ବିପ୍ଲବ ଗାଡିରେ ବସିଲାପରେ ବିଦ୍ୟାକୁ ଫୋନ୍ କରି ଜଣାଇଦେଲା ଯେ ସେମାନେ ସଂଧ୍ୟା ସାଢେସାତ ଭିତରେ ଭୁବନେଶ୍ଵରରେ ପହଞ୍ଚିଯିବେ । ମାତ୍ର କ୍ଵାର୍ଟର ଠିକଣା ଜଣାନାହିଁ । “ତମେ ଫୋନ୍ରେ କୁହ, ମୁଁ ଠିକ୍ ପହଞ୍ଚଯିବି । ” ବିଦ୍ୟା ବି ସଠିକ୍ ଜାଣିନାହିଁ କ୍ଵାର୍ଟର କେଉଁ ଜାଗାରେ କହିଲେ ସେ ଆସି ପହଞ୍ଚବେ । ରାତି ସଢେ ସାତ ଅର୍ଥ ଅଫିସ୍ ବନ୍ଦ ହୋଇ ସାରିଥବ । ନଇଲେ ସେ ତ ସିଧା ଅଫିସ୍ରେ ଆସି ପହଞ୍ଚିପାରି ଥାନ୍ତେ । ଏଣୁ ଜୀବନ ବାବୁ ସାହାଯ୍ୟ ନିଆଯାଇ ପାରେ ଭାବି ସଙ୍ଗେ ସଙ୍ଗେ ଫୋନ୍ଟେ ମାରିଲା ତାଙ୍କ ଫୋନକୁ । ଜୀବନବାବୁ ଆସିଲେ ଠିକଣା ଫୋନ୍ରେ କହିଦେଲେ ।
ଏକା ଏକା କ୍ଵାର୍ଟରରେ ରହୁଥିବା ବିଦ୍ୟାର ପାଦ ତଳେ ଲାଗୁନଥୁଲା । କଣ କରିବ, ନକରିବ ତାକୁ ବୁଦ୍ଧି ଦେଖାଯାଉ ନଥିଲା । ବିସ୍କୁଟ୍ ମିକଶ୍ଚର ଦେଇ ଦେଲାପରେ ରାତିକଥା ଚିନ୍ତା କରିବ ଭାବୁ ଭାବୁ ଦୁଆରେ ଠକ୍ ଠକ୍ ଶୁଭିଲା ।
ତରତର୍ରେ କବାଟ ଖୋଲିଦେଲା ବିଦ୍ୟା । ତା ସାମନାରେ ରଂଜନା ଓ କ୍ୟାରିବ୍ୟାଗ୍ ଓହ୍ଲେଇଲେ ବିପ୍ଳବ । ରଂଜନା ଓ ବିପ୍ଲବକୁ ଦେଖି ଖୁସୀରେ ବିଦ୍ୟାର ଆଖିରେ ଚମକ ଖେଳିଗଲା । ରଂଜନା କୁଣ୍ଢେଇ ପକାଇଲା । କେତେ ଶୁଖଲା ଦିଶୁଚ ଆଉ ପତଳା ହୋଇଗଲାଣି ରଂଜନା ! ବିପ୍ଲବ କେୟାର୍ ଜମା ନେଉ ନାହାଁନ୍ତି ଏଥିରୁ ସୁସ୍ପଷ୍ଟ ।”
ଖୁସୀରେ ବିଦ୍ୟା ଆଖୁରୁ ଲୁହ ଦି ବୁନ୍ଦା ଗଡିପଡିଲା । ଭାବୁଥିଲା ବିପ୍ଲବ ତମେ ଏଇ ଆଖିରେ ଶୋଭନଙ୍କୁ ଦେଖୁଛ ନା ? ଆଉ ନିଶ୍ଚୟ ଏ ହାତରେ ସ୍ଵର୍ଶ କରି ହାତ ମିଳାଇ ଥୁବ ! ଶୋଭନ ନାଆଁଟା ଭାବନାକୁ ଆସିଲାକ୍ଷଣି ବିଭୋର ହୋଇପଡୁଥିଲା ବିଦ୍ୟା । ବିପ୍ଳବ ଯେ ତାକୁ ଶୋଭନଙ୍କର ଅନେକ କଥା କହିବ, ଏଖୁସୀରେ ।
