୂଲତଃ ସେହି ମାନଙ୍କର ସମ୍ପତ୍ତି ।

ପ୍ରତ୍ୟେକ ବିବାହିତ ବ୍ୟକ୍ତିମାନଙ୍କ ପରି ନିଜର ଉପଲବ୍ଧି ପାଇଁ ଯଦି ମୁଁ ମୋର ଧର୍ମପତ୍ନୀଙ୍କୁ ଶ୍ରେୟ ନଦିଏ ତେବେ ମୋର ତାଙ୍କ ସହ ଗୋଟିଏ ଛାତତଳେ ବଂଚିବାର ଉପାୟ ନାହିଁ । ପଲ୍ଲବୀର ଶ୍ରେୟ କେବଳ ତା ଭାଗ ସମୟରୁ କାଟିି ମୁଁ ଏ ପୁସ୍ତକ ଲେଖିଛି ଏବଂ ସିଏ ମୋତେ କେବଳ ଲେଖିବା ପାଇଁ ଦେଲା ତାହା ନୁହେଁ, ସେ ମୋର ବିଚାରଯାତ୍ରାର ଏକ ବଡ ସହଭାଗିନୀ ଏବଂ ବିରାଟ ସମ୍ବଳ । ଏହି ବାହାନା ବହୁତ ହେବ କି ପଚିଶ ବର୍ଷ ପୂର୍ବେ ଯେବେ ଆମ ଦୁହିଁଙ୍କର ମିଳନ ହେଲା ସେତେବେଳେ ମୁଁ ବାମପନ୍ଥୀ ଥିଲି । ପରେ ଆମ ଭିତରେ ପ୍ରେମାଳାପ ସହ ଧିରେଧିରେ ମୁଁ ରାଷ୍ଟ୍ରବାଦୀ ହେବାକୁ ଆରମ୍ଭ କଲି, ଏହା କେବଳ ମାତ୍ର ଏକ ସଂଯୋଗ ନୁହେଁ ।

ଏ ପୁସ୍ତକ ଲେଖାଯିବା ପୂର୍ବରୁ ଏହାର ଅଧିକାଂଶ ଭାଗ ଏକ ବହୁତ ଶିକ୍ଷିତ, ଦକ୍ଷ ଏବଂ ଉତ୍ତମ ବୁଦ୍ଧିସମ୍ପର୍ଣ୍ଣ କିଶୋର ସହ କଥାବାର୍ତ୍ତା ମାଧ୍ୟମରେ ବିକଶିତ ହୋଇଛି । ସିଏ ମୋର ସୁପୁତ୍ର ସିଦ୍ଧାର୍ଥ । ଏ ପୂରା ପୁସ୍ତକ ମୂଳତଃ ସିଦ୍ଧାର୍ଥ ଏବଂ ସେହି ଯୁବାପିଢ଼ିଙ୍କ ପାଇଁ ଚିନ୍ତା ଏବଂ ସଂସ୍କାର ଗୁଡିକଉପରେ ଚାଲିଥିବା ବୈଚାରିକ ପ୍ରତିକାରର ବ୍ୟାକୁଳତା ଉପରେ ଆଧାରିତ । ମୋର ପ୍ରୟାସ ଏହି ପୁସ୍ତକ ସମସ୍ତ ଯୁବପିଢିଙ୍କ ହାତକୁ ପହଁଚେ, ତାଙ୍କର ବିଚାର ପ୍ରକ୍ରିୟାର ଅଂଶବିଶେଷ ହେଉ ଏବଂ ସେମାନଙ୍କୁ ବାମପନ୍ଥ ବିଷଠାରୁ ବଞ୍ଚେଇବାରେ ସହାୟକ ହେଉ । ସେହି ଭବିଷ୍ୟତ ପିଢ଼ିକୁ ମୋର ଏହି ପୁସ୍ତକ ସମର୍ପଣ କରୁଛି ।

