ଉପନ୍ୟାସ

ତନ୍ମୟ ତପସ୍ୟା

Annapurna Mohanty's Odia Novel Tanmaya Tapasyaa

ଆରେ, ଟି ପାର୍ଟିକୁ ଡକାଇ ନିଜେ ଆସି ବେଡ୍‌ ରୁମ୍‌ରେ । ଆମକୁ କ୍ଷମା ମା ଭବାନୀ । ମୋତେ ଯାହା ନିର୍ଦ୍ଦେଶ ଥିଲା ତାହା ହିଁ କରିବାକୁ ଚେଷ୍ଟା କରିଛି । ତ୍ରାହିମାଂ ବିଦ୍ୟାଦାତ୍ରୀ । କ୍ଷମାଂକୁରୁ

ପୂର୍ବରୁ

ସୋମବାର ସକାଳ ଆଠଟା ସୁଧା ନିଜର ସମସ୍ତ ନିତ୍ୟକ୍ରମ ସାରି ରଂଜନାକୁ ଧରି ବିପ୍ଲବ ବିଦ୍ୟା ସିଓରକିଓର କ୍ଲିନିକ୍‌ରେ ପହଞ୍ଚିଗଲେ । ବିଦ୍ୟା ଅଫିସ୍‌, ସମୟ ଯାଏ ରହିବ । ଅଫିସ୍‌ ବେଳ ହେଲେ ସେ ଚାଲିଯିବ । ବିପ୍ଳବ ରଂଜନା କାମ ସାରି କ୍ଵାର୍ଟରକୁ ଫେରିଯିବେ । ଆଉ ଯାହା ଫୋନ୍‌ରେ କଥା ହେବେ । ପ୍ଲାନ୍‌ଟା ସମସ୍ତ ମନକୁ ପାଇଲା ।

ସମୟ ଜଗି କାମକରିଲେ କାମ ସହଜ ହୁଏ । ବେଶୀ ବି କାମ ହୁଏ । ଏକଥା ସତ । ମାତ୍ର ବେଳେବେଳେ ସବୁ ଇଚ୍ଛା ଶକ୍ତି ଥାଇବି ସମୟ ସାଥ ଦିଏନା । ଡାକ୍ତର ସହ ସାକ୍ଷାତ ହେବା ପୁର୍ବରୁ ବିଦ୍ୟାଘଣ୍ଟା ଦେଖି ଅଫିସ୍‌ ପଳାଇଗଲା “ ଜୀବନ ବାବୁ ଦେଖାହେଲେ ଅଫିସ୍‌ ଗେଟ୍‌ ପାଖରେ । ରଂଜନା କଥା କହି କରିବା ନିଜ କ୍ୟାବିନ୍‌କୁ ଚାଲିଗଲା ବିଦ୍ୟା ମିଟିଂ । କେତେବେଳେ କି ? ପଚାରିଲା ଜୀବନଙ୍କୁ ।

“ଲଞ୍ଚପରେ” ଜୀବନ କହିଲେ ।

ନିଜ ନିଜ କାମରେ ବ୍ୟସ୍ତ ସମସ୍ତେ । ଜୀବନ ବାବୁ ବି ସାଢେ ଏଗାରଟା ରେ ଜୀବନ ବାବୁ ଆସି ବିଦ୍ୟା କ୍ୟାବିନ୍‌ ସାମନାରେ ।

କଣ ହେଲା ?

ନା ମୁଁ ଭାବୁଥ୍‌ଲି, ବିପ୍ଲବ ବାବୁ ରାଜଧାନୀର ଆବାବ କାଇଦାରେ ନୂଆ ।

ଆଚ୍ଛା ତାଙ୍କ ଫୋନ୍‌ ନମ୍ବରଟା ଦେଲେ ? ତାଙ୍କୁ ଫୋନ୍‌ କରିବୁଝେ, ନଇଲେ ସେଠିକୁ ଯାଇ ଦେଖିବାକୁ ପଡିବ କଣ କରାଯାଇ ପାରେ । ଟିକେଟ୍‌ ନମ୍ବର ପନ୍ଦର ଥିଲା ନା ? ଏତେ ବେଳେ ଯାଏ କ’ଣ ତାଙ୍କ ଡାକରା ଆସିନି ?

ବିଦ୍ୟାଠୁ ଫୋନ୍‌ ନମ୍ବର ନେଇ ଜୀବନ ବାବୁ ଚାଲିଗଲେ। ପରେ, ବିଦ୍ୟା ବିପ୍ଳବଙ୍କୁ ଜୀବନଙ୍କ କଥା ଆଗତୁରା ଜଣେଇ ଦେଲା । “ ଜୀବନ ବାବୁ ଆମ ଅଫିସ୍‌ ଲୋକ ଆମଷ୍ଟାଫ୍‌ ”ତମେ ଏଠିନୂଆ ବୋଲି କ’ଣ ଅସୁବିଧା ହୋଇପାରେ ଭାବି ଯାଇଛନ୍ତି । ତମକୁ ହେଲପ୍‌ କରିବାକୁ । ସେ ଭାରି ପରୋପକାରୀ ଲୋକ । ଯଦି କିଛି କରିହୁଏ କରିବେ। କ୍ରିମ୍‌ କଲର ଫାଣ୍ଟ୍‌ରେ ବ୍ଲସ୍ଫାାର୍ଟ ଇନ୍‌ କରିଛି । ତମରି ହାଇଟ୍‌ରେ ହେବେ ।’ ଫୋନ୍‌ ବନ୍ଦ କଲା ଏପଟୁ ବିଦ୍ୟା । ଭାବିଲା, ଯା’ ହେଉ ଏଥର ଆଉ ଭୟ ନାହିଁ । ଭଗବାନ ଜୀବନ ବାବୁଙ୍କର ମଙ୍ଗଳ କରନ୍ତୁ । ତାଙ୍କ ପରି ବନ୍ଧୁ ଯେ ପାଇବ ସେ ଧନ୍ୟ । ମିଟିଂ ସରିଲେ ମୁଁ ସିଧା ବସାକୁ ଯିବି ।”

