ଇତିହାସ

ଓଡ଼ିଶାରେ ଜନତା ସରକାର

Balaram Mohanty'd Odisha History

ପ୍ରତିବର୍ଷ ଶତକଡ଼ା ୨୫ ଭାଗ ମଦଦୋକାନ ବନ୍ଦ କରି ଦିଆଯାଉଥିଲା । ଏହା ଦୁଇ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇଥିଲା ଏବଂ ଏହି ମନ୍ତ୍ରୀମଣ୍ଡଳ ଚାଲିଯିବା ପରେ ଏହା ବନ୍ଦ ହୋଇଯାଇଥିଲା ।

ଓଡ଼ିଶାରେ ଜନତା ସରକାର

୧୯୭୭ ମସିହା ଜାନୁଆରୀ ମାସରେ ଜରୁରୀକାଳୀନ ଅବସ୍ଥାକୁ କୋହଳ କରିଦେବା ପରେ ବିରୋଧୀ ଦଳର ରାଜନୈତିକ ବନ୍ଦୀମାନେ ଖଲାସ ହେଲେ । ଏହାପରେ ଭାରତର ରାଜନୈତିକ ଦଳମାନଙ୍କ ଭିତରେ ପୁନର୍ବିନ୍ୟାସ ହୋଇଥିଲା । ଚାରୋଟି ଅଣକମ୍ୟୁନିଷ୍ଟ୍ ଦଳ ମିଶି ଜାତୀୟ ସ୍ତରରେ ଜନତାଦଳ ଗଠନ କଲେ ଏବଂ ସେହି ଅନୁସାରେ ଓଡ଼ିଶାରେ ଜନତାଦଳ ଗଠିତ ହେଲା । ୧୯୭୭ ମସିହା ଜୁନ୍‌ମାସ ବେଳକୁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି କ୍ରମେ ଓଡ଼ିଶାର ବିଧାନସଭା ଭାଙ୍ଗି ଦିଆଯାଇ ଜୁନ୍ ମାସରେ ନିର୍ବାଚନ ହେଲା, ସେହି ନିର୍ବାଚନରେ ଜନତାଦଳ ବିପୁଳ ବିଜୟ ହାସଲ କରି ନିର୍ବାଚିତ ହୋଇ ଆସିଲେ ଓ ନୀଳମଣି ରାଉତରାୟଙ୍କ ଅଧ୍ୟକ୍ଷତାରେ ଜନତା ମନ୍ତ୍ରୀମଣ୍ଡଳ ଗଠିତ ହୋଇ ଶାସନ ଦାୟିତ୍ୱ ଗ୍ରହଣ କଲେ । ଏହି ମନ୍ତ୍ରୀମଣ୍ଡଳ ୧୯୭୭ ରୁ ୧୯୮୦ ପର୍ଯ୍ୟନ୍ତ ସ୍ଥାୟୀ ହୋଇଥିଲା ।

ଏହି ମନ୍ତ୍ରୀମଣ୍ଡଳଙ୍କ ଶାସନ କାଳରେ ସରକାର କୃଷି, କ୍ଷୁଦ୍ର ଓ ମଧ୍ୟମ ଧରଣର ଶିଳ୍ପ ଏବଂ ପ୍ରାଥମିକ ଶିକ୍ଷାର ଦ୍ରୁତ ବିକାଶ ଉପରେ ଜୋର୍ ଦେଇଥିଲେ । ଚାଷୀମାନଙ୍କୁ ସ୍ୱଳ୍ପମୂଲ୍ୟରେ ରାସାୟନିକ ସାର ଯୋଗାଇ ଦିଆଗଲା ଓ ସମବାୟ ବ୍ୟାଙ୍କର ସୁଧହାର ହ୍ରାସ କରାଯାଇଥିଲା । ଜିଲ୍ଲା ଶିଳ୍ପକେନ୍ଦ୍ରମାନ ସ୍ଥାପନ କରାଯାଇ ଏହା ଜରିଆରେ କ୍ଷୁଦ୍ର ଓ କୁଟୀର ଶିଳ୍ପର ଦ୍ରୁତ ବିକାଶ ପାଇଁ ପରିକଳ୍ପନାମାନ କାର୍ଯ୍ୟକାରୀ କରାଯାଇଥିଲା । ଉନ୍ନତ ଧରଣର ବିହନ ଯୋଗାଇ ଦେବା ପାଇଁ ଏକ ବିହନ ନିଗମ ସ୍ଥାପନ କରାଯାଇଥିଲା । ଗ୍ରାମାଞ୍ଚଳରେ ଧାନ ବଦଳରେ ଗହମ ଯୋଗାଇ ଦେବାର ନୂତନ ପରିକଳ୍ପନା ଅନେକ ପରିମାଣରେ ସଫଳ ହୋଇଥିଲା । ନିଶା ନିବାରଣ କାର୍ଯ୍ୟକ୍ରମ ଏହି ମନ୍ତ୍ରୀମଣ୍ଡଳ ବେଳର ଏକ ଉଲ୍ଲେଖ ଯୋଗ୍ୟ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମ ଅନୁଯାୟୀ ଚାରିବର୍ଷ ଭିତରେ ସମଗ୍ର ଦେଶକୁ ସମ୍ପୂର୍ଣ୍ଣ ନିଶା ନିବାରଣ ପାଇଁ ଏକ ଯୋଜନା କାର୍ଯ୍ୟକାରୀ କରାଯାଇଥିଲା । ପ୍ରତିବର୍ଷ ଶତକଡ଼ା ୨୫ ଭାଗ ମଦଦୋକାନ ବନ୍ଦ କରି ଦିଆଯାଉଥିଲା । ଏହା ଦୁଇ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇଥିଲା ଏବଂ ଏହି ମନ୍ତ୍ରୀମଣ୍ଡଳ ଚାଲିଯିବା ପରେ ଏହା ବନ୍ଦ ହୋଇଯାଇଥିଲା । ଏହି ମନ୍ତ୍ରୀମଣ୍ଡଳର ଶେଷ ଭାଗରେ ଓଡ଼ିଶାରେ ଏକ ଆଲୁମିନିୟମ୍ କାରଖାନା ପ୍ରତିଷ୍ଠା ପାଇଁ ଗୋଟିଏ ଫରାସୀ କମ୍ପାନୀ ସହିତ ଚୁକ୍ତି ନିମନ୍ତେ କଥାବାର୍ତ୍ତା ଶେଷସ୍ତରରେ ପହଞ୍ଚି ଥିବାବେଳେ କେନ୍ଦ୍ର ମନ୍ତ୍ରୀମଣ୍ଡଳ ଭାଙ୍ଗି ଯିବାରୁ ଚୁକ୍ତି ସ୍ୱାକ୍ଷର ହୋଇପାରି ନଥିଲା । ସେତେବେଳେ ଶ୍ରୀ ବିଜୁ ପଟ୍ଟନାୟକ କେନ୍ଦ୍ର ସରକାରଙ୍କ ଲୌହ ଓ ଖଣି ବିଭାଗର ମନ୍ତ୍ରୀ ଥିଲେ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top