ଦ୍ୱିତୀୟ ସଂସ୍କରଣର ଭୂମିକା

ବିଷାକ୍ତ ବାମପନ୍ଥ ପୁସ୍ଥକ ଏକ ଠିକଣା ଲକ୍ଷ୍ୟ ନୁହେଁ, ବରଂ ଏହା ଏକ ଯାତ୍ରା ।

ଏକ ସନ୍ଧ୍ୟାରେ ମହାବିଦ୍ୟାଳୟର ଦଳେ ୨୨-୨୩ ବର୍ଷ ବୟସ୍କ ପିଲାମାନଙ୍କ ସାଙ୍ଗରେ ଦେଖା ହେଲା । ପ୍ରତିଯୋଗିତା ପରୀକ୍ଷା ପାଇଁ ପ୍ରସ୍ତୁତ କରିବାର ଅଧଘଣ୍ଟା ସମୟ ଚୋରାଇ ସେମାନଙ୍କ ସହ ମୁଁ କଥା ହେଲି । ଏହି ପୁସ୍ତକ ଦେଲି, ସେମାନଙ୍କୁ ସେମାନଙ୍କ ଭାଷାରେ ବାମପନ୍ଥ ବିଷ ବିଷୟରେ ବୁଝେଇଲି ।

ତନ୍ମଧ୍ୟରେ ଜଣେ ବାମପନ୍ଥିମାନଙ୍କ ପ୍ରଭାବରେ ଅନୁପ୍ରାଣିତ ଥିଲା । ସେହି ପିଲା ଅନେକ ପ୍ରାସଂଗିକ ପ୍ରଶ୍ନ କଲା, ଯାହାକୁ ଉତ୍ତର ଦେବାରେ ମୋତେ ବହୁତ ମଜା ଆସିଲା ଏବଂ ନିଜର ଚିନ୍ତନ ବି ସ୍ପଷ୍ଟ ହେଲା ।

ପ୍ରଥମ ଶଙ୍କା ହେଲା ଯେ ବାମପନ୍ଥୀ ତ ଅନେକ ଅଛନ୍ତି, ତେବେ ବାମପନ୍ଥ ପ୍ରକୃତରେ କଣ ?

ସାମାନ୍ୟତଃ ଲୋକ ବାମପନ୍ଥର ପ୍ରଚଳିତ ଅର୍ଥ କଣ ବୁଝନ୍ତି, ଏହା କମୁ୍ୟନିଜିମ୍ କିମ୍ବା ମାର୍କ୍ସବାଦ ! ଅର୍ଥାତ୍ ଧନୀ ଓ ଗରିବ ଭିତରେ, ସର୍ବହରା ଏବଂ ପୁଂଜିପତ୍ତି ଭିତରେ ଥିବା ବର୍ଗ ସଂଘର୍ଷ , ସେହି ଘୁଟି ଯାହାକି ଗତ ତିନିପୁରୁଷ ହେଲା ପିଆଯାଉଛି, ତାହା ହେଲା ଧନୀ ଲୋକଗୁଡା ସବୁ ଖରାପ ଏବଂ ସେମାନେ ଗରିବ ଲୋକମାନଙ୍କର ଶୋଷଣ କରି ବଡ଼ ହୁଅନ୍ତି ।