ଜୀବନ ବାବୁ ପହଞ୍ଚିଲା ବେଳକୁ ସମସ୍ତ ଚେକ୍‌ଅପ୍‌ ସରିଥିଲା । ଡାକ୍ତର ଦେଖିଲେ ଯାହା ମେଡିସିନ୍‌ ଲେଖିବେ । ଦେହରେ ରକ୍ତ ନଥିବା ସାଂଗକୁ ଯାହା ଜଣା ପଡୁଛି ହିମୋଗ୍ଲୋବିନ କମିଛି । ରିପୋଟ ଆସିଲେ କେତେ କମିଛି ଜାଣି ହେବ । ଫାମିଲକୁ ନିୟନ୍ତ୍ରଣରେ ରଖିବା ପାଇଁ ବିଭିନ୍ନ ବ୍ୟବସ୍ଥା ସରକାର ମାଗଣାରେ ଅଳ୍ପ ପଇସାରେ ଯୋଗାଇ ଦେବା ସତ୍ତ୍ୱେ, ବାରମ୍ବାର ଆବରସନ ଜନିତ ପେଟ ଧୂଆରୁ ଏତେ ଦୁର୍ବଳତା ବଢିଯାଇଛି । ବିପ୍ଳବ ଓ ରଂଜନାକୁ ଡକ୍ଟର ଚାହିଁ ପଚାରୁଥ୍‌ଲେ । “ ଆପଣମାନେ ତ ବେଶ୍‌ ଶିକ୍ଷିତ ଜଣା ପଡ଼ୁଛନ୍ତି । ତେବେ ପନ୍ନୀ ପ୍ରତି ଧ୍ୟାନ ଦେବା ନିହାତି ଉଚିତ୍‌ ନା ନାହିଁ ? ” ମୁଣ୍ଡ ପୋତି ଶୁଣୁଥିଲେ ସ୍ଵାମୀ ସ୍ତ୍ରୀ କେବଳ ।

ଜୀବନ ଅଟୋଟେ ଆଣି ରଂଜନା ଓ ବିପ୍ଳବକୁ କ୍ଵାଟର୍‌ରେ ଛାଡିଲା ବେଳେ କଥାବାର୍ତ୍ତା ହୋଇ ଆସିଲେ । ନିଜ ହୋଣ୍ଡା ରେ ସେ ଅଟୋ ସାଂଗରେ ଆସୁଥିଲେ ହେଁ ଅଫିସ୍‌ର ମିଟିଂ ଯୋଗୁଁ ତରତରରେ ଅଫିସ୍‌ରେ ଆସି ବିଦ୍ୟାକୁ ସବୁ କଥା ଶୁଣାଇଲେ ।

ରଂଜନାର ଏ ଅବସ୍ଥା ଶୁଣି ବିଦ୍ୟା ଭୀଷଣ ମନ ଦୁଃଖକଲା । କାହିକି ଈଶ୍ୱର ଲଏ ପୁରୁଷମାନଙ୍କୁ ଏପରି ସ୍ୱାର୍ଥପର ମାନସିକତା ଧରି ଜନ୍ମ ଦେଇଛନ୍ତି ? ସେମାନେ କିଛିନଚୁଝି ନିଜର କାମନା ପୂରଣ କରିବା ପାଇଁ ବର୍ଷ ବର୍ଷ ସ୍ତ୍ରୀ ଟି ଉପରେ ଅତ୍ୟାଚାର କରିଛନ୍ତି ? ବିପ୍ଲବ ନିଶ୍ଚୟ ଜଣେ ଦରଦୀ ଓ ହୃଦୟବାନ୍‌ ବଂଧୁ । ନିଃ ସନ୍ଦେହ । ମାତ୍ର ସେଇପରି ଦରଦୀ ସ୍ଵାମୀ ହୋଇ ସବୁ କଥା ବୁଝି କରିଥିଲେ, ରଂଜନାର ଏ ଅବସ୍ତା ଆଜି ହେଇ ନଥାନ୍ତା ।

– “ କଣ ଭାବୁଛନ୍ତି ମାଡାମ୍‌ ? ପୂରା ଚିନ୍ତାରେ ! ଜୀବନ ବାବୁଙ୍କ ଉପସ୍ଥିତି ଯେ ସେ ଯାଏ ଥିଲା ବିଦ୍ୟା ଅନ୍ୟମନସ୍କରେ ଜାଣିପାରି ନଥଲେ । ଜିଭ କାମୁଡି ପକାଇଲା । “ ଆପଣ ଅଛନ୍ତି ମୁଁ ଭାବିଲି….’ ଖବର ତ କହିଦେଲେ, କାମ ସରିଗଲା ଏ ଜୀବନ ଦାସ ସାଂଗରେ ଆଉ କି ମତଲବ ! ଏଇଆନା ?’ ‘ ହେ, ସରି ସରି । ” ଦୁହେଁ ଏକା ସାଂଗରେ ହସିଉଠିଲେ ।

