ଅଣୁଗଳ୍ପ

ଟିପ

Hemanta Kumar Rout's odia short story Tipa

ସରପେଞ୍ଚ ! ଏହି ଦସ୍ତଖତଠାରୁ ଟିପ ଚିହ୍ନ ଭାରି ଟାଣ ଆଉ ଏହି ଦସ୍ତଖତ କରୁଥିବା ମଣିଷଙ୍କ ଠାରୁ ଟିପଦିଆ ମଣିଷଗୁଡ଼ା ଟିକେ ବିବେକୀ ।

ଟିପ

ଗାଁ ପଞ୍ଚାୟତରେ ସବୁକଥା ନିଷ୍ପତ୍ତି ହୋଇଗଲା । ବୁଢ଼ାବୁଢ଼ୀ ପୁଅମାନଙ୍କ ପାଖରେ ରହିବେ । କାଗଜପତ୍ର ସେଇ ଅନୁସାରେ ହେବ ।

ବଡ଼ପୁଅ ବଡ଼ବୋହୂ ସହରରେ ରହନ୍ତି । ମଝିଆ ପୁଅ ପାଖରେ ବୁଢ଼ା ସାନପୁଅ ପାଖରେ ବୁଢ଼ୀ । ବାଣ୍ଟ ଛିଡ଼ିଗଲା ଜିନିଷପତ୍ର ବି ସେଇ ପ୍ରକାରେ । ବାଣ୍ଟକୁଣ୍ଟ ସଫା ।

ପଞ୍ଚାୟତ ପତ୍ରରେ ସମସ୍ତେ ଦସ୍ତଖତ କଲେ । ବୁଢ଼ା ଟିପ ଦେଲା । ସରପଞ୍ଚ ହସି ହସି କହିଲେ- “ଏତେ ପାଠ ପଢ଼ାପୁଅ କମେଇଲ, ଶେଷରେ ଟିପ ମାଡ଼ିଲ । ପାଞ୍ଚଜାଗା ବସିଲ, ନ୍ୟାୟ ନିଶାପରେ ଦସ୍ତଖତ ନ ଦେଇ ଟିପ ଦେଇ ଦେଲ ।”

ପ୍ରଧାନେ କହିଲେ- “ଏଇ ଟିପଦିଆ ମଣିଷଟା ଶେଷଯାଏ ତା’ ବାପା ମା’ଙ୍କୁ ପାଖରେ ରଖି ପୋଷିଥିଲା । ସିନ୍ଦୁକ ବାକ୍ସ କଳାକନା ଛାଞ୍ଚୁଣି ପରି ମୋ ବାପା ମା’ଙ୍କୁ ମୁଁ ବାଣ୍ଟ କରିନଥିଲି । ପିଲାମାନଙ୍କୁ ଭଲମନ୍ଦ ପାଠ ପଢ଼େଇଲି । ସମସ୍ତେ ଶିକ୍ଷିତ । ଭଲ ଦସ୍ତଖତ କରନ୍ତି ଓଡ଼ିଆରେ, ଇଂରାଜୀରେ । ହେଲେ କେହି ତାଙ୍କ ବାପା ମା’ଙ୍କୁ ଶାନ୍ତି ଦେଇ ପାରିଲେନି । ବାପ ମା’ଙ୍କୁ ସିନ୍ଦୁକ ବାକ୍ସ ଆଲ୍‌ମିରା କଂସା ବାସନ ପରି ବାଣ୍ଟି କରି ନେଇଗଲେ ।”

ସରପେଞ୍ଚ ! ଏହି ଦସ୍ତଖତଠାରୁ ଟିପ ଚିହ୍ନ ଭାରି ଟାଣ ଆଉ ଏହି ଦସ୍ତଖତ କରୁଥିବା ମଣିଷଙ୍କ ଠାରୁ ଟିପଦିଆ ମଣିଷଗୁଡ଼ା ଟିକେ ବିବେକୀ । ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top