ଅଣୁଗଳ୍ପ

ହେ ଅତୀତ

Santanu Kumar Rout's odia short story Hey Ateeta

ସେଦିନ ବାପାଙ୍କ ଚବିଶ ଇଞ୍ଚ୍‌ର ଆଟ୍‌ଲାସ ସାଇକେଲ୍‌ରେ ଯୋଉ ମଜା ଥିଲା ଆଜି ଏ ଲକ୍ଷ ଲକ୍ଷ ଟଙ୍କାର ଗାଡ଼ିରେ ନାହିଁ ।

ହେ ଅତୀତ

ଅନ୍ଧକାର ଜୀବନରେ ଆଲୋକ ଭରା ଆଶା । ନିର୍ଜୀବ ପରି ମଣିଷ କଣ ସେଇ ଦୂର ଆକାଶର ସଫଳତାର ସିଢି ଚଢିବାରେ ସଫଳ ହୋଇ ପାରିବ ? ମନରେ ଅମାନିଆ ଭାବନାର ସୁଅ । କାହାଣୀ ପରି ଲାଗୁଥିଲେ ବି ନିରାଟ ସତ୍ୟ ।

ବାପା ,ବୋଉ ,ସହିତ ଦୁଇ ଝିଅ ଓ ଗୋଟିଏ ପୁଅ । ଗରିବ ପରିବାର ହେଲେ କଣ ହେବ ଜୀବନରେ ଅସଲି ଖୁସି ସେଇଠି ହିଁ ଭରି ରହିଥାଏ । ବାପାଙ୍କ ପେସା ହଉଛି ଚାଷ । ଚାଷ ଯେ କେବଳ ଧାନ ଚାଷ ବରଷକୁ ହିଁ ଖାଲି ଚାଉଳ ଗଣ୍ଡିକ ପାଇବ ତା ଛଡା ଆଉକିଛି ନାହିଁ । ବହୁତ ଆର୍ଥିକ ଯନ୍ତ୍ରଣା ଥିଲେ ମଧ୍ୟ୍ୟ ନିଜେ ଉପାସ ରହି ପିଲା ମାନଙ୍କର ସମସ୍ତ ଅଳି ଅର୍ଦ୍ଧଳିକୁ ପୂର୍ଣ୍ଣ ଭାବେ ପୂରଣ କରିଛନ୍ତି ବାପା ବୋଉ ।

ସଂସାର… ଝିଅ ବଡ, ତା ତଳେ ପୁଅଟି ଆଉ ଗୋଟିଏ ସାନ ଝିଅ । ଝିଅଟି ଗାଁ ବିଦ୍ୟାଳୟରେ ଦଶମ ପାସ କରି ମା ସହିତ ଘର କରଣ । କାମ ଶିଖୁ ଶିଖୁ ଝିଅର ବାହାଘର ଲାଗି ଯୋଗାଯୋଗ ହୋଇଗଲା ଏବଂ ସେଇବର୍ଷ ପୁଅଟି ମଧ୍ୟ୍ୟ ଦଶମ ପରୀକ୍ଷା ଦେଇଥାଏ । କିନ୍ତୁ ଅଭାବି ପରିବାର ଯାହା ହଉ ଧାର କରଜ କରି ଝିଅ ବାହାଘର ଟି ତୁଲାଇ ଦେଲେ ସତ କିନ୍ତୁ ପୁଅକୁ ଆଉ ଆଗକୁ ପାଠ ପଢ଼ାଇବା ଲାଗି ସାହସ ବାନ୍ଧି ପାରିଲେନି । ଯାହାକି ପୁଅ ଜାଣି ପାରି ପାଠକୁ ଏତେ ଗୁରୁତ୍ୱ ଦେଲାନାହିଁ ଅନ୍ୟ ପକ୍ଷରେ ବଡ ଭଉଣୀର ବାହାଘର କରଜକୁ ଶୁଝିବା ଏବଂ ସାନ ଭଉଣିର ପଢିବାକୁ ନେଇ ପୁଅଟି ବାପାଙ୍କ ସହିତ ଚାଷ କାମରେ ସାହାଯ୍ୟ କଲା ।