ସେ କହିଲା- ବାମପନ୍ଥ ହିଁ ଏକ ସିଦ୍ଧାନ୍ତ, ଯାହା ସମାନତା ଚାହେଁ ।

ମୁଁ କହିଲି- ନା ! ବାମପନ୍ଥ ହିଁ ଏକ ସିଦ୍ଧାନ୍ତ, ଯାହା ସଂଘର୍ଷ ଚାହେଁ ।

ସେ କହିଲା- ହଁ, ଧନୀ ଓ ଗରିବ ଭିତରେ ସଂଘର୍ଷ ତ ସ୍ୱାଭାବିକ ହେବ ।

ମୁଁ କହିଲି- କିଏ ଧନୀ ଓ କିଏ ଗରିବ! ପ୍ରତ୍ୟେକ କୌଣସି ନା କୌଣସି ପ୍ରକାରେ ଧନୀ ଏବଂ କୌଣସି ନା କୌଣସି ପ୍ରକାରେ ଗରିବ । ଏମାନେ ଦୁଇ ଦଳ ନୁହଁନ୍ତି, ଏହା ଏକ ତାମସା ଅଟେ । ଯେବେ ମୁଁ ଉଡାଜାହାଜର ଇକୋନୋମି ଶ୍ରେଣୀରେ ଯାତ୍ରା କରୁଛି, ସେତେବେଳେ ମୁଁ ଭାବୁଛି ନିଜକୁ ଗରିବ ଏବଂ ବ୍ୟବସାୟୀ ଶ୍ରେଣୀରେ ବସି ଯାତ୍ରା କରୁଥିବା ଯାତ୍ରୀ ସହ ସଂଘର୍ଷ କରି ତା ସିଟ୍‌ରେ ମୁଁ ବସିଯିବି !

ଆମକୁ କାହିଁକି ସମାନତା ଦରକାର ? କିଏ କହିଛି ଆମର ଲକ୍ଷ ସମାନତା ! ଆମର ଉଦ୍ଧେଶ୍ୟ ଆଦୌ ସମାନତା ନୁହେଁ, ଆମର ଉଦ୍ଧେଶ୍ୟ ସମୃଦ୍ଧି ଓ ଉନ୍ନତି ହୋଇପାରେ । ଆପଣମାନେ ଚାକିରି ଖୋଜୁଛନ୍ତି । ଆପଣ କ’ଣ ରତନ ଟାଟା ହେବାକୁ ଚାହୁଛନ୍ତି ? କିମ୍ବା ତୁମେ ଟାଟା କମ୍ପାନୀରେ ଏକ ଚାକିରୀ ଚାହୁଁଛ, ଯେଉଁଥିରେ ତୁମକୁ ଭଲ ଦରମା ମିଳିବ!

ଜଣେ ପିଲା ମାକ୍ସିମ୍ ଗର୍କିଙ୍କର “ମା” ବହି ପଢିଥିଲା । ମୁଁ ବି ବିଶ୍ୱବିଦ୍ୟାଳୟରେ ପଢ଼ିଲା ବେଳେ ସେହି ବହି ପଢ଼ି ସାରିଥିଲି । ସେ କହିଲା, ‘ମାକ୍ସିମ୍ ଗର୍କିଙ୍କ ପରି ଲେଖକ ଯେତେବେଳେ ମାର୍କବାଦ୍ ପ୍ରତି ଆକୃଷ୍ଠ ଏବଂ ତା ଦ୍ୱାରା ପ୍ରଭାବିତ ହୋଇଥିଲେ ତେବେ କିଛି ତ ସେମିତି ଅନୋଖା କଥା ଥିବ ସେଥିରେ ! ସିଏ ବୋକାଲୋକ ତ ନଥିଲେ ।’

ମୁଁ କହିଲି, “ସିଏ ସିଆଣା ଥିଲେ କିନ୍ତୁ ତାଙ୍କୁ ବୋକା କରିଦେଲେ । ତାଙ୍କପରି ଅନେକ ଲେଖକ ଏବଂ ବୁଦ୍ଧିଜୀବୀ ରଷିଆରେ ସାମ୍ୟବାଦର ସମର୍ଥନ କରୁଥିଲେ କିନ୍ତୁ ପରେ ସେଠାରୁ ତଡ଼ାଖାଇ ତାଙ୍କ ଭିତରୁ ଅଧିକାଂଶ ସାଇବେରିଆରେ ଶରଣ ନେଲେ । ଚାଇନାରେ ଶହେଫୁଲ ପ୍ରଚାର ପରେ ସେମାନଙ୍କୁ କାରାଗାରରେ ରଖାଗଲା କିମ୍ବା ମାରିଦିଆଗଲା ।’

ଏବେ କୁହ ! ଲାଭ କାହାର ପରିଣାମ ? ଏବଂ ଏହା ଉପରେ କାହାର ଅଧିକାର ହେବା ଉଚିତ୍ ? ପରିଶ୍ରମର କିମ୍ବା ପୁଞ୍ଜିର !