“ଆରେ ବିଦ୍ୟା, ଘରଭିତରକୁ ଯିବାକୁ ତ ଦିଅ । ଏଇଠୁଁ ଶୋଭନଙ୍କ ପ୍ରେମ ସମୁଦ୍ରରେ ବୁଡିଗଲନା କଣ ? ବିପ୍ଳବ କଥାରେ ବିଦ୍ୟା ଚମକି ପଡି ରଂଜନାକୁ ଟାଣି ଟାଣି ଭିତରକୁ ନେଇଗଲା । ପଛେପଛେ ବିପ୍ଲବ । ବିଦ୍ୟା ଜୀବନର ଆରମ୍ଭ ଶୋଭନ ତ ଶେଷ ହିଁ ଶୋଭନ ।
ତେଣୁ ତାଙ୍କ କଥା ଚିନ୍ତାକରିବେ ନାହିଁତ ଆଉ କାହା କଥା ଚିନ୍ତା କରିବେ ? ‘ ରଂଜନା କହିଲା ।
“ବିଦ୍ୟାଙ୍କ ଜୀବନ ରାସ୍ତାର ଶେଷମୁଣ୍ଡ ହେଉଛି ଶୋଭନ, ନା କଣ ବିଦ୍ୟା ? ”
– “ଆଚ୍ଛା ଚା କରେ ?”’ ବିଦ୍ୟା ରଂଜନା କଥା ନଶୁଣିଲାଭଳି ରହିଲା କିଚିନ୍ରେ । ବିପ୍ଲବ, ଗ୍ରେଟ୍ ୟାର ! ତମ ପରିବନ୍ଧୁ ମୋତେ କେବଳ ନୁହେଁ, ସବୁ ଲୋକଙ୍କୁ ମିଳୁ । ଜନ୍ମଜନ୍ନମ କୁ । ମୁଁ ସବୁ ରଣ ପରିଶୋଧ ପାଇଁ ଆର ଜନ୍ମରେ ତମ ବାଡିରେ ଲଙ୍କା, ବାଇଗଣ ଗଛ ହୋଇ ଜନ୍ମିବି ମାଇଁ ଡିଅର ଫ୍ରେଣ୍ଡ ! ବିପ୍ଳବ, ମାଇଁ ବେଷ୍ଟ ଗ୍ରାଟିଚ୍ୟୁଡ୍ ଟୁ ୟୁ । ”
କଣ ଚା କରିବା ନାଆଁରେ ଏଠି ବି ଭାବନାରେ । ଚା ଉତୁରି ଗ୍ୟାସରେ । ରଂଜନା ଆସିଲ, ଚଟ୍ ତିନିକପ୍ ଛାଣି ଆଣିଲ । ବିପ୍ଳବ ବିଦ୍ୟାର ହାତଧରି ନେଇ ଆସୁଥିଲା କିଚିନ୍ ରୁ ।
ଚା ବିସ୍କୁଟ ଆଉ ମିକ୍ସଚର ଖାଇ ସାରିଲା ବେଳକୁ ରାତି ନଅଟା । ରଂଜନା କହିଲା, “ ଆଜି ଖାଲି ଗପିବା । ରୋଷେଇ ନାହିଁ । ମୁଁ ପୋଡପିଠା ଆଉ କାକରା ଆଣିଛି । ତାରି ସଦ୍ ବ୍ୟବହାର କରିବା ।”
ବିଦ୍ୟା କହିଲା ତମେ ଦିଜଣ ବସିଥାଆ କି, ମୁଁ, ଭଜାଟିକିଏ ଭାଜି ଆଣେ । ପିଠା ସାଂଗକୁ ଗରମ ଗରମ ଭଜା ଭଲ ଲାଗିବ । ବିନା ଲଗେଇଖୁଆରେ ବିପ୍ଳବ କେମିତି ଖାଇବେ । ଆମେ ଦୁଇଜଣ ମାଇପି ଜନମ ପାଇଛନ୍ତି ଯା’ ହେଲେ ବି ଖାଇ ଦେବା ନା କଣ ?’