ଜୀବନବାବୁ ହାତ ହଲେଇ ଚାଲିଗଲେ ତାଙ୍କ କ୍ୟାବିନକୁ । ପଛରୁ ତାଙ୍କୁ ଶୁଭିଲା । ଆଜି ସଂଧ୍ୟାରେ ନୂଆ କ୍ଵାର୍ଟରରେ ଟିପାର୍ଟି ! ଆସିବେ ।’ ମୁହଁ ଘୁରାଇ ସମର୍ଥନ କରି ଚାଲିଗଲେ ଜୀବନବାବୁ ।

ବିଦ୍ୟା ଭାବିଲା ନୂଆ ନୂଆ ଅଫିସ୍‌ରେ ଜଏନ କଲା ବେଳେ ଅନେକ ସମୟରେ ଜୀବନବାବୁଙ୍କର ହଲହଲ ହେବା, ନିଜ ସିଟ୍‌ରେ ନରହି ଏଣେ ଡେଣେ ଘୁରି ବୁଲିବା, ଉପରେ ପଡି କିଛି କହିବା, ଅନ୍ୟକୁ ସାହାଯ୍ୟ କରିବା, ଏମ୍‌.ଡିଙ୍କର ବଚସ୍କର ବୋଲି ଅନ୍ୟଷ୍ଟାଫ୍‌ଙ୍କ ଠାରୁ ଶୁଣିଥିଲେ । ପରେ, ଭାବୁଥିଲା ଜଣେ ଶସ୍ତାମଣିଷ ଜୀବନ ଦାସ ତେଣୁ କେବେ ବି କଥା.. ହେବାକୁ ତାଙ୍କ ସାଂଗରେ ଚିନ୍ତା କରି ନଥିଲା, କ୍ଵାଟର ପ୍ରସଂଗ ପୂର୍ବରୁ । ମାତ୍ର ଅଫିସ୍‌ରେ, ଏମ୍‌ଡିଙ୍କର, ସବୁ ଷ୍ଟାଫ୍‌ଙ୍କର ଦରକାରରେ ଲୋଡା ପଡନ୍ତି ଯେମିତି, ନିଜ ପାରୁ ପର୍ଯ୍ୟନ୍ତ ସମସ୍ତଙ୍କୁ ସାହାଯ୍ୟ କରନ୍ତି ସେମିତି ଜାଣିଲାପରେ ସେ ଯେ ହାଇ ପରସ୍‌ନାଲିଟିର ଲୋକ ତାର ଧାରଣା ଆସିଲା । କେତେ ପରୋପାକାରୀ ବିଶେଷ କରି ତା ପାଇଁ ! ମୁଁ କୃତଜ୍ଞ ଜୀବନ ବାବୁ ! ଯେମିତି ନିଜର ଭାଇ କି ସ୍ନେହା ଦେବର ଟିଏ ପରି ମୋର ସମସ୍ତକାମ ନିବିଗ୍ରରେ ସାହଯ୍ୟ କରିଛନ୍ତି । ପାଖରେ ଅଫିସ୍‌ ପିଅନ ଦୟାନିଧି ତା ଆଗରେ । କଣ ହେଲା ପଚରିଲାରୁ ସେ ତଳକୁ ମୁଣ୍ଡପୋତି ଦୁଇଶହ ଟଙ୍କା ମାଗିଲା । ଦରମା ପାଇଲେ…… ।

ଦୁଇଶ ଟଙ୍କା ଦୟାନିଧିକୁ ବଢେଇ ଦେଇ କହିଲା, “ ଏଥିରେ ଜଣାଇବାର କଣ ଅଛି ଯେ ଦରମା ପାଇଲେ ଦେବୁ । ଦିଅନ୍ତୁ ନାହିଁ କି ? ହସିଲା ବିଦ୍ୟା, ଦୟାନିଧ୍‌ ବି ମାଡାମଙ୍କ କଥାରେ ହସି ଦେଇ ଚାଲିଗଲା ।

ଫୋନ ରିଂ ହେଲା ବ୍ୟାଗ୍‌ରୁ । ଫୋନ୍‌ ଉଠାଇ ଦେଖିଲା, ଗାଆଁରୁ ବାପା ଫୋନ କରିଛନ୍ତି । ଆସନ୍ତା ରବିବାର ଦିନ ଆରାଧ୍ୟା ପୁଅର ଏକୋଇଶିଆ । ମନରେ ଅଛିନା ? ଏଠୁ ତୋ ମାଆ ଆଉ ମୁଁ ଯିବୁ । ରାଜ୍‌କୁ କହିଛି । କଣ କରିବ କେଜାଣି ! ତୁ ଆସୁଛି ନା ? ତୁ ଆସିଲେ ସେଇଠି ସମସ୍ତେ ଟିକିଏ ଭେଟ୍‌ଘାଟ୍‌ ହୋଇଯିବା ନା ‘କଣ କହୁଛୁ ? ”