ସିଏ କହିଲା, ‘ପରିଶ୍ରମର, ପୁଞ୍ଜି ପୁରା ସମାଜର କୋଠ ସମ୍ପତ୍ତି ।’

ମୁଁ କହିଲି, ‘ଏଇଟା ମାର୍କସ୍‌ଙ୍କର ଗୋଟିଏ ସାଧାମିଛ କଥା । ଲାଭ ପରିଶ୍ରମର ନୁହେଁ କି ପୁଞ୍ଜିର ନୁହେଁ, ପରିଶ୍ରମର ପୁରଷ୍କାର ପାରିଶ୍ରମିକ, ପୁଞ୍ଜିର ପୁରଷ୍କାର ସୁଧ । ଲାଭ ସାହସର ପରିଣାମ, ଉଦ୍ୟମ ଏବଂ ଫୁର୍ତ୍ତିର, ଏଇଟା ଗୋଟିଏ ଦକ୍ଷତା ଏବଂ ଜ୍ଞାନ କୌଶଳର ମାପକାଠି ହୋଇପାରେ । ଦୁନିଆରେ ବହୁତ କଳକାରଖାନା ଅଛି ଯେଉଁଥିରେ କ୍ଷତି ହୁଏ ଏବଂ ମାଲିକମାନେ କ୍ଷତି ସହୁଛନ୍ତି, ଦେବାଳିଆ ହୋଇ ଫେରାର ହୋଇଯାଉଛନ୍ତି । କେତେ ମାଲିକ କାରାଗାରରେ ଷଢୁଛନ୍ତି ତ କିଛି କଳକାରଖାନା ଅଳ୍ପଦିନରେ ଏମିତି କିଛି କାରଣରୁ ବନ୍ଦ ହୋଇଯାଉଛି । ତେଣୁ ଯାହା ପାଖରେ ଲାଭ କରିବାର କୌଶଳ ସହ ଦକ୍ଷତା ଅଛି ତାର ଲାଭ ଉପରେ ଅଧିକାର ଅଛି ।’

ସେ ପିଲା ପଚାରିଲା, ‘ତେବେ ଆପଣ ଏହାର ସମାଧାନ କେମିତି ଭାବୁଛନ୍ତି? ମଣିଷକୁ ଗୋଟିଏ ବିଚାରଧାରା ତ ଦରକାର!’