ରଂଜନା ଅସୁସ୍ଥ ଯୋଗୁଁ ଥକି ପଡ଼ୁଥିଲେ ବି ବିଦ୍ୟା ପାଖରେ ଠିଆହେଲା ଭଜାକଲା ବେଳେ । ସମସ୍ତେ ଖାଇଲେ । ଗପିଲେ । ରାତି ବହୁତ ହେବା ଯାଏ । ବିଦ୍ୟା ତଡିତାଡି ବିପ୍ଲବ ରଂଜନାକୁ ଆଉ ଗୋଟେ ରୁମ୍କୁ ପଠେଇ, ନିଜେ ଗୋଟିଏ ଖଟରେ ଶୋଇପଡିଲା ।
ସକାଳ ସାଢେ ନଅରେ ଅଫିସ୍ । ବିଦ୍ୟାର ମାନସିକ ସ୍ତ୍ରିତି ଓ ଫିଲିଂକୁ ଅନୁଭବ କରୁଥିଲା ବିପ୍ଲବ । “ତମେ ଜମା ବ୍ୟସ୍ତ ନହୋଇ କଣ ଘରେ ଅଛି ଖାଇଦେଇ ଅଫିସ୍ଯାଅ ।
ଆମେ ଜଳଖିଆ ତିଆରି କରି ଖାଇ ଡେରି କରି ରୋଷେଇ କରିବୁ । ପନିପରିବା କଣ ଅଛି ନଅଛି ତମେ ବ୍ୟସ୍ତ ହେବା ଦରକାର ନାହିଁ । ମୁଁ ବଜାରରୁ ନେଇ ଆସିବି । ତମେ ଅଫିସ୍ ଯାଅ। ”
ବିଦ୍ୟା ମାନିଲା ବିପ୍ଲବଙ୍କ କଥା । ଅଫିସ୍ ଭିତରକୁ ଇନ୍ ଜୀବନବାବୁ କରୁକରୁ ଦେଖୁଲା । ସାମାନ୍ୟ ମୁହଁରେ ହସ ଆଣି ମର୍ଣ୍ଣିଙ୍ଗ’ ଜଣାଇ କହିଲା, “ଘରକୁ ଓ ବନ୍ଧୁପନୀ ଆସିଛନ୍ତି । ରଂଜନାର କଣ ଗାଇନିକ୍ ପ୍ରବ୍ଲେମ ସହ ଏନ୍ମିକ ଦୋଷ ଇତ୍ୟାଦି ଅଛି । ଡାକ୍ତର ଦେଖାଇ, ଆବଶ୍ୟକ ପଡିଲେ ପରୀକ୍ଷା ନୀରିକ୍ଷା କରି, ରିପୋର୍ଟ ଦେଖାଇ ମେଡିସିନ୍ ଧରି ପଳେଇବେ । ଆପଣ କହି ପାରିବେ ?
ଏଠି ଭଲ ଗାଇନିକ୍ ଡକ୍ଟର କିଏ ଅଛନ୍ତି ? ତାଙ୍କ କ୍ଳନିକ୍ ଟା କେଉଁଠି ? କହିବେତ ଅଫିସ୍ ରୁ ଗଲେ ତାଙ୍କୁ ସଂଜରେ ନେଇଯିବି ।”
ଆପଣ ନେବେ ? ଏଠି ସଂଜରେ କିଏ ଦେଖିବ ? ଆଜି ଧରାଧରି କରି କାଲି ସକାଳ ପାଇଁ ମୁଁ ଟିକେଟ୍ ବ୍ୟବସ୍ଥାଟା କରେଇବାକୁ ଦେଖିବ ? ସିଓର କିଓର୍ କ୍ଲିନିକ୍ରେ ସ୍କୃତିଲିପି ପଣ୍ଡା ଜାତୀୟ ପୁରସ୍କାର ପ୍ରାପ୍ତ ଭଲ ଗାଇନିକ୍ ଡକ୍ଟର । ଫରେନ୍ ଫେରନ୍ତା । ତାଙ୍କୁ ଦେଖେଇଲେ ଦି ବେଷ୍ଟ । କାଲି ସଣ୍ଡେ ଅଛି, ଚାଲିଯିବେ ।
– “ ଆପଣା ଟିକେ ଯାଆନ୍ତେ ନି ? ” ମନରେ ଶଙ୍କା ରଖ ପଚାରିଲା ବିଦ୍ୟା ।
– “ କିଏ ମନା କଲା ? ଆପଣଙ୍କ କାମକୁ ତଳେ ପକାଇବାର ଅଛି ? ଉପର ବାଲାଙ୍କର କଡା ନିର୍ଦ୍ଦେଶ ବିଦ୍ୟା ମାଡାମ୍ଙ୍କର ସବୁ କାମ ଦାୟିତ୍ୱ ଭାବି ତୋର, ପାଳନ କରିବୁ ଜୀବନ !