– “ହଁ ବାପା । ମୁଁ ନିଶ୍ଚୟ ଯିବି । ବାପା ରଂଜନା ଦେହ ଅସୁସ୍ତ ବୋଲି ବିପ୍ଲବ ଭୁବନେଶ୍ଵର ଆଣି ଚିକିତ୍ସା କରାଉଛି । ତାଙ୍କୁ ଯିବା ପାଇଁ କହିବି ବାପା ? ସେ କଣ ଏତେ ଦିନ ଛୁଟି ନେଇ ରହିବ ଭୁବନେଶ୍ଵରରେ ଏଇ କାଲି ଯାଏ ତାର ଛୁଟୀ ଅଛି । ”

“ ତତେ କହୁଛି, ମୋ ପାଇଁ ବିପ୍ଲବଙ୍କୁ କହିଚୁ, ଯଦି ଅଟକି ଯାଇ ପାରନ୍ତା ଭଲ ହୁଅନ୍ତା ।

ତାଙ୍କ ପୁଅଝିଅ ତାଙ୍କ ଶଳାଙ୍କ ବସାରେ ଅଛନ୍ତି । ରଂଜନା ପିଲାଙ୍କ ପାଇଁ ବ୍ୟସ୍ତ ହେଉଛି । ତଥାପି ମୁଁ କହେ ହଁ ମାଆ ସେୟା କର ।’ ଫୋନ ରଖିଲେ ସେପଟୁ ବାପା ।

ଫୋନ୍‌ କଟିଛି କି ନାହିଁ ବିଦ୍ୟା ରଂଜନାକୁ ଫୋନ୍‌ ଲଗାଇଲା । “ ସଂଜ ବେଳକୁ ଆମ ବସାକୁ ଜୀବନବାବୁ ଯିବେ ବୋଲି କହିଛନ୍ତି । ପକୁଡି ବା କିଛି ଲାଇଟ୍‌ ଟିଫିନ୍‌ ଦେଇ ଚା’ଦେଲେ ଭଲ ହୁଅନ୍ତା । ତମେ ବ୍ୟସ୍ତ ହେବ ନାହିଁ । ମୁଁ ଅଫିସ୍‌ରୁ ଫେରିବା ବାଟରେ କିଛି ସ୍ଲାକ୍ସ, ମିଶ୍ଚର ସମ୍ଭବ ହେଲେ ସମସ୍ତଙ୍କ ପାଇଁ ଦୋଷା ନେଇଯିବି । ତମେ କିନ୍ତୁ ଚାରିଟା ବେଳେ ବିପ୍ଳବକୁ ପଠାଇ ଡାକ୍ତରଙ୍କୁ ରିପୋର୍ଟ ଦେଖାଇ ମେଡିସିନ୍‌ ନେଇ ଆସିଥିବ । ବହୁତ ଡେରି ହେଲାଣି, ଆଉନୁହେଁ ଶୀଘ୍ର ଔଷଧ ଖାଇବା ଆରମ୍ଭ କର । ରଖୁଛି ?” ଫୋନ୍‌ ରଖି ବିଦ୍ୟା ।

ଅଫିସ୍‌ ପରେ ଟିଫିନ୍‌ ଧରି ବିଦ୍ୟା କ୍ଵାର୍ଟରକୁ ଫେରିଥିଲା । ରଂଜନା ଘରଦ୍ୱାର ପରିଷ୍କାର କରି ଡାଇନିଂ ଟେବୁଲକୁ ସଜାଇ ରଖିଥିଲା । ଖାଲି ଅତିଥି ପହଞ୍ଚିଲେ ପକୁଡି ଛଣାଯିବ । ଚା’ହେବ । ବିପ୍ଲବ ରଂଜନା ଠୁଁ ତାଗିଦା ପାଇ ରିପୋର୍ଟ ଆଣି, ଡାକ୍ତର ଦେଖାଇ ସନ୍ଧ୍ୟା ପୁର୍ବରୁ କ୍ବାଟର୍‌କୁ ଫେରିଆସିଥ୍‌ଲା । ଜୀବନ ବାବୁ ଆସିବେ । ଏଇ ଗୋଟେ ସୁଯୋଗ ବିଦ୍ୟା ଆଗରେ ଆଉ ଏକ ପରଦା ଉନ୍ମୋଚିତ ହେବ । ନିଜର ଯୋଜନାକୁ ଈଶ୍ଵର ଚାହିଲେ କାର୍ଯ୍ୟକାରୀ ଯଦି କରିପାରେ, ତେବେ ବନ୍ଧୁ ହିସାବରେ ସେଇଟାହିଁ ହେବ ବିଦ୍ୟାପ୍ରତି ଶ୍ରେଷ୍ଠ ଭଲପାଇବା ଓ ବନ୍ଧୁତ୍ୱର ପ୍ରମାଣ ।

ଜୀବନ ବାବୁ ଆସିଲେ ଟିକେ ଡେରିରେ । ଗମାତ୍‌ ଆଲୋଚନା ଭିତରେ ଉଚ୍ଚହାସ୍ୟ ରୋଳ ବସାକୁ ଶବ୍ଦାୟିତ କରୁଥାଏ ।

