-: ପୂର୍ବରୁ :-
ନିଜର ଆୟୁର୍ବେଦ ପ୍ରକୃତି କି ପ୍ରକାରର, ବାତ,ପିତ୍ତ ନା କଫ ପ୍ରକୃତିର ?
ଭାରତରେ ଅଭ୍ୟାସ କରା ଯାଉଥିବା ଅଭ୍ୟାସ ମଧ୍ୟରୁ ଆୟୁର୍ବେଦ ହେଉଛି ବହୁତ ପୁରାତନ । ଆୟୁର୍ବେଦରେ, ଆମ ଶରୀରକୁ ମୁଖ୍ୟତଃ ତିନି ଶ୍ରେଣୀରେ ବିଭକ୍ତ କରାଯାଇ ଥାଏ ଯଥା ବାତ, ପିତ୍ତ ଏବଂ କଫ (ସମ୍ବିଧାନ) । ଏହି ସଂରଚନାରେ ଯେ କୌଣସି ପ୍ରକାରର ବ୍ୟତିକ୍ରମ ରୋଗକୁ ଆମନ୍ତ୍ରଣ କରିଥାଏ । ଏହା ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ଏବଂ ଆରୋଗ୍ୟ କରିବାର ସଠିକ ଉପାୟ ପାଇବାରେ ସାହାଯ୍ୟ କରେ ।
ବାତ ପ୍ରକୃତି / ବାତ ସମ୍ବିଧାନ
ବାତ ପ୍ରକୃତି ବାୟୁ ଏବଂ ଆକାଶର ଏକ ଅଦ୍ଭୁତ ସଂଯୋଜନ ଅଟେ । ଏ ପ୍ରକୃତି ଆମକୁ ଆଗକୁ/ଅଗ୍ରଗତି କରିବାକୁ ସାହାଯ୍ୟ କରେ । ଏ ପ୍ରକୃତିର ଲୋକଙ୍କର କିଛି ଅଦ୍ଵିତୀୟ ବ୍ୟକ୍ତିତ୍ଵ/ଲକ୍ଷଣ । ଯାହା ଆମକୁ ସାହାଯ୍ୟ କରିଥାଏ ଜାଣିବାକୁ ଯେ ସେ କେଉଁ ପ୍ରକୃତି/ସମ୍ବିଧାନର ।
୧. ବାତ ପ୍ରକୃତି ଲୋକ ସାଧାରଣତ ଶାରୀରିକ ରୁପେ ଅବିକଶିତ, ଛାତି ସମତଳ ଥାଏ, ଶିରା ପ୍ରଶିରା ମାଂସପେଶୀ ଗୁଡିକ ସ୍ପଷ୍ଟ ଦୃଶ୍ୟ ହୋଇଥାଏ ।
୨. ବାତ ପ୍ରକୃତି ବ୍ୟକ୍ତିଙ୍କ ରଙ୍ଗ ଶ୍ୟାମଳ, ତ୍ଵଚା ଥଣ୍ଡା, ଖଦଡା, ଶୁଷ୍କ ଏବଂ ଆଞ୍ଚୁଡା ।
୩. ବାତ ପ୍ରକୃତି ବ୍ୟକ୍ତିଙ୍କ ଶରୀରରେ ଅଳ୍ପ କିଛି ମାତ୍ରାରେ କଳା ଯାଇ ଥାଏ ଏବଂ ପ୍ରାୟତଃ କଳା ।
୪. ବାତ ପ୍ରକୃତି ବ୍ୟକ୍ତିଙ୍କ ଉଚ୍ଚତା ବହୁତ କମ୍ ନଚେତ୍ ବହୁତ ଲମ୍ବା ହୋଇଥାଏ, ସେମାନଙ୍କର ଅସ୍ଥିମଜ୍ଜା ଗୁଡିକୁ ସ୍ପଷ୍ଟ ବାରି ହୋଇ ପଡ଼େ, ପତଳା ଶରୀର, ଅବିକଶିତ ମାଂସପେଶୀର କାରଣରୁ ।