– “ କିଏ ଉପରବାଲା ? ଏମ୍.ଡି ? ଆଉ ?”
– “ସ୍ୱୟଂ ପ୍ରଭୁ ରାମଚନ୍ଦ୍ର, ଭଗବାନ । ଜୟ ସିୟାରାମଚନ୍ଦ୍ର କି ଜୟ ।
ଦୁହେଁ ହସି ଉଠିଲେ ଏକା ସାଂଗରେ ।
ଆଜିକାଲି ପ୍ରଭୁ ଶ୍ରୀରାମଚନ୍ଦ୍ର ଆପଣଙ୍କୁ କଥା ହୋଇ, ମୋ ପରି ଜଣେ ଦୁଃଖୀ ମଣିଷକୁ ସାହାଯ୍ୟ କରିବା ପାଇଁ ମୋ ଦାୟିତ୍ୱ ଦେଇଛନ୍ତି ? ତ୍ରେତୟା ଯୁଗ ସିଧା ଆସି କଳିଯୁଗରେ ପହଞ୍ଚିଗଲା ?
ପୁଣି ଏକା ସାଂଗରେ ହସି ଉଠିଲେ ଦୁହେଁ ।
– “ଆପଣ ହସନ୍ତୁ ମାଡାମ୍ । ଆପଣ ହସିଲେ ଏତେ ଚମକ୍କାର ଦିଶୁଚନ୍ତି । ହସ ଆପଣଙ୍କୁ ମୁହଁରେ ମାନୁଚି ଏ ହସଟିକକ ଲାଗି ରହିବା ପାଇଁ ମୁଁ ଯଥାସାଧ୍ୟ ଆପଣଙ୍କୁ ସାହାଯ୍ୟ କରିବି ।”
– “ ହଉ ବାବା, ଅନୁଜ ଲକ୍ଷ୍ମଣ, ଏବେତ ଅଫିସ୍ କାର୍ଯ୍ୟରେ ମନ ଲାଗୁ । ବିଦ୍ୟା ସହିତ କଥାରେ ଯୋଗଦେବାସଂଗେ ସଂଗେ ତାକୁ ତା କ୍ୟାବିନ୍ ପାଖରେ ଛାଡିଦେଇ ନିଜ ଚାମ୍ବର ଆଡେ ଚାଲିଗଲେ ଜୀବନ ଦାସ ।
ଏମ୍.ଡି ଆଜି ଆସିବେ ! ଟେବୁଲ ଉପରେ କେତେ ଫାଇଲ୍ !