ବିପ୍ଲବ ପ୍ରଥମେ ସ୍ନାକ୍ସ ଖଣ୍ଡେ ଉଠେଇ ନେଇ ଆରମ୍ଭକଲା, “ଯା ହେଉ ସବୁକାମ ସୁରୁଖୁରୁରେ ସରିଗଲା । ବିଶେଷ ଟ୍ରବଲ୍‌ ରଂଜନାର ନାହିଁ । ଦୁର୍ବଳତା ଅଛି । ଭିଟାମନ୍‌ ଖାଇବ, ରେଷ୍ଟ ଟିକେ ନେବ । ନିୟମିତ ଡାକ୍ତର ପରାମର୍ଶ ଆଉ ଔଷଧ ଖାଇଲେ ସବୁଠିକ୍‌ ହୋଇଯିବ । ବିଦ୍ୟାଙ୍କୁ ବି ଚାକିରୀ ଓ ତା ପରେ ପରେ ଜୀବନ ବାବୁଙ୍କ ଯୋଗୁଁ କ୍ଵାଟର୍‌ଟା ମିଳିଗଲା । ଚାକିରୀ ଶେଷଯାଏ କ୍ଵାଟରଟା ହାତରେ ରହିଲା । ବିଦ୍ୟା ନିଳୟରେ ବିଦ୍ୟା ମାଡାମ୍‌ ରହିବେ ।

ଜୀବନ ବାବୁ ହଠାତ୍‌ ଉଲ୍ଲସିତ ହୋଇ କହି ପକାଇଲେ, “ ଭଲ କଥାଟେ କହିଲେ, ଆଜିଠାରୁ କ୍ଵାଟର ନାଆଁ ବିଦ୍ୟାଳୟ ରହିଲା । ସେଠି ବିଦ୍ୟାଳୟ ଏଠି ବିଦ୍ୟାଳୟ । ବାଃ ସବୁ ଯାଗାରେ ବିଦ୍ୟା ମାଡାମ୍‌ଙ୍କର ଦମ୍‌ଦାର ଆସ୍ଥାନ।

ଆଶ୍ଚର୍ଯ୍ୟ ହେଲା ବିଦ୍ୟା । ଆଖିରେ ଆଖିରେ ପଚାରିଲା ବିପ୍ଲବକୁ କ’ଣ ୟାର ଅର୍ଥ ? କେମିତି ଜୀବନ ବାବୁ ଜାଣିଲେ ବିଦ୍ୟାଳୟ କଥା? ମୁଁ, ଜାଣେ, ତମେ ନିଶ୍ଚୟ ସବୁ ଗପି ଦେଇଥିବ ।’

ବିପ୍ଲବ ହସିଲା । କହିଲା “ମୁଁ ନ ଜାଣିବାର ଅନେକ ଆଗରୁ ଜୀବନ ବାବୁଙ୍କୁ ସବୁଜଣା । ବିଦ୍ୟାଳୟ ବାବଦରେ ସେ ଟିକିନିଖି ଜାଣିଛନ୍ତି । ବିଦ୍ୟାଳୟର ସେ ଗୋଟେ ରକମ ସ୍ରଷ୍ଟା ।

ବିଦ୍ୟା ଆଖ ଦି’ଟା କପାଳ ଉପରକୁ ଉଠିଗଲା । ସେ ଥରେ ଜୀବନ ବାବୁଙ୍କୁ ଚାହିଁ ପୁଣି ବିପ୍ଲବଙ୍କୁ ଚାହିଁ କହିଲା, ଥଟା ପରିହାସ କରିବାକୁ ଲୋକମିଳୁନାହାଁନ୍ତି, ବିଦ୍ୟା ସବୁରି ଉପହାସ ପାତ୍ରୀ ତ ! ଚା. ଟା ନିଶା ଧରିଲା କି ? ଯେତେ ସବୁ ବକ୍‌ବାସ ଚାଲିଛି।।

ବିପ୍ଳବ ନରାଗି ନିଜକୁ ସ୍ଵାଭାବିକ ସ୍ଵରରେ ରଖି କହିଲେ, ‘ ବିଦ୍ୟା ଏ ଦୁନିଆଁ ବହୁତ ବଡ । ତମେ ଦୁନିଆଁ ବିଷୟରେ କଣ ଆଉ କେତେ ଜାଣିଚ ? ଶୋଭନ ବାପା ବିଦ୍ୟାଳୟ ଖାଲି ଶୋଭନଙ୍କର ନୁହେଁ ଶୋଭନ ବାବୁଙ୍କୁ ସାନ ଭାଇ ଜୀବନ ବାବୁଙ୍କର ଅବଦାନ ବି ବହୁତ ! ସେ ତାଙ୍କ ଭାଇଙ୍କ ସ୍ଵପ୍ନର ବିଦ୍ୟାଳୟ ନିର୍ମାଣ କରିବାର ଗୋଟେ ବଡ ଅଂଶୀଦାର ।”

ବିଦ୍ୟା ଆବା କାବା ହୋଇଯାଉଥିଲା ।

ଜୀବନ ବାବୁ ଶୋଭନଙ୍କର ସାନଭାଇ ! ସେ ସବୁ ଜାଣିଛନ୍ତି । ସେଥି ପାଇଁ ତାଙ୍କ ପ୍ରତି ତାଙ୍କର ଏପରି ଅକୁଣ୍ତିତ ସାହାଯ୍ୟ, ସହଯୋଗ ଆଉ ମାୟା ବି !

