କଂସା ପିତ୍ତଳର ଓଜନିଆ ଚିତ୍ରଖୋଦା,
ସାଧାରଣ ଆକାରରୁ ଟିକେ ବଡ଼ ବଡ଼ ଗିଲାସରେ,
ବନ୍ଧୁ ଆଗେ ଗିଲାସେ ପାଣି ପରସି ଦେଲେ,
ପରିବାରରେ ଥିବା ପାରମ୍ପରିକତାର ଛାପ,
ଫୁଟି ଫୁଟି ପ୍ରଦରଶୀତ ହୁଏ ।
ସେଇ ଜଳବିନ୍ଦୁର ସମାହାରକୁ,
ଷ୍ଟିଲ୍ର ମାର୍ଜିତ ଚକ୍ଚକ୍ ପାତ୍ର ଦେଇ
ସେବାରେ ରଖିଦେଲେ,
ନିମ୍ନବର୍ଗୀୟ ଗ୍ରାମ୍ୟ ଚଳଣିର,
ପରିଭାଷାକୁ ପ୍ରସ୍ପୁଟିତ କରାଏ ।
ସ୍ୱଳ୍ପ ମାତ୍ରାର ଶୋଷ ମେଣ୍ଟଙ୍କ ପୁଣି,
ଟ୍ରେ ସହ ପିନ୍ପିନ୍ କାଚ ଗିଲାସେ,
ସଜେଇ ହେଇଗଲେ,
ଅତିଥି ସମ୍ମୁଖେ ସତ୍କାରକର ମାନ ମର୍ଯ୍ୟାଦା,
ଶତଗୁଣ ଉତ୍କୃଷ୍ଟ ହେଇଯାଏ ।
ଗିଲାସର ଅସ୍ତିତ୍ୱ ଆଗେ ତିହୋରିତ ହେଇଯାଏ,
ଅତି ଆଦର ହୃଦୟର ଅନ୍ତରତମ ସ୍ଥାନରୁ,
ପରସୁଥିବା ସେଇ ମନୁଷ୍ୟର,
ଆନ୍ତରିକତା ଭରା ନିଜସ୍ୱ ଭାବନା ।
କେହି ବୁଝେନା, ଗିଲାସର ପାର୍ଥିବ ଶରୀରଟା ତ
ଆଦାନ, ପ୍ରଦାନର ମାଧ୍ୟମ ମାତ୍ର,
ମାନବିକତ୍ୱର ଆକଳନ
ବନ୍ଧୁତ୍ୱର ଭାବନାଗତ ସମ୍ମାନ ଯେ ,
ତା’ଠୁ ଅନେକ ଅନେକ ଉର୍ଦ୍ଧରେ ।