ଇତିହାସ

ଓଡ଼ିଶାରେ ସ୍ୱାଧୀନତାର ସୁବର୍ଣ୍ଣ ଜୟନ୍ତୀ

Balaram Mohanty'd Odisha History

ପରାଧୀନ ଭାରତରେ ଖଣ୍ଡ ବିଖଣ୍ଡିତ ଓଡ଼ିଶାବାସୀ

ଓଡ଼ିଶାରେ ସ୍ୱାଧୀନତାର ସୁବର୍ଣ୍ଣ ଜୟନ୍ତୀ

ସମଗ୍ର ଭାରତର ବିଭିନ୍ନ ଅଞ୍ଚଳ ପରି ଓଡ଼ିଶା ରାଜ୍ୟରେ ୧୯୯୭ ଅଗଷ୍ଟ ୧୫ ତାରିଖ ଦିନ ସ୍ୱାଧୀନତା ହାସଲର ପଚାଶ ବର୍ଷପୂର୍ତ୍ତି ଉପଲକ୍ଷେ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳିତ ହେଲା । ଏହି ଉତ୍ସବ ଅବସରରେ ତିନୋଟି ପର୍ଯ୍ୟାୟରେ ସମଗ୍ର ଦେଶରେ ଯେଉଁ ସ୍ୱାଧୀନତା ସଂଗ୍ରାମ ଚାଲିଥିଲା ସେଥିରେ ଓଡ଼ିଶାବାସୀଙ୍କ ଗୌରବମୟ ଅବଦାନର ସ୍ମୃତିଚାରଣ କରିବା ସଙ୍ଗେ ସଙ୍ଗେ ସ୍ୱାଧୀନତା ପରଠାରୁ ଏହି ପଚାଶ ବର୍ଷ ଭିତରେ ଓଡ଼ିଶାରେ ଯେଉଁ ବିକାଶ ଘଟିଛି ତା’ର ଏକ ସଂକ୍ଷିପ୍ତ ବିବରଣୀ ଉପସ୍ଥାପିତ କରିବା ଯଥାର୍ଥ ହେବ ।

ପରାଧୀନ ଭାରତରେ ଖଣ୍ଡ ବିଖଣ୍ଡିତ ଓଡ଼ିଶାବାସୀ

ଭାରତରେ ସ୍ୱାଧୀନତା ସଂଗ୍ରାମର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହେଲାବେଳେ ଅର୍ଥାତ୍ ୧୯୨୦-୨୧ ମସିହା ବେଳକୁ ବିଶାଳ ଓଡ଼ିଶାବାସୀ ଖଣ୍ଡ ବିଖଣ୍ଡିତ ହୋଇ ଚାରୋଟି ପଡ଼ୋଶୀ ପ୍ରଦେଶର ଅନ୍ତର୍ଭୁକ୍ତ ହୋଇ ରହିଥିଲେ । ପ୍ରଧାନ ଓଡ଼ିଶା ଭୂଖଣ୍ଡ ବିହାର-ଓଡ଼ିଶା ପ୍ରଦେଶର ଗୋଟିଏ ଅଙ୍ଗ ହୋଇ ରହିଥିଲା । ସେତେବେଳେ ଗଞ୍ଜାମ ଓ କୋରାପୁଟ ଜିଲ୍ଲା ଓଡ଼ିଶାରୁ ଅଲଗା ହୋଇ ମାନ୍ଦ୍ରାଜ ପ୍ରଦେଶରେ ଅନ୍ତର୍ଭୁକ୍ତ ହୋଇଥିଲା । ମଧ୍ୟପ୍ରଦେଶ ଓ ବଙ୍ଗପ୍ରଦେଶ ସହିତ ବହୁ ଓଡ଼ିଆ ଅଞ୍ଚଳ ଅନ୍ତର୍ଭୁକ୍ତ ହୋଇ ରହିଯାଇଥିଲା । ଏହି ସମସ୍ତ ଓଡ଼ିଆ ଭାଷୀ ଅଞ୍ଚଳକୁ ମିଶାଇ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ସେତେବେଳେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ନେତୃତ୍ୱରେ ଉତ୍କଳ ସମ୍ମିଳନୀ ଆନ୍ଦୋଳନ ଚଳାଇଥିଲେ । ଉତ୍କଳମଣି ଗୋପବନ୍ଧୁ ମଧୁସୂଦନଙ୍କର ଜଣେ ବିଶ୍ୱସ୍ତ ସହଯୋଗୀ ଭାବରେ ଏ ଦିଗରେ କାର୍ଯ୍ୟ କରୁଥିଲେ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top