୫. ବାତ ପ୍ରକୃତି ବ୍ୟକ୍ତିଙ୍କ କେଶ କୁଞ୍ଚୁକୁଞ୍ଚିଆ ଏବଂ ଅଳ୍ପ, ଆଖି ଛୋଟ, ଶୁଷ୍କ ଚମକ ହିନ ହୋଇ ଭିତରକୁ ପସିଯାଇଥାଏ, ଆଖିପତା ପତଳା ।
୬. ବାତ ପ୍ରକୃତି ବ୍ୟକ୍ତିଙ୍କ ନଖ ଖଦଡା ଏବଂ ବହୁତ ନରମ ମାନେ ବହୁତ ସହଜରେ ଭାଙ୍ଗି ଯାଏ ।
୭. ବାତ ପ୍ରକୃତି ବ୍ୟକ୍ତିଙ୍କ ନାକ ବଙ୍କା ଏବଂ ଅଳ୍ପ ଉପରକୁ ।
୮. ବାତ ପ୍ରକୃତି ବ୍ୟକ୍ତିଙ୍କ ଭୋକ ଏବଂ ହଜମ ଶକ୍ତି ଭିନ୍ନ ଅଟେ ।
୯. ଏ ପ୍ରକାର ବ୍ୟକ୍ତିଙ୍କ ଖଟା, ଲୁଣିଆ ଜାତିର ଖାଦ୍ୟା ପେୟ ଏବଂ ଗରମ ପେୟ ପ୍ରତି ମାତ୍ରାଧିକ ଲାଲସା ଥାଏ ।
୧୦. ଏ ପ୍ରକାର ବ୍ୟକ୍ତିଙ୍କ କମ୍ ଏବଂ ବାଧାପୁର୍ଣ୍ଣ ନିଦ୍ରା ହୁଏ ।
୧୨. ଏ ପ୍ରକାର ବ୍ୟକ୍ତିଙ୍କ ହାତ ଏବଂ ଗୋଡ ଥଣ୍ଡା ।
୧୩. ଏ ପ୍ରକାର ବ୍ୟକ୍ତି ମାନେ ରଚନାତ୍ମକ, ସତର୍କ ଏବଂ ବ୍ୟତିବ୍ୟସ୍ତ ।
୧୪. ଏ ପ୍ରକାର ବ୍ୟକ୍ତି ମାନେ ବହୁତ ଜଲଦି କାମ କରନ୍ତି ହେଲେ ଖୁବ ଶୀଘ୍ର ଥକିଯାନ୍ତି । ଏ ପ୍ରକାର ବ୍ୟକ୍ତିମାନଙ୍କ ମନୋବୈଜ୍ଞାନିକ ଲକ୍ଷଣଟି ହେଲା ଏମାନେ ବହୁତ ଶୀଘ୍ର ବୁଝିନିଅନ୍ତି ଆଉ ଜଲଦି ଭୁଲି ମଧ୍ୟ ଯାଆନ୍ତି । ଏ ପ୍ରକାର ବ୍ୟକ୍ତି ମାନଙ୍କ ସଂକଳ୍ପ ସୁକ୍ଷ୍ମ, ତର୍କ ଦୁର୍ବଳ, ଏମାନେ ଭୟଭିତ, ବ୍ୟତିବ୍ୟସ୍ତ ଆଉ ଚିନ୍ତିତ ।
ଯେ କୌଣସି ପ୍ରକାରର (ସମ୍ବିଧାନିକ) ବ୍ୟକ୍ତି ଯେତେବେଳେ ବାହାରର ବାତାବରଣ ସହିତ କଥା ବାର୍ତ୍ତା କରନ୍ତି କିଛି ନିର୍ଦ୍ଦିଷ୍ଟ ଆକୃତି ଦର୍ଶାନ୍ତି । ଏ ପ୍ରକାରର ବ୍ୟକ୍ତି ଯେତେ ଶୀଘ୍ର ପଇସା ରୋଜଗାର କରନ୍ତି ଖର୍ଚ୍ଚ କରିବାରେ ମଧ୍ୟ ସେତେ ପ୍ରବୀଣ । ଏହିପରି ଏମାନେ ସର୍ବଦା ରୋଗି ହୋଇ ରୁହନ୍ତି ।