୨ଠଠ୬ ମସିହା ମାର୍ଚ୍ଚ ମାସ୧୦ତାରିଖ ରେ ଗ୍ରାମର କିଛି ବଡ ବଡ ଭାଇ ମାନଙ୍କ ସାଙ୍ଗରେ ଠିକା କର୍ମଚାରୀ ହିସାବରେ କାର୍ଯ୍ୟ କରିବାଲାଗି ବାହାରି ପଡିଲା କାରଖାନାକୁ । ଦିନକୁ ମଜୁରୀ ୬୩ ଟଙ୍କା ମାତ୍ର ଅନ୍ୟ ପକ୍ଷରେ ପୁଅଟିର ପରୀକ୍ଷା ଫଳ ମଧ୍ୟ ବାହାରି ନଥାଏ । ଯାହା ହଉ ସେଇ ମାର୍ଚ୍ଚ ମାସ ୨୧ ତାରିଖରେ ତାର ପରୀକ୍ଷା ଫଳ ବାହାରିଲା । ସେଦିନ ମଧ୍ୟ ସେ କାମ କରିବାଲାଗି ଯାଇଥାଏ । ନିଜର ରୋଲ ନମ୍ବର କୁ ନେଇ କମ୍ପାନୀର ଜଣେ ସାହେବଙ୍କୁ ଦେଇ କହିଲା ସାର ମୋର ରେଜଲ୍ଟ ଟିକେ ଦେଖି ଦିଅନ୍ତୁ । ସେ ସାହେବ ଜଣକ ଦେଖିଲେ ଏବଂ ବହୁତ ତାରିଫ ମଧ୍ୟ କଲେ ତା ସହିତ ୨ଠଠ ଟଙ୍କାରେ ମିଠା ମଧ୍ୟ ବାଣ୍ଟିଥିଲେ ବହୁତ ଖୁସି ଲାଗୁଥିଲେ ମଧ୍ୟ କାନ୍ଦ ବି ଲାଗୁଥିଲା । ସନ୍ଧ୍ୟାରେ ଆସି ଘରେ ପହଁଚିଲା ପରେ ବୋଉ ତାର କହୁଥାଏ ପୁଅରେ ତମ ବିଦ୍ୟାଳୟର ପରୀକ୍ଷା ଦେଇଥିବା ୩୫ ଜଣଙ୍କ ମଧ୍ୟରେ ତୁ ସବୁଠୁ ଅଧିକ ନମ୍ବର ରେ ପାସ କରିଛୁ ବହୁତ ଖୁସିଲାଗୁଥାଏ । ଖାଇ ସାରି ଶୋଇବାକୁ ବାହାରିଲା ବେଳକୁ ପୁଅଟି ଚିନ୍ତା କଲା ରାତି ପାହିଲେ ସ୍କୁଲର ସାର ଏବଂ ସମସ୍ତ ଗୁରୁଜନ ମାନେ ପଚାରିବେ କୋଉଠି ପଢ଼ିବୁ ?? ହେଲେ ମୋର ବାପାଙ୍କର ରୋଜଗାର ତ ଏଇଆ ମୁଁ ଜାଣୁଛି କଲେଜ ଗଲେ ତ ବହୁତ ଟଙ୍କା ଖର୍ଚ୍ଚ ହୁଏ ଶୁଣିଛି । ମୁ ପଢିଲେ ସେ ଏତେ ଟଙ୍କା ବାପା କୋଉଠୁ ଆଣିବେ ଏପଟେ ଭଉଣି ବାହାଘରର କରଜ ସହିତ ସାନଭଉଣୀର ବାହାଘର ମଧ୍ୟ କରିବାକୁ ପଡିବ ଭାବି ଭାବି ସୋଇ ପଡିଲା ପର ଦିନ ସକାଳେ ବଡ ବାପାଙ୍କ ପୁଅ ଆସି ପଚାରିଲେ ବ୍ୟାସନଗର କଲେଜରେ ନାମ ଲେଖେଇଦେବା । କାହିଁକି କେଜାଣି ତୁରନ୍ତ ମନା କରିଦେଲା ଏବଂ କହିଲା ମୁଁ ଆଉ ପାଠ ପଢ଼ିବିନି କହି ପ୍ରାୟ ସେଠାକାର ସମସ୍ତଙ୍କ ମନକୁ କଷ୍ଟ ଦେଇଥିଲା । ଯାହା ହଉ ସେ କମ୍ପାନୀରେ କିଛି ଦିନ ରହିଲା ପରେ ଜଣେ ଦକ୍ଷ ପ୍ରାଯୁକ୍ତିକ ବ୍ୟକ୍ତି ହିସାବରେ ଠିକାଦାରଙ୍କ ନିକଟରେ କାର୍ଯ୍ୟରତ ହୋଇଗଲା । କିଛି ଦିନ ପରେ ହଟାତ ଗୋଟେ ଭଲ ପାତ୍ର ର ବାହାଘର ପ୍ରସ୍ତାବ ଆସିଲା ସାନଭଉଣୀ ଲାଗି ଏବଂ ସାନ ଭଉଣୀର ବାହାଘର ମଧ୍ୟ ହୋଇଗଲା । ପରେ ପୁଅଟି ଚିନ୍ତା କରି କେନ୍ଦୁଝର ର ଏକ ଘରୋଇ କଲେଜ ରେ distance ରେ ନାମ ଲେଖେଇ (ONKAR INSTITUTE)ଏକ ତାଲିମ ପ୍ରାପ୍ତ ପ୍ରମାଣପତ୍ର ହସ୍ତକ୍ଷେପ କରି କଳିଙ୍ଗନଗର ଶିଳ୍ପାଞ୍ଚଳରେ ଏକ କୁଶଳୀ ଦକ୍ଷ ପ୍ରାଯୁକ୍ତିକ ବ୍ୟକ୍ତି ହିସାବରେ ପରିଚିତ ।