ବିଦ୍ୟା ବିସ୍‌ଫାରିତ ଆଖରେ ଦେଖୁଥିଲା ଜୀବନ ବାବୁଙ୍କୁ । ଜୀବନଙ୍କ ଓଠରେ ହସଟେ ଆସି ଲୁଚି ଯାଉଥିଲା, ଯେମିତି ଚୋରି ତାଙ୍କର ଧରା ପଡି ଯାଇଛି ବିଦ୍ୟା ମାଡାମ୍‌ଙ୍କ ଆଗରେ । କଣ ଘଟିବ, କଣ ଘଟିବାକୁ ଯାଉଛିର କୌତୁହଳ ଖେଳି ବୁଲୁଥିଲା ବିପ୍ଲବ, ରଂଜନା ଆଉ ଜୀବନଙ୍କ ମନରେ ।

ରଂଜନାକୁ ପଚାରିଲା ବିଦ୍ୟା, “ ରଂଜନା, ତମେ ବି ଏକଥା ସବୁ ଜାଣିଥିଲ ?

“ ହଁ ଯେ ! ଇଏ ଯେଉଁ ଗଦିଆଁ ଯାଇଥିଲେ, ଫେରି ଆସି ମୋତେ କହିଥିଲେ । କହିଥିଲେ ସମୟ ଆସିଲେ ସମସ୍ତଙ୍କ ଉପସ୍ତିତିରେ ଏକଥା କୁହାଯିବ । ତମେ ଆଗରୁ ତାକୁ କିଛି କହିବ ନାହିଁ । ନିୟମ ଦେଇଥିଲେ ।”

ଜୀବନ ବାବୁ ଆପଣ ସବୁ କରିଛନ୍ତି, ଜାଣିଛନ୍ତି । ନିଜ ଭାଇ ଶୋଭନଙ୍କର । ତାପରେ ବି ମୋ ସାଂଗରେ କେବଳ ଅଫିସ ଷ୍ଟାଫ୍‌ ବୋଲି ଏସବୁ କରି, ଚାଲିଛନି, କେବଳ ଅଫିସ୍‌ ଷ୍ଟାଫ୍‌ ବୋଲି । – “ ସରି, ଭେରି ସରି । ଏବେ ଏ ଅଧମକୁ ଆପଣରୁ ତମକୁ ଖସେଇ ଦିଅ ! ପ୍ରଭୁ କହିଥିଲି ନାଥରେ ! ପ୍ରଭୁ ରାମଚନ୍ଦ୍ରଙ୍କ ନିର୍ଦ୍ଦେଶ ଥିଲା ଆପଣଙ୍କୁ କେଉଁଠି କେତେବେଳେ ଟିକେ ସାହାଯ୍ୟ କରିବାକୁ । ଅଧମ ଅନୁଜ ଲକ୍ଷ୍ମଣ କଣ ଅଗ୍ରଜଙ୍କ କଥା ଭାଂଗି ପାରିଥାନ୍ତା ? ଆପଣ ତ ସେ କଥା ଧରି ପାରିଲେ ନାହିଁ ।”

ସମ୍ମିଳିତ ହସରେ ଫାଟି ପଡ଼ୁଥିଲା କ୍ଵାଟର ପରିବେଶ ।

ବଡ ଉଦାସ ଆଉ କଣ କରୁଣ ହୋଇ ଆସୁଥିଲା ବିଦ୍ୟାର ମୁହଁ । ଏଇଠି ଏତେ ପାଖରେ ଥିଲ ଶୋଭନ ସାତ ବରଷର ପଚିଶ୍‌ ଶହ ଦିନ, ଦିନର ପ୍ରତିଟି ମୁହୁର୍ତ ତମକୁ କେତେ ନ ଖୋଜିଛି, କେତେ ନ ଝୁରିଛି ମନେମନେ । ଗୋଟେ ନୀଡହରା କପୋତୀ ପରି ସମସ୍ତେ ମୋ ପ୍ରେମ, ମୋ ବିଶ୍ଵାସ, ଭଲ ପାଇବାକୁ ବାରବାର ଲୁହ କୋହରେ ଭିଜାଇ ବଞ୍ଚିଛି ମୁଁ । ତମେ ଏଇଠି, ମୋ ଚାରିପାଖରେ ନିରାପତାର ପାଚେରୀଟିଏ ତିଆରି କରି । ମୋ ସୁରକ୍ଷାର ତାରବାଡ ଘେରାଇ, ମୋ ଅଗୋଚରରେ କେବଳ ମୋର ଭଲମନ୍ଦ ପ୍ରତି ଧ୍ୟାନ ଦେଇ ଚାଲିଚ । ତମେ ଶୋଭନ, ମୋ ଜୀବନର ଗୋପନ ସମ୍ପତ୍ତି । ସେ ସମ୍ପତ୍ତି ହକ୍‌ ମୁଁ କାହାକୁ ଦେଇନି ଦେଇ ପାରିବିନି। ଚାହିଲେ ବି ମୋ ଠାରୁ କେହି ଛଡେଇ ନେଇ ପାରିବେ ନାହିଁ । ତମେ ବି ନୁହଁ । ତମ ସହିତ ଦେଖା ହେବାର ଆଶା କାହିଁକି ବେଶୀ ଉଜ୍ଜ୍ଵଳ ଆଦି ଦିଶୁଚି । ନ ଦେଖା ହେଲେବି ଏ ବିଶ୍ଵାସ ଅଛି ଆମ ଭିତରେ ଥିବା ଗଭିରତମ ସଂପର୍କକୁ କେବେ ଜଦି ସେଲିବ୍ରେଟ ନ କରିପାରିବ । ତଥାପି ବି ମୋର ଦୁଃଖ କି ଅବିସୋସ ରହିବ ନାହିଁ । ତାର ଅର୍ଥ ନୁହେଁ, ଆମ ସଂପର୍କର ଦୂରତା ବଢିଯିବ। ତମେ ମୋ ଆସ୍ଥା, ସ୍ଥିତି ଆଉ ବିଶ୍ୱାସରେ ଯେମିତି ରହି ଆସିଛ, ସେମିତି ରହିଥିବ ମୁଁ ଥିବା ଯାଏ ।

– “କଣ ମାଡାମ ଚିନାରେ ପଡିଗଲ ନା କଣ ? କଣ ଭାବୁଛନ୍ତି ?