ପିତ୍ତ ପ୍ରକୃତି / ପିତ୍ତ ସମ୍ବିଧାନ
୧. ପିତ୍ତ ପ୍ରକୃତି ବ୍ୟକ୍ତିଙ୍କ ସାଧାରଣତ ଶାରୀରିକ ରୁପେ କୋମଳ, ମଧ୍ୟମ ସ୍ଵାସ୍ଥ୍ୟ ହୋଇଥାଏ ।
୨. ପିତ୍ତ ପ୍ରକୃତି ବ୍ୟକ୍ତିଙ୍କ ଛାତି ସମତଳ ନଥାଏ, ଶିରା ପ୍ରଶିରା ମାଂସପେଶୀ ଗୁଡିକ ମଧ୍ୟମ ଧରଣର ଦୃଶ୍ୟ ହୋଇଥାଏ ।
୩. ପିତ୍ତ ପ୍ରକୃତି ବ୍ୟକ୍ତିଙ୍କ ଶରୀରରେ ଅଧିକ ମାତ୍ରାରେ କଳାଯାଇ ଥାଏ ଏବଂ ଶରୀରରେ ଇଶତ ନୀଳ ବର୍ଣ୍ଣର ଅଥବା ଧୂସର ଲାଲ ରଙ୍ଗର କିଛି କିଛି ଦାଗ ଥାଏ ।
୪. ପିତ୍ତ ପ୍ରକୃତି ବ୍ୟକ୍ତିଙ୍କ ଅସ୍ଥିମଜ୍ଜା ଗୁଡିକ ବାତ ପ୍ରକୃତି ବ୍ୟକ୍ତିଙ୍କ ପରି ସ୍ପଷ୍ଟ ନ ଥାଏ, ମାଂସପେଶୀ ଗୁଡିକ ମଧ୍ୟମ ଧରଣର ଥାଏ ।
୫. ପିତ୍ତ ପ୍ରକୃତି ବ୍ୟକ୍ତିଙ୍କ ତ୍ଵଚା ଗରମ, ତ୍ଵଚାର ଭାଙ୍ଗ ଗୁଡିକ ବାତ ପ୍ରକୃତି ବ୍ୟକ୍ତିଙ୍କ ଠାରୁ କମ ଥାଏ ।
୬. ପିତ୍ତ ପ୍ରକୃତି ବ୍ୟକ୍ତିଙ୍କ କେଶ ଝଡିବାର ସମସ୍ୟା ଏବଂ ଅସମୟେ କେଶ ଗୁଡିକ ପାଚିଯିବା ଏକ ସହଜାତ ପ୍ରବୃତ୍ତି । କେଶ ପତଳା ନାଲି ଅଥବା ଧୂସର ହୋଇଥାଏ ।
୭. ପିତ୍ତ ପ୍ରକୃତି ବ୍ୟକ୍ତିଙ୍କ ଆଖି ଧୂସର, ସବୁଜ ଅଥବା ଧୁସର ସବୁଜ ରଙ୍ଗର ଏବଂ ତୀକ୍ଷ୍ଣ, ଆଖି ଡୋଳା ମଧ୍ୟମ ।
୮. ପିତ୍ତ ପ୍ରକୃତି ବ୍ୟକ୍ତିଙ୍କ ଆଖି ଇଶତ ତମ୍ବା, ଆଦ୍ରଯୁକ୍ତ, ନଖ ନରମ ହୋଇଥାଏ ।
୧୦. ପିତ୍ତ ପ୍ରକୃତି ବ୍ୟକ୍ତିଙ୍କ ନାକ ତୀକ୍ଷ୍ଣ ହୋଇଥାଏ ଏବଂ ଅଗ୍ରଭାଗ ଲାଲ୍ ।
୧୨. ପିତ୍ତ ପ୍ରକୃତି ବ୍ୟକ୍ତିଙ୍କ ହଜମ ଶକ୍ତି ପ୍ରଖର, ଶରୀରର ରାସାୟନିକ ପ୍ରତିକ୍ରିୟା ବହୁତ ଭଲ । ପିତ୍ତ ପ୍ରକୃତି ବ୍ୟକ୍ତି ଅଧିକ ମାତ୍ରାରେ ଖାଦ୍ୟ ଏବଂ ପାନୀୟ ଗ୍ରହଣ କରନ୍ତି । ଏମାନେ ସଦା ସର୍ବଦା ମିଠା, ପିତା, କଶା