ମୁଁ କହିଲି, ‘ଏଇ ବହି ମୁଁ ଗୋଟିଏ ବିଚାରଧାରାକୁ ବିରୋଦ୍ଧ କରି ଅନ୍ୟ ଏକ ବିଚାରଧାରା ସ୍ଠାପିତ କରିବା ଲକ୍ଷରେ ଲେଖିନି । ଏହା ଏକ ବିଷୟ ନୁହେଁ । କିନ୍ତୁ ଏଥିରେ ମୁଁ ଦୁଇଜଣଙ୍କ ବିଷୟରେ ଅନେକ କିଛି ଲେଖିଛି, ଯେଉଁମାନେ ଏହାର ସମାଧାନର ଅନେକ ସରଳ ସୂତ୍ର ଦେଇଛନ୍ତି । ଜଣେ ହେଲେ ଚାଇନାର ଦେଙ୍ଗ୍ ସିୟାଓ ଏବଂ ଅନ୍ୟ ଜଣକ ସିଙ୍ଗାପୁରର ଲି କୁୟାନ ୟୁ । ଜଣେ ବାମପନ୍ଥୀ ଏବଂ ଅନ୍ୟ ଜଣକ ଏହାର ପୁରା ଓଲଟା, ବାମପନ୍ଥୀର ଘୋର ବିରୋଧି । ଦୁଇଜଣ ଯାକ ନିଜନିଜ ଦେଶକୁ ସମୃଦ୍ଧ କରିଛନ୍ତି, କାରଣ ଏମାନେ କୌଣସି ବିଚାରଧାର ଚକ୍କର୍‌ରେ କେବେ ବି ଆସି ସ୍ଥାଣୁ ହୋଇ ଯାଇନାହାନ୍ତି । ଦିଜଣଯାକ ପ୍ରତ୍ୟେକ ସମସ୍ୟାର ଭିନ୍ନଭିନ୍ନ ସମାଧାନ ବାଛିଛନ୍ତି, କାରଣ ସବୁରୋଗର ଔଷଧ ଏକ ହୁଏନି । ଆମେ ବିଚାରଧାରାର କବଳରେ ପଡ଼ି ସମସ୍ୟାର ଅସଲି ସମାଧାନକୁ ଭୁଲିଯାଉଛେ । କେବେକେବେ ସମସ୍ୟାର ସମାଧାନକୁ ଛାଡ଼ି ଅନ୍ୟତ୍ର ପଳାଇ ଯାଉଛେ ।

ସେ ପିଲା କହିଲା, ‘ଆଜ୍ଞା ! ଏତେ ବର୍ଷ ହେଲାଣି ମୁଁ ବାମପନ୍ଥୀମାନଙ୍କ ସାଙ୍ଗରେ ଅଛି । ଗୋଟିଏ ଦିନରେ ଛାଡି ହେବନି, ହେଲେ ଏ ବହିକୁ ପଢ଼ିବି ନିଶ୍ଚିତ ।’

ଏହା ଏକ ଛୋଟ କଥା, ତଥାପି ସଫଳତାର ପ୍ରାରମ୍ଭ । ବାମପନ୍ଥର ଛାଲ କଣାକରି ମୁଁ ତାର ହୃଦୟ ପର୍ଯ୍ୟନ୍ତ ପହଞ୍ଚିବାରେ ସମର୍ଥ ହୋଇଥିଲି । କେବଳ ଏଇଥିପାଇଁ ଯେ ସେ ପିଲା ଏବେ ବି ସାମାଜିକ ଏବଂ ଆର୍ଥିକରୂପରେ ଆହତ ଥିଲା ଏବଂ ଏ ସମସ୍ୟାର ସମାଧାନ ଚାହୁଁଥିଲା । ତା ମନରେ ଅସୁମାରୀ ଅଭିଯୋଗ ଥିଲା ଯେ ଶିକ୍ଷା ମାଗଣା କାହିଁକି ନୁହେଁ ? ତାକୁ ଜେଏନ୍‌ୟୁ ଗୁଣ୍ଡାମାନଙ୍କୁ ସହାନୁଭୂତି ନଥିଲା ଯେଉଁମାନେ ଭାରତର ଟୁକୁଡାଟୁକୁଡା କରିବାକୁ ସ୍ଲୋଗାନ ଦେଉଥିଲେ । ସେ ନିଜଦେଶ ଏବଂ ସମାଜକୁ ଘୃଣା କରିବା ଆରମ୍ଭ କରିନଥିଲା । ସିଏ କ୍ଲାସିକାଲ୍ ମାର୍କସିଜିମ୍‌ର ଶୀକାର ଥିଲା ସତ କିନ୍ତୁ ପରଂପରାଗତ ମାର୍କସିଜିମ୍‌ର ନୁହେଁ ।