ଜୀବନ ଦାସ ଫେରିପଡି ପୁଣି ଆସି ବିଦ୍ୟା କ୍ୟାବିନ ପାଖରେ ଧୀରେ କହିଲେ, “ ଆଜି ବାରଟା ପନ୍ଦର ରେ ଏମ୍ ଡିଙ୍କର ଫ୍ଲାଇଟ୍ ! ସିଧା ବମ୍ବେ ତେଣୁ ଧୀରେ ସୁସ୍ଫରେ କାମ ଚାଲୁ ବୁଧବାର ଫେରି ପାରନ୍ତି ।
ଜୀବନ ବାବୁ ଏଥର ତାଙ୍କ କ୍ୟାବିନ୍କୁ ଫେରିଗଲେ ।
ରଂଜନାକୁ ଫୋନ ଲଗାଇଲା, ବିଦ୍ୟା ରାନ୍ଧି ଖାଇ ବିଶ୍ରାମ ନିଅ । ମୁଁ ସହଳ ଅଫିସ୍ରୁ ଯିବାକୁ ଚେଷ୍ଟା କରୁଛି । ତମେ ସବୁ ଘରେ ଅଛତ ମୋତେ ଏଠି ଭଲ ଲାଗୁନି । ଆଜି ଟିକେଟ କରିବାର ବନ୍ଦୋବସ୍ତ କରୁଛି । କାଲି ସକାଳେ ଟିକେଟ୍ ନମ୍ବର ଅନୁଯାୟୀ ଅପେକ୍ଷା କରିବାକୁ ପଡିବ । ତେଣୁ ବିଶ୍ରାମ ନିଅ ମୁଁ ଗଲେ ଢେର ଗପିବା ।”
– “ ତମେ ଆସିଲେ ଲଞ୍ଚଟା ଆମେ ସାଙ୍ଗରେ ଖାଇବା । ଏବେ ଜଳଖିଆ କରି ଖାଇଲୁ । ଜିନିଷ ପତ୍ର ଯେମିତି ଅଛି, ସଜଡା ସଜଡି କରି ରୋଷେଇ ସାରିଲା ବେଳକୁ ଡେରି ହେବ । ତମେ ଆସନା ? ସାଂଗ ହୋଇ ଖାଇବା । ‘
– “ ବିପ୍ଳବ କୁଆଡେ ଗଲେ ? ”
ଦି’ଟା ବ୍ୟାଗ ଧରି ବଜାର ଯାଇଛନ୍ତି । ଗାଡିତ ନାହିଁ । ଅଟୋରେ ଯାଇଥିବେ ।”
ଫୋନ୍ ବନ୍ଦକରି କାମରେ ମନ ଦେଲା ବିଦ୍ୟା ।
ବିଦ୍ୟା ବଡ ବାବୁଙ୍କୁ କହି ସମୟ ପୂର୍ବରୁ ଅଫିସ୍ ଛାଡିଲା । ବିପ୍ଳବ ଆସି ସାରିଥିଲା ।
ରଂଜନା ଘରର ଜିନିଷ ପତ୍ରକୁ ସୁନ୍ଦର ଭାବରେ ସଜାଡି ଦେଇ କ୍ଵାର୍ଟରକୁ ଆଉରି ସୁନ୍ଦର କରି ଦେଇ ଥୁଲା । ରଂଜନା ଧନ୍ୟବାଦ । ବିପ୍ଲବ କାହିଁକି ଏତେ ପରିବା ଆଣିଛନ୍ତି ? ତାଗିଦ୍ କରୁଥିଲା ବିଦ୍ୟା ।
ସମସ୍ତ ଖୁସୀ ଗପ ସହ ଖାଇବାର ମଜା ଉଠାଉ ଥୁଲେ । ବିଦ୍ୟା କିନ୍ତୁ ସବୁ ହସ ଖୁସୀ କଥା ବାର୍ତ୍ତା ଭିତରେ ମନେ ମନେ ବିରକ୍ତ ହୋଇ ଯାଉଥଲା ବିପ୍ଲବଙ୍କ ଉପରେ । ଗତ ରାତିଠୁଁ ତ ଆସିଲେଣି । ଶୋଭନଙ୍କ କଥା ପଦେ ହେଲେ କହୁ ନାହାଁନ୍ତି । ଶୋଭନ କେମିତି ଦିଶୁଥୁଲେ ? ଦୁର୍ବଳ ? ଶୀର୍ଣ୍ଣକାୟ ? ନା ଧୋତିପିନ୍ଧି ସେହି ଧୋତି ଚାଦରକୁ ଘୋଡେଇ ହୋଇ ପୁରା ସଂସାର ବିରାଗି ?