ଖାଦ୍ୟ ପ୍ରତି ଆସକ୍ତ ଏବଂ ଥଣ୍ଡା ପାନୀୟ ଅତି ଆନନ୍ଦରେ ଉପଭୋଗ କରନ୍ତି । ଏମାନଙ୍କ ନିଦ୍ରା ଭଲ ଏବଂ ସମୟ ସୀମା ମଧ୍ୟମ ଧରଣର । ଏମାନଙ୍କ ପରିସ୍ରାର ପରିମାଣ ବହୁତ ଅଧିକ, ଝାଡା ତରଳ ରୁ ମଧ୍ୟମ ଧରଣର ଏବଂ ଅଧିକ । ଶରୀରରୁ ମାତ୍ରାଧିକ ପରିମାଣର ଝାଳ ବାହାରେ । ଶରୀରର ତାପମାନ ଟିକେ ଅଧିକ, ହାତ ଏବଂ ଗୋଡ ଉସୁମ । ଏମାନେ ସୁର୍ଯ୍ୟ କିରଣ, ଉତ୍ତାପ ଏବଂ କଠିନ କର୍ମ ସହ୍ୟ କରିପାରନ୍ତି ନାହିଁ । ଏମାନଙ୍କର ବୁଝିପାରିବା ଶକ୍ତି ଭଲ, ପ୍ରତିଭାଶାଳୀ, ଚାଲାକ ଏବଂ ଭଲ ବକ୍ତା । ଏମାନେ ଘୃଣା, କ୍ରୋଧ, ଈର୍ଶା ପ୍ରତି ସମ୍ବେଦନଶୀଳ । ଏମାନେ ମହତ୍ଵାକାଂକ୍ଷୀ ଏବଂ ନେତୃତ୍ଵ ନେବା ପାଇଁ ଇଚ୍ଛାଭିଲାଷୀ । ଏମାନେ ପଦାର୍ଥ ସମୃଦ୍ଧିକୁ ପସନ୍ଦ କରନ୍ତି ଏବଂ ଆର୍ଥିକ ରୂପେ ସ୍ଵଚ୍ଛଳ ହୋଇଥାନ୍ତି । ଏମାନେ ନିଜର ଧନିତ୍ଵ ଏବଂ ସମ୍ପତ୍ତିକୁ ପ୍ରଦର୍ଶନ କରିବାରେ ଖୁସି ଅନୁଭବ କରନ୍ତି ।
କଫ ପ୍ରକୃତି / କଫ ସମ୍ବିଧାନ
୧. କଫ ପ୍ରକୃତି ବ୍ୟକ୍ତିଙ୍କ ବିକଶିତ ଶରୀର ହୋଇଥାଏ ।
୨. ସାଧାରଣ ଦୃଷ୍ଟିରୁ ପ୍ରେତ୍ୟେକ ମୋଟା ବ୍ୟକ୍ତିମାନେ କଫ ପ୍ରକୃତିର ହୋଇଥାନ୍ତି ।
୩. କଫ ପ୍ରକୃତି ବ୍ୟକ୍ତିଙ୍କ ଛାତି ବଡ ଏବଂ ଚଉଡା ।
୪. କଫ ପ୍ରକୃତି ବ୍ୟକ୍ତିଙ୍କ ମୋଟା ପଣ ଲାଗି ଏମାନଙ୍କର ଶିରାପ୍ରଶୀରା ଗୁଡିକ ସ୍ପଷ୍ଟ ଦୃଶ୍ୟ ହୋଇ ନଥାଏ ।
୫. କଫ ପ୍ରକୃତି ବ୍ୟକ୍ତିଙ୍କ ଦେହର ରଙ୍ଗ ଗୋରା ଏବଂ ଉଜ୍ଜ୍ଵଳ ହୋଇଥାଏ ।
୬. କଫ ପ୍ରକୃତି ବ୍ୟକ୍ତିଙ୍କ ତ୍ଵଚା ନରମ, ଚିକ୍କଣ ଏବଂ ତେଲିଆ ହୋଇଥାଏ ।
୭. କଫ ପ୍ରକୃତି ବ୍ୟକ୍ତିଙ୍କ ଆଖି କଳା ନହେଲେ ନୀଳ, ଆଖିର ଧଳା ଅଂଶ ଅଧିକ ଧଳା ବଡ ଏବଂ ଆକର୍ଷକ ହୋଇଥାଏ ।