– “ କିଛି ଭାବୁନାହି । ଭାବୁଚି ମୋ ଭାଗ୍ୟ ମୋ ସାଥେ କେଉଁ ପରି ଖେଳ ଖେଳି ଚାଲିଛି । ଆପଣ ମାନେ କମ ନାଟକ ବାଜି କରି ନାହାଁନ୍ତି ମୋ ସାଂଗ ରେ । ବିପ୍ଲବ, ତମେ ବି ମୋର ଉତ୍ତମ ବନ୍ଧୁ । ତମେମୋର ଭୀଷଣ ମୁହୂର୍ତ୍ତମାନଙ୍କରେ, ସଙ୍କଟ କାଳରେ ସଙ୍କଟ ମୋଚନ ଭଳି ବଞ୍ଚିବାର ବାଟ ଦେଖାଇଚ । ମୋତେ ଅନ୍ଧାର ପଥରୁ ଦିନଲୋକକୁ ଆଣି ଆଗକୁ ବାଟ ଦେଖିବାର ପଥ ପରିଷ୍କାର କରିଛ । ମୋ ନିରାଶ ରେ ଆଶା ସଞ୍ଚାର କରିଛ । ଅସୁବିଧା କୁ ସୁବିଧାରେ ପରିଣତ କରି ଆଜି ଏଠି ଆଣି ଠିଆ କରାଇଛ । ତା’ନହେଲେ ମୁଁ କିଏ, ଚାକିରୀ ପରକୁପର ଜୀବନ ବାବୁ, କ୍ଵାଟର, ବିଦ୍ୟାଳୟ ଏସବୁ ଉର୍ଦ୍ଧ୍ଵରେ ମୋତେ ଭୀଷଣ ପୀଡା ଦେଇ ଦିନଦିନ ଲୁଚେଇ ରଖିଲ ମୋର ଚିରପସିତ ଖୁସୀ ଟିକକ ।

ତମେ ବିପ୍ଲବ ମୋ ଯୋଗା ଯୋଗ ବିଧାତା । ଭାଗ୍ୟ ବିଧାତା କହଲେ ବି ଅତ୍ୟୁକ୍ତି କାହିଁ ? ଅଥଚ ମୋର ଆତୁରତା, ମୋ ଛଟପଟ ଭାବ ମୋ ଡହଳ ବିକଳ କେଉଁ ଶୋଚନୀୟ ସ୍ଥିତିକୁ ତମେ ଜାଣିନ, ଜାଣିନଥିଲ ବିପ୍ଳବ ? ମୋତେ ପର କରି ସବୁ ଲୁଚେଇ ରଖିଥିଲ ଏତେ ଦିନ ? କପଟ କଲ ମୋ ସାଂଗରେ ।

ଅବରୁଦ୍ଧ ହୋଇ ରହିଥିବା ଅସରନ୍ତି ଲୁହ ଧାରଧାର ହୋଲ ଗଡି ପଡ଼ୁଥିଲା ବିଦ୍ୟାର । ମୁହଁ ଲୁଚାଇ କଇଁ କଇଁ ହୋଲ କାନ୍ଦୁଥିଲା ସେ । ଦଉଡିଗଲା ନିଜ ରୁମ୍‌କୁ ।

କାନ୍ଦୁ ବିଚାରୀ । ମନଭରି କାନ୍ଦି ନେଉ । ଅନେକ କଷ୍ଟ ପାଇଛି ଏ ସାତ ବର୍ଷ ଭିତରେ । ସବୁ କଷ୍ଟ ଆଜି ତା ଆଖରେ ଲୁହ ହୋଇ ଭାସିଯାଉ ଜୀବନରୁ ।