ଖାଉ ଖାଉ ଖୁବ୍ ଜୋର୍ରେ କାଶି ଉଠିଲା ବିଦ୍ୟା । ତର ତରରେ ରଂଜନା ପାଣିଗ୍ଲାସଟାକୁ ବଢେଇ ଦେଇ କହିଲା, ‘ କିଏ ମନରେ କରୁଛି ବୋଧେ ? ମାଉସୀ ମଉସା ନା ଆରାଧ୍ୟା ? ”
କାହିଁକି ? ଆଉକଣ କେହି ନାହିଁ ମନରେ କରିବାକୁ । ଶୋଭନ ବି ତ ମନରେ କରୁଥାଇ ପାରନ୍ତି ! ଖାଉ ଖାଉ ଅତ୍ୟନ୍ତ ସ୍ଵାଭାବିକ ସ୍ଵରରେ ବିପ୍ଲବ କହିଲା ।
ବିଦ୍ୟା କାଶି କାଶି ତା ଆଖିରୁ ଲୁହଧାର ଗଡି ପଡୁଥାଏ ।
ଟିକେ ଲୁଣ ପାଟିରେ ପକେଇଦେଲ ? ସବୁଠିକ୍ ହେଇଯିବ । ରଂଜନା ଲୁଣଟିପେ ବିଦ୍ୟାପାଟିରେ ଦେଲା ।
“ଏ ବୁଢୀମାଆର ତୁଟୁକା ଡାକ୍ତରୀ ବିଦ୍ୟା କେବେ ଠୁଁ ଆରମ୍ଭ ହେଲାଣି ?” ବିପ୍ଲବ ରଂଜନାକୁ ଚାହିଁ ଆଳୁରୁ ଚୋପା କାଢି ଥାଳି କଡକୁ ରଖୁ ରଖୁ କହିଲା ।
– “ଆଳୁ ସାଂଗରେ ଚୋପାଟା ଖାଇବା ନିହାତି ଜରୁରୀ ହଜମ ହେବ, ଝାଡା ବି ପରିଷ୍କାର !” “ ଆରେ ବାବାରେ ବାବା ଏତେ ପାଠ, ଏତେଜ୍ଞାନ ତା ଭିତରେଡାକ୍ତରଙ୍କର ପୁଣି ଏତେ ରୋଗ ! ବିପ୍ଳବ ରଂଜନା କୁ ଛିଗୁଲେଇ ଥିଲା ।
ବିଦ୍ୟା ବିପ୍ଲବ ସାଂଗ ହୋଇ ହସୁଥୁଲେ ତ ରଂଜନା ମୁଁହ ଫୁଲେଇ ଥିଲା ସ୍ୱାମୀର ଥଟ୍ଟାରେ । ରଂଜନା, ବିଦ୍ୟା ତା ଖଟରେ ଶୋଇଲେ । ବିପ୍ଳବ ଆର ରୁମ୍ରେ । ବିଦ୍ୟା ଲକ୍ଷ୍ୟ କରୁଥୁଲା ରଂଜନା କେତେ ଅଳ୍ପ ସମୟ ଭିତରେ କେତେ ସୁନ୍ଦର ଭାବେ ଘର ସଜାଇ ଦେଇଛି !