୮. କଫ ପ୍ରକୃତି ବ୍ୟକ୍ତିଙ୍କ ଆଖିର ଶିରା କେବେବି ଲାଲ ହୁଏନା ।
୯. କଫ ପ୍ରକୃତି ବ୍ୟକ୍ତିଙ୍କ ହଜମ ଶକ୍ତି କମ, ଭୋକ ସାଧାରଣ ଏବଂ ଗତି ମନ୍ଥର ।
୧୦.ଏମାନେ ସଦା ସର୍ବଦା ପିତା, କଶା, ରାଗ ଖାଦ୍ୟ ପ୍ରତି ଆସକ୍ତ । ଝାଡା ନରମ ଏବଂ ହଳଦୀ ରଙ୍ଗର, ନିସ୍କାସନ ପ୍ରକ୍ରିୟା କମ । ଶରୀରରୁ ସାଧାରଣ ପରିମାଣର ଝାଳ ବାହାରେ । ନିଦ୍ରା ଭଲ ଏବଂ ଦୀର୍ଘ ସମୟର । ଶକ୍ତିଶାଳି, ମହତ୍ତ୍ଵପୁର୍ଣ୍ଣ, ସହନଶୀଲ଼ତାର ରୂପ । ଏମାନେ ସ୍ଵସ୍ଥ, ଖୁସି ଏବଂ ଶାନ୍ତିପୂର୍ଣ୍ଣ ଜୀବନ ଜାପନ କରିଥାନ୍ତି । ମନୋବୈଜ୍ଞାନିକ ଦୃଷ୍ଟିରୁ ଏମାନେ ସହିଷ୍ଣୁ, ଶାନ୍ତ ଯେଉଥିପାଇଁ ଏମାନଙ୍କଠାରେ କ୍ଷମା ଏବଂ ଭଲପାଇବାର ମାତ୍ରା ଅଧିକ, ବେଳେ ବେଳେ ଲୋଭ, ମୋହ, ଈର୍ଶା ଏବଂ ଅଧିକାର ପରିଲଖିତ କରାଯାଏ । ଏମାନଙ୍କର ବୁଝିବା ଶକ୍ତି ଧିର ଏବଂ ନିଶ୍ଚିତ ଯାହା ଥରେ ବୁଝିଥାନ୍ତି ତାହା ସର୍ବଦା ମନେ ରଖିଥାନ୍ତି । ଏମାନେ ଧନୀ ଏବଂ ଧନ ରଖିବାର କୌଶଳରେ ସିଦ୍ଧହସ୍ତ ।
ଯଦିଓ ପ୍ରକୃତି ତିନି ପ୍ରକାରର ହେଲେ କିଛି କିଛି ବ୍ୟକ୍ତିଙ୍କ ପାଖରେ ନିମ୍ନ ପ୍ରକାରର ଯୌଗିକ ପ୍ରକୃତି ଲକ୍ଷ କାରାଯାଏ ।
୧. ବାତ+ପିତ୍ତ ପ୍ରକୃତି ଯେଉଁଠାରେ ଉଭୟ ବାତ ଏବଂ ପିତ୍ତର ମାତ୍ରା ଅଧିକ ।
୨. ବାତ+କଫ ପ୍ରକୃତି ଯେଉଁଠାରେ ଉଭୟ ବାତ ଏବଂ କଫର ମାତ୍ରା ଅଧିକ ।
୩. ପିତ୍ତ+କଫ ପ୍ରକୃତି ଯେଉଁଠାରେ ଉଭୟ ପିତ୍ତ ଏବଂ କଫର ମାତ୍ରା ଅଧିକ ।
୪. ବାତ+ପିତ୍ତ+କଫ ପ୍ରକୃତି ଯେଉଁଠାରେ ତିନିଙ୍କର ମାତ୍ରା ବ୍ୟତିକ୍ରମ ଏବଂ ଏହାକୁ ତ୍ରିଦୋଶ କୁହାଯାଏ ।
– ତା’ପରେ –