ଅଣୁଗଳ୍ପ

ବିକ୍ରମ ଓ ବେତାଳ

Dr. Neeraj Daiya's short story Bikram o Betaala in odia by Dr Mousumi Parida

ଯେବେ ଜୀବନର ମୌଳିକ ଜିନିଷଗୁଡିକ ଠିକ୍ ସମୟରେ ମିଳିଯାଏ, ତେବେ କିଏ କାହିଁକି..

ବିକ୍ରମ ଓ ବେତାଳ

ଡଃ . ନୀରଜ ଦଇୟା, ରାଜସ୍ଥାନୀ ଓ ହିନ୍ଦୀ ଲେଖକତେବେ ଶୁଣ ବିକ୍ରମ! ଗୋଟେ ଶୁଆ ଥିଲା । ଖୋଲା ଆକାଶରେ ଉଡୁଥିଲା, ଯେଉଁଠି ଚାହୁଁଥିଲା ବସୁଥିଲା । ଡେଣା ମେଲାଇ ଗୋଟେ ଗଛ ଡାଳରୁ ଆଉ ଗୋଟେ ଗଛ ଡାଳକୁ ଯାଇ ବସୁଥିଲା । କୌଣସି କଥାକୁ ନେଇ ତାର ଚିନ୍ତା ନଥିଲା । ଥରେ ତାକୁ କେହି ଧରିନେଲା ଓ ସେ ପିଞ୍ଜରାରେ ବନ୍ଦୀ ହୋଇଗଲା । ପ୍ରଥମ ଥର ସେ ଖୁବ୍ ବୋବେଇଲା ଟିଁ ଟିଁ କରି । କିନ୍ତୁ କିଛିଦିନ ପରେ ସେ ଶାନ୍ତ ହୋଇଗଲା । ତାକୁ ଆରାମଦାୟକ ଜୀବନ ପସନ୍ଦ ଆସିବାକୁ ଲାଗିଲା ।

ଦିନେ କଣ ହେଲା ନା ଜଣେ ବାଳକ ସେ ପିଞ୍ଜରାର ଦରଜା ଖୋଲିଦେଲା । ଜାଣ, ପୁଣି କଣ ହେଲା ? ଶୁଆଟି ପିଞ୍ଜରାରୁ ଉଡିପାରିଥାନ୍ତା କିନ୍ତୁ ଉଡିଲା ନାହିଁ ! କୁହ ବିକ୍ରମ, ଶୁଆଟି କାହିଁକି ଉଡିଗଲାନି ? ଯଦିଓ ଜଣେ କବି ବହୁତ ଆଗରୁ ତାକୁ ସ୍ୱାଧୀନତା ଓ ଦାସତ୍ୱ ବିଷୟରେ କବିତାଟିଏ ଶୁଣାଇଥିଲେ । ପୁଣି କଣ ହେଲା ଯେ ସେ ଉଡିଲାନି ? କୁହ, ଶିଘ୍ର କୁହ । ନହେଲେ ମୁଁ ଚାଲିଲି ।

ରୁହ ବେତାଳ । ଯାଉଛ କୁଆଡେ? ମୋର ଉତ୍ତର ତ ଶୁଣିଯାଅ । ସେ ଶୁଆଟି ଜାଣିସାରିଥିଲା ସ୍ୱାଧୀନତାରେ ଲକ୍ଷଲକ୍ଷ ଅସୁବିଧା ଥାଏ । ପିଞ୍ଜରାରେ ସବୁ କିଛି ବିନା ପରିଶ୍ରମରେ ମିଳିଯାଉଥିଲା । ଠିକ୍ ସମୟରେ ଦାନା, ପାଣି.. । ଯେବେ ଜୀବନର ମୌଳିକ ଜିନିଷଗୁଡିକ ଠିକ୍ ସମୟରେ ମିଳିଯାଏ, ତେବେ କିଏ କାହିଁକି..

ଏତିକି ଶୁଣି ବେତାଳ ବିକ୍ରମଙ୍କ କାନ୍ଧରୁ ଉଡିଗଲା ଏବଂ ଯାଇ ଗଛଡାଳରେ ଲଟକି ପଡିଲା ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top