ଡାଇନିଂ ରେ ବିପ୍ଲବ ଆଉ ଜୀବନ ବାବୁଙ୍କୁ ବସାଇଦେଇ କିଛି ସମୟ ପରେ ବିଦ୍ୟା କବାଟ ଆଉଜେଇ ରହି ଥିବା ଦୁଆର ମୁହଁ ରେ ଯାଇ ଠିଆ ହେଲା ରଂଜନା । ଘରେନଥିବାର ନୀରବତା ଥିଲା। ବୋଧ ହୁଏ ବିଦ୍ୟା ନିଜସହ ଲଢି ଲଢି ବାତ୍ୟା ବିଧ୍ଵଂସ୍ତ ବୃକ୍ଷପରି ଚୁପ ହୋଇଯାଇଛି । ଧୀରେ ବିଦ୍ୟା ପିଠିରେ ହାତ ରଖିଲା ରଂଜନା । “ ଏବେ ତ ନିଜକୁ ସମ୍ଭାଳ । ଆମ ସମସ୍ତଙ୍କୁ କ୍ଷମା କର । ଯାହା କିଛି ହେଉଥଲା କେବଳ ତମରି ଖୁସୀ ପାଇଁ । ଏହି ଧରଣର ଆନନ୍ଦ ତମର ଦେଖିବା ପାଇଁ । ଏ ଯେଉଁ ଅବାରିତ ଲୁହର ଧାର ଗଡାଇ ଦେଇ, ଏ ବିରହର ନୁହେଁ, ଆଗାମୀ ଦିନ ମିଳନର ସଙ୍କେତ ଇଏ । ଇଏ ଆନନ୍ଦର ଲୁହ ତମର, ତମ ରଂଜନାର, ତମ ବିପ୍ଲବର । ବୁଝିବାକୁ ଚେଷ୍ଟାକର । ସାତବର୍ଷ ଦୁଃଖ ତମର ଏବେ ଅସ୍ତଗାମୀ । ଆଗାମୀ ସକାଳକୁ ଦେଖିବ ବିଦ୍ୟା ତମ ପାଇଁ ଅପୁଂରନ୍ତ ଖୁସୀ ଆଉ ମେଞ୍ଚାମେଞ୍ଚା ଆନଦ ଧରି ତମ ଦୁନିଆର ସୁନେଲି କିରଣ ବିଞ୍ଚି ଠିଆହେବ । ମୋ ଦେହ ଟିକେ ଭଲ ହେଲେ ଆମେ ଜୀବନବାବୁଙ୍କୁ ନେଇ ମଉସା ମାଉସୀଙ୍କ ପାଖକୁ ଯିଚୁ । ତମେ ଟିକେ ମୁହଁ ଟେକି ମୋତେ ଚାହଁ ବିଦ୍ୟା । ଏଥର ଆମକୁ କ୍ଷମା କରିଦେଲ ନା ?

– “ଆରେ, ଟି ପାର୍ଟିକୁ ଡକାଇ ନିଜେ ଆସି ବେଡ୍‌ ରୁମ୍‌ରେ । ଆମକୁ କ୍ଷମା ମା ଭବାନୀ । ମୋତେ ଯାହା ନିର୍ଦ୍ଦେଶ ଥିଲା ତାହା ହିଁ କରିବାକୁ ଚେଷ୍ଟା କରିଛି । ତ୍ରାହିମାଂ ବିଦ୍ୟାଦାତ୍ରୀ । କ୍ଷମାଂକୁରୁ ।

ବିଦ୍ୟା ଉପରକୁ ମୁହଁ ଉଠାଇ ଚାହିଁଲା ବେଳକୁ ବିପ୍ଲବ ଆଉ ଜୀବନ ବାବୁ ବି ତା ପାଖରେ । ସେ ଦଉଡି ଯାଇ ବିପ୍ଳବକୁ କୁଣ୍ଢେଇ ପକାଇଲା । ମୋତେ କ୍ଷମା କର ବିପ୍ଲବ । ତମେ ମୋ ପାଇଁ କ’ଣ ମୁଁ ଆଜି ବୁଝୁଛି । ମୋର ସବୁ ଭୁଲ୍‌ ପାଇଁ କ୍ଷମା କରିଦିଅ ।”

ବିପ୍ଲବ ଆଗ ବିଦ୍ୟାଠୁ ନିଜକୁ ମୁକାଳି ନେଇ କହିଲା “ଆଗ ଲୁହପୋଛ । କାଦିବା ବନ୍ଦ କର । ନିଜ ରୁମାଲରେ ବିଦ୍ୟାର ଲୁହ ପୋଛିଦେଲେ ବିପ୍ଳବ । ମିଠା ବଦଳେ ଖାଲି ଲୁଣିଆ !

ଯାହା ହେଲେ ଟି ପାର୍ଟିରେ ବିଦ୍ୟାଆଣିଥିବା ଦୋଷା, ରଂଜନା ଛାଣିଥ୍‌ବା ପକୁଡି ପରେ ଗରମ ଗରମ ଚା ପରଶା କଲାପରେ ପରିସ୍ଥିତି ଧୀରେ ଧୀରେ ହାଲୁକା ହେଲା। “ବିଦ୍ୟା ମାଡାମ୍‌ ଓ ବିଶେଷ ଜରି ରଂଢନା ମାଡାମ୍‌ଙ୍କ ଚା ପକୁଡି ପାଇଁ ଅଶେଷ ଅଶେଷ ଧନ୍ୟବାଦ । ରାତି ସାଢେ ନଅରୁ ବେଶୀ ! ଆରେ ବାବାରେ ମା ସାଧନାଦେବୀ କି ମୁଦ୍ରାରେଥିବେ । ଆଚ୍ଛା ବାଏ, ଶୁଭରାତ୍ରି ।” ଜୀବନ

ଜୀବନ ଆଗକୁ ଚାଲି ଯାଉଥିଲେ । ଗୋଟିଏ ପଲକର ଦୂରତା ବି ହେବନାହିଁ ତାଙ୍କର କ୍ଵାଟର । ସମସ୍ତେ ଦୁଆରେ ଠିଆ ଥିଲେ । ବିଦ୍ୟା ଗେଟ୍‌ ଚାବି ଦେଲା । ଦୁଆରବନ୍ଦ କରି ଏଥର ରଂଜନା ଓ ବିଦ୍ୟା ସହ ବିପ୍ଳବ ଘର ଭିତରକୁ ପଶିଗଲେ ।

ତା’ପରେ

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top