କବିତା

ଗର୍ବରେ କହୁଛି ମୁଁ ଓଡ଼ିଆ

Santanu Kumar Rout's odia poem Garbare Kahuchhi Mun Odia

ବାର ମାସରେ ତେର ଓଷା
କ୍ଷୀରି ପୁରୀ ସଙ୍ଗେ ମଣ୍ଡା ଆରିସା
ବୋଉ ହାତରନ୍ଧା ଶାଗ ଭାତ ସଙ୍ଗେ
ସର୍ବୋଚ୍ଚରେ ଅଛି ମୋ ମାତୃଭାଷା !!

ଗର୍ବରେ କହୁଛି ମୁଁ ଓଡ଼ିଆ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ବାର ମାସରେ ତେର ଓଷା
କ୍ଷୀରି ପୁରୀ ସଙ୍ଗେ ମଣ୍ଡା ଆରିସା
ବୋଉ ହାତରନ୍ଧା ଶାଗ ଭାତ ସଙ୍ଗେ
ସର୍ବୋଚ୍ଚରେ ଅଛି ମୋ ମାତୃଭାଷା !!

ଡିବିରୀ ଆଲୁଏ ସେ ଧାନ ବସା
ଓଳିଛା ପାଣିରେ ସେ ଡ଼ଙ୍ଗା ଭସା
ଓଡ଼ିଆ ମନରେ ଉଙ୍କି ମାରଇ
ତେନ୍ତୁଳି ସାଙ୍ଗକୁ ପଖାଳ କଂସା !!

ଫର ଫର ଉଡେ ଶ୍ରୀକ୍ଷେତ୍ର ନେତ
ଶସ୍ୟ ଶ୍ୟାମଳରେ ସବୁଜ କ୍ଷେତ
ବାଧା ବିଘ୍ନ ସବୁ ହଟି ତ ଯାଏ
ସାହା ଯେ ହୁଅନ୍ତି ପ୍ରଭୁ ଜଗନ୍ନାଥ !!

ଅଙ୍କା ବଙ୍କା ନଈ ନନା ରଙ୍ଗରେ
ବୁଲି ବୁଲି ଯାଇ ମିସେ ସାଗରେ
କାକଳି ର ମିଠା କୁହୁର ସ୍ବର୍ଣ୍ଣତା
ଅସାର ଆନନ୍ଦ ନଦୀ ପଠାରେ !!

ପର ଆପଣା ଏଠିତ ନାହିଁ
ସମସ୍ତେ ଯେ ଏଠି ଭଉଣୀ ଭାଇ
ଓଡ଼ିଆ ଜାତି ଭାଷା ବଢିଆ
ଗର୍ବରେ କହୁଛି ମୁଁ ଓଡ଼ିଆ !!

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top