“ବିଷୈଲା ବାମପନ୍ଥ” କି “ବିଷାକ୍ତ ବାମପନ୍ଥ” ମାର୍କସିଷ୍ଟ କିମ୍ବା ବାମପନ୍ଥ ବିଷୟରେ ଆଦୌ ନୁହେଁ ବରଂ ଏକ ପରଂପରାଗତ ବିଚାରଧାରା ବିଷୟ ଉପରେ ବୋଲି କୁହାଯାଇପାରେ । ଏହାକୁ କଲ୍‌ଚରାଲ୍ ମାର୍କିସିଜିମ୍‌ କହିଲେ ଚଳିବ, କିନ୍ତୁ କ୍ଲାସିକାଲ୍ ମାର୍କିସିଜିମ୍‌ ଏକ ସର୍ବହରା କ୍ରାନ୍ତି କଥା କହେ । ଏହା ଆପଣଙ୍କ ଜୀବନକୁ ସେ ପର୍ଯ୍ୟନ୍ତ ପ୍ରଭାବିତ କରିଥାଏ ଯେପର୍ଯ୍ୟନ୍ତ ସମାଜରେ ସଂଘର୍ଷ ମାଧ୍ୟମରେ ସତ୍ତା ହାସଲ ନକରି ନିଜକୁ ସ୍ଥାପିତ କରି ନଦେଇଛି । କିନ୍ତୁ କଲ୍‌ଚରାଲ୍ ମାର୍କସିଜିମ୍‌ ସେ ପର୍ଯ୍ୟନ୍ତ ଆପଣଙ୍କୁ ପ୍ରଭାବିତ କରେ ଯେ ପର୍ଯ୍ୟନ୍ତ ଆପଣ ତା ପଞ୍ଝାରେ ଫଶି ତାକୁ ନିୟମିତ ମନନ କରିବାକୁ ପ୍ରାରମ୍ଭ କରିନାହାନ୍ତି, କାରଣ କଲ୍‌ଚରାଲ୍ ମାର୍କସିଜିମ୍‌ କେବଳ ଆର୍ଥିକ ଅବସ୍ଥା ପର୍ଯ୍ୟନ୍ତ ସିମିତ ଥିଲା । ଏହା ସାଧାରଣତଃ ଐଦ୍ୟୋଗିକ କ୍ଷେତ୍ରରେ ବେଶୀ ଥିଲା । ଏହା ସଂଗଠନ, ପରିବାର ଏବଂ ସମାଜ ଭିତରେ ବିରୋଧାଭାଷର ବିଜ ବପନ କରୁଥିଲା । ଏପରିକି ବ୍ୟକ୍ତି ନିଜେ ନିଜ ଭିତରେ ସଂଘର୍ଷ ଭରି ସତ୍ତାର ସୁଖ ଭୋଗିବାକୁ ପ୍ରୟାସ ଜାରି ରଖୁଥିଲା । ଏହାର ମୂଳମନ୍ତ୍ର ହେଲା ସଂଘର୍ଷକୁ ପ୍ରୋତ୍ସାହନ ଦେବା, ଏହା ଯେ କୌଣସି ରୂପରେ ହେଉନା କାହିଁକି । ଏହା ମାଓବାଦୀଙ୍କ ପରି ବନ୍ଧୁକ ନଳିରୁ ଜନ୍ମହେବା ଜରୁରି ନୁହେଁ । ଏହା ବାମପନ୍ଥୀ ଲୋକଙ୍କୁ ଲୋକ ସାଙ୍ଗରେ, ପୁଅକୁ ବାପା ସାଙ୍ଗରେ, ସ୍ତ୍ରୀକୁ ସ୍ୱାମୀ ସାଥିରେ ଏବଂ ଏପରିକି ଲୋକଙ୍କୁ ସେମାନଙ୍କ ସଂସ୍କାର ଏବଂ ଇତିହାସ ସାଙ୍ଗରେ ଲଢେଇ ମଜା ନିଅନ୍ତି…

ଭୂମିକା ସମାପ୍ତ

ପରବର୍ତ୍ତୀ ପ୍ରମୁଖ ବିଷୟ
୧. ବାମପନ୍ଥ ; ଅନ୍ଧାରରେ ଶତ୍ରୁ

ଲୋକପ୍ରିୟ ଲେଖା

To Top