ରେ ଆତ୍ମନ

ବିଚିତ୍ରତା ଓ ବିଭିନ୍ନତା

Shyamambari's odia re atman article Bichitrata o bibhinnataa

ବୃକ୍ଷଲତାଙ୍କ ସମେତ ଜୀବଜନ୍ତୁ, ଜଡଚେତନ କୌଣସି ନା କୌଣସି କାରଣ ପାଇଁ ସୃଷ୍ଟି ହୋଇଛନ୍ତି । ଏହାର ସଦୁପଯୋଗ କରି ପ୍ରକୃତିର ସନ୍ତୁଳନ ବଜାୟ ରଖିବା ଆମମାନଙ୍କ କର୍ତ୍ତବ୍ୟ

ବିଚିତ୍ର ଏ ସୃଷ୍ଟିର ଆଧାର । ଏ ବିଶ୍ୱ ପରି ଅନେକ ବିଶ୍ୱକୁ ନିର୍ମାଣ କରିଥିବା ସ୍ରଷ୍ଟାଙ୍କର ଅଲୌକିକ ଶକ୍ତି, ଅପରିସୀମ କ୍ଷମତା ! ଏମିତିରେ ଆମ ପୃଥିବୀରେ ବାସ କରୁଥିବା ସମସ୍ତ ଜୀବଜନ୍ତୁଙ୍କ ପ୍ରକୃତି ଓ ପ୍ରବୃତ୍ତି ବିଷୟରେ ବୈଜ୍ଞାନିକମାନେ ଜାଣିବାକୁ ଅସମର୍ଥ । ତେଣୁ ଭିନ୍ନ ସୌରମଣ୍ଡଳକୁ ଅନୁଶୀଳନ କରିବା ବିଜ୍ଞାନ ପାଇଁ କଷ୍ଟକର ନୁହେଁ ଅସଂଭବ ମଧ୍ୟ । ପ୍ରକୃତିର ନିୟମାନୁସାରେ ମଣିଷ ସହିତ ପ୍ରାୟ ପ୍ରତ୍ୟେକ ଜୀବଜନ୍ତୁ ସନ୍ତାନ ଜନ୍ମକରି ବଂଶବୃଦ୍ଧି କରନ୍ତି । ସ୍ରଷ୍ଟା ଜୀବଜନ୍ତୁଙ୍କ ସମେତ ବୃକ୍ଷଲତା, ଜୀବାଣୁ କୀଟାଣୁ ଆମୋଇବାଙ୍କୁ ମଧ୍ୟ ବଂଶବୃଦ୍ଧିର କ୍ଷମତା ପ୍ରଦାନ କରିଛନ୍ତି । କିନ୍ତୁ ସେଥିରେ ବି ବିଭିନ୍ନତା ପରିଲକ୍ଷିତ ହୁଏ । ସାମୁଦ୍ରିକ ଘୋଡା, ଠେକୁଆ, ବେଙ୍ଗ ପରି ଜୀବମାନେ ପିଲା ଜନ୍ମ କରିବା ପରେ ଆବଶ୍ୟକ ଅନୁସାରେ ଖାଦ୍ୟ ନପାଇ କ୍ଷୁଧା ପ୍ରଶମନ ପାଇଁ ନିଜ ସଦ୍ୟଜନ୍ମିତ ଅଣ୍ଡା ବା ପିଲାକୁ ଖାଦ୍ୟ ବନେଇଥାନ୍ତି । ଅକ୍ଟୋପସ୍ ଓ ବିଛାଟିଏ ଜୀବନକାଳ ଭିତରେ ଥରୁଟିଏ ମାଆ ବନିପାରୁଥିବାବେଳେ କଙ୍ଗାରୁ ବହୁବାର ମାଆ ବନିବାର କ୍ଷମତା ରଖେ । ବିଛା ଅଣ୍ଡାଦେଇ ମରିଯିବା ପରେ ତା ପିଲାମାନେ ଖୋଳପାରୁ ବାହାରି ମାଆ ପିଠିଉପରେ ଚଢି ତା ମାଂସ ଖାଇବାରେ ଲାଗନ୍ତି ! ମାଆ ଶରୀରର ଅବଶେଷ ମଧ୍ୟ ଛାଡନ୍ତିନି ! ସେହିପରି ମାଆ ଅକ୍ଟୋପସ୍ ଅଣ୍ଡାର ଯତ୍ନ ନେଇ ଛୁଆ ବାହାରିବା ପରେ ମୃତ୍ୟୁ ବରଣ କରେ । ଏକପ୍ରକାରର ଝିଂଟିକା, ବୁଢିଆଣୀ ପରି ନିଜ ସାଥୀକୁ ଖାଦ୍ୟ ରୂପେ ଗ୍ରହଣ କରିଥାଏ । ମୂଷା ଓ ଢମଣା ସାପ ପରି ଜୀବ ଖାଦ୍ୟାଭାବରେ ନିଜକୁ ବା ନିଜ ପ୍ରଜାତିକୁ ଖାଇଥାନ୍ତି ! ପିମ୍ପୁଡି ଜୀବନସାରା ଶୁଏନାହିଁ । ସେହିପରି ଆମୋଇବା କେବେ ମରେନାହିଁ । ପ୍ରାଣୀମାନଙ୍କ ଭିତରର ଏତେସବୁ ବିବିଧତା ଆଶ୍ଚର୍ଯ୍ୟ ସୃଷ୍ଟିକାରୀ ନୁହେଁ କି? ଯାହାର ଉତ୍ତର ନା ବିଜ୍ଞାନ ପାଖରେ ଉପଲବ୍ଧ ନା ସେ ସଂପର୍କିତ ସବିଶେଷ ତଥ୍ୟ ବିଜ୍ଞାନ ଦେଇପାରିବ । ବୃକ୍ଷଲତାଙ୍କ ସମେତ ଜୀବଜନ୍ତୁ, ଜଡଚେତନ କୌଣସି ନା କୌଣସି କାରଣ ପାଇଁ ସୃଷ୍ଟି ହୋଇଛନ୍ତି । ଏହାର ସଦୁପଯୋଗ କରି ପ୍ରକୃତିର ସନ୍ତୁଳନ ବଜାୟ ରଖିବା ଆମମାନଙ୍କ କର୍ତ୍ତବ୍ୟ ।

Click to comment

Leave a Reply

Your email address will not be published. Required fields are marked *

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top