ଲୁଗାପଟା, ଡାଇନିଂସେଟ୍, ଛୋଟବଡଜିନିଷ ସବୁ ବେଶ୍ ସଜାଇ ହୋଇ ରହିଛି । ରଂଜନା, ତମ ଘରଣୀ ପଣ, ତମ ସାଜସଢା ର ରୁଚିକୁ ଶତଶତ ଧନ୍ୟବାଦ ଆଉଥରେ । ‘
“ହେଃ ଏ ଗୋଟେ କାମ”, ଏତେ ଧନ୍ୟବାଦ । ରଂଜନା ପ୍ରତିରୋଧ କରୁଥିଲା ବିଦ୍ୟାକୁ । ରଂଜନା ହସ୍କୁରୀ ଟେ । ଟିକେ ଟିକେ କଥାରେ ହସି ହସି ଗଡି ଯାଉଥିଲା । ବିଦ୍ୟା ଆଶା କରୁଥାଏ ରଂଜନା ବି କିଛି ଶୋଭନଙ୍କ କଥା କହୁ ! ମାତ୍ର ନା, ତାପାଟିରୁ କିଛି ବାହାରୁ ନଥାଏ । ବିପ୍ଲବ ତାକୁ ସାବଧାନ କରାଇଥୁଲା, ବିଦ୍ୟାକୁ ଏଇନା କିଛି କହିବା ନାହିଁ, ସେ ଶୋଭନ କଥାରେ ଭାରି ଇମୋଶ୍ନାଲ । ଏ ଯାଏ ଶୋଭନଙ୍କୁ ନେଇ ସେ ଅନେକ କଷ୍ଟ ପାଇଛି, ପାଉଛି । ଯାହା କହିବା କଥା ସମୟ ସୁବିଧା ଦେଖି ମୁ କହିବି । ତେଣୁ ରଂଜନାର ପାଟି ଖଲ୍ଖଲ ହେଲେ ବି ଚୁପ୍ ଥାଏ ।
ଅପରାହ୍ଵ ପାଞ୍ଚଟା । ଗପ ପର୍ବ ସରିଲା । ବିଦ୍ୟା ପ୍ରପୋଜ୍ କଲା, ଖାଲି ଘରଟା ଭିତରେ ବସିବା କାହିଁକି ? ଚାଲ, ରବୀନ୍ଦ୍ର ମଣ୍ଡପ ଯିବା । ସର୍ବ ଭାରତୀୟ ନୃତ୍ୟ ଏବେ ତିନିଦିନ ଧରି ଚାଲିବ ।
ଓଡିଶୀ ନୃତ୍ୟ ଦୁଇଗ୍ରୁପ୍ରେ ଅଛି । ଭାରତ ନାଟ୍ୟମ, ମଣିପୁରୀ, କୁଚିପୁଡି, ସବୁ ନୁତ୍ୟ ଅଛି । ରାତି ନଅଟା ସାଢେ ନଅଟା ଯାଏ ନୂତ୍ୟ ଦେଖି “ଡାଲ୍ମା ରୁ ଖାଇଦେଇ ଘରକୁ ଫେରିବା ।’
– “ ନଟ୍ ଏ ବ୍ୟାଡ୍ ଆଇଡିଆ । ବଟ ହ୍ଵାରିଜ୍ ଆୱାର ଭେଇକ୍ଲି ?”
– “ଘରୁ କିଛି ବାଟ ଗଲେ ଛକ । ସେଇଠି ଅଟୋ ପାଇବା । ରାତି ଦଶଟା ଯାଏ ଅଟୋ ଚଳାଚଳ ହେଉଥାଏ । ପୁଣି ଅଟୋରେ ପାଭିଲନ୍ । ସବୁ ଅଟୋରେ ହବ, ଚାଲ । ‘
ସମ୍ମତି ଥିଲା ସମସ୍ତଙ୍କର । ଯୋଜନାନୁଯାୟୀ ନୃତ୍ୟ ଦେଖା, “ଡାଲମା ରେ ଖାଇବା କାମସାରି ଘରେ ପହଞ୍ଚିଲା ବେଳକୁ ଦଶଟା କୋଡିଏ ! ବାବାରେ ବାବା । ସବୁକାମ ସାରି ଦଶଟାରେ ଅଟୋ ପାଇବା, ଘରକୁ ଆସିବା ଏଥିପାଇଁ ଭଗବାନଙ୍କୁ ଧନ୍ୟବାଦ ଆଉ ଅଟୋକୁ ଜିନ୍ଦାବାଦ । ବିପ୍ଳବଙ୍କ କଥାରେ ସମସ୍ତେ ହସିଲେ ।
ଲୁଗା ବଦଳାଇ, ଗୋଡ ହାତ ଧୋଇ ଏଥର ନିଦ୍ରା ଦେବୀଙ୍କୁ ଆଶ୍ରା କରିବା କେବଳ !
ତା’ପରେ