ସେଦିନ କଲେଜ ଯିବା ଲାଗି ରାଜି ନଥିବା ପିଲାଟି କଲେଜ ଯାଇଥିଲେ ଆଜି କେତେ ଖୁସିରେ ରହିଥାଆନ୍ତା ଜାଣିନି ହେଲେ କଲେଜ ନଯାଇବି ନିଜର କର୍ମ, ବାପା ବୋଉଙ୍କର ଆଦର୍ଶକୁ ଅନୁକରଣ କରି ନିଜର ଚାଷ ବୃତିକୁ ଆଦରିବା ସହିତ ସେମାଙ୍କର ହସ ହସ ମୁହଁକୁ ଦେଖିଦେଲେ ଜୀବନର ପ୍ରକୃତ ଖୁସି ମିଳିଯାଉଛି ସତରେ ଜୀବନ ବଡ ବିଚିତ୍ର । ଜୀବନର ମୋଡ ପ୍ରତେକ ମୁହୂର୍ତ୍ତରେ ବଦଳୁଛି । ସମୟ ସମୟରେ ବହୁତ କିଛି ଶିକ୍ଷା ମଧ୍ୟ ଦଉଛି । ଜୀବନରେ ଆଲୋକ ଭରା ଆଶା ମିଳିଯାଇଛି ସତ ହେଲେ ସେଦିନର ମାଟିର ତିଆରି ଘରେ ଝୋଟିରଚିତାରେ ଯୋଉ ସୌନ୍ଦର୍ଯ୍ୟ ଓ ଆନନ୍ଦ ଥିଲା ଆଜି ଏ ଚିକ୍‌ଚିକ୍‌ ମାରୁଥିବା ମାର୍ବଲ ଘରେ ନାହିଁ । ସେଦିନର ଚାଳ ଘର ଓଳିରେ ଘରଚଟିର କିଚିରି ମିଚିରି ରାବରେ ଯୋଉ ମଧୁରତା ଥିଲା ଆଜି ନାମୀ ଦାମି କମ୍ପାନୀର ହୋମ୍‌ ଥିଏଟରରେ ମଧ୍ୟ ନାହିଁ । ସେଦିନର ଢ଼ିଙ୍କି କୁଟା ଜଙ୍ଗଲଜଟ୍ଟ ନାଲି କବର ଚାଉଳରେ ଯୋଉ ସ୍ୱାଦ ଥିଲା ଆଜି ଏ ଡେରାଡୁନ ଫାଇନ୍‌ ଚାଉଳରେ ନାହିଁ । ସେଦିନ ବାପାଙ୍କ ଚବିଶ ଇଞ୍ଚ୍‌ର ଆଟ୍‌ଲାସ ସାଇକେଲ୍‌ରେ ଯୋଉ ମଜା ଥିଲା ଆଜି ଏ ଲକ୍ଷ ଲକ୍ଷ ଟଙ୍କାର ଗାଡ଼ିରେ ନାହିଁ । କାହିଁ ଗଲ ତୁମେ ଆଉଥରେ ଆସ ଫେରି ! ହେ ଅତୀତ….

ଲୋକପ୍ରିୟ ଲେଖା

To Top