କେଜାଣି ଆଜି କଣ ହେଇଛି ସୋନିର କବାଟ୍ଟା ବନ୍ଦ୍ କରି ରୁମ ଭିତରେ ବସିଛି ଯେତେ ଡାକିଲେ ବି ଶୁଣୁନି, ଖାଲି କହୁଛି ମତେ ଟିକେ ଏକା ଛାଡି ଦିଅ । ହେଲେ ଏତେ ବର୍ଷର ବନ୍ଧୁତା ଭିତରେ ସେ କେବେ ବି ସୋନିକୁ ଏମିତି ଭାବେ ଦେଖିନି ।
ତା ଘରୁ ବି ବାରମ୍ବାର ଫୋନ୍ ଆସୁଛି ହେଲେ ସେ ଉଠାଉନି । ତେଣୁ ସେମାନେ ବ୍ୟସ୍ତ ହୋଇ ମତେ ଫୋନ୍ କରିବାରୁ ମୁଁ ମିଛରେ କହିଦେଲି କି ସେ ଠିକ୍ ଅଛି ବୋଲି କାରଣ ଘରଠୁ ବେଶ ଦୂରରେ ଆମେ ରହୁଚୁ ହଷ୍ଟେଲ୍ରେ ସେମାନେ ବ୍ୟସ୍ତ ନ ହେବା ପାଇଁ ଏମିତି କହିଦେଲି ।
ବହୁତ ଡାକିବା ପରେ ବୁଝେଇବା ପରେ ସୋନି କବାଟ ଖୋଲିଲା ତା ମୁଁହରୁ ଲାଗୁଥିଲା ବହୁତ କାନ୍ଦିଛି ହେଲେ କଣ ଏମିତି ହେଇଯାଇଛି ତାର ? ସେ ତ ହସକୁରି ଝିଅ ଟା । ସେଦିନ କିଛି ହେଲେ କହିଲାନି ଆଉ ପରଦିନ ସକାଳୁ ଆଖି ଖୋଲିଲା ବେଳକୁ ସୋନି ନାହିଁ ଚିନ୍ତିତ ହେଇଗଲି ଆଉ ପରେ ଯାହା ଦେଖିଲି ମୋ ନିଜକୁ ସମ୍ଭାଳି ପାରିଲିନି ନିଜ ହାତ କାଟି ବାଥରୁମ୍ରେ ଆତ୍ମହତ୍ୟା କରିଦେଇଛି ସୋନି । କଣ କରିବି କିଛି ମୁଣ୍ଡକୁ ଜୁଟୁ ନଥାଏ କି କାନ୍ଦି ବି ପାରୁ ନଥାଏ ପାଖ ରୁମ ପିଲାଙ୍କୁ ଜଣେଇଲି ସେମାନେ ଆସିଲେ । ଆମ ହଷ୍ଟେଲ୍ ମାଡ଼ମ୍ ପୋଲିସ ଙ୍କୁ ଜଣେଇଲେ । ତାଙ୍କ ବାପା ମା ଙ୍କୁ ଜଣେଇବାକୁ ସାହସ କିମ୍ବା ଧର୍ଯ୍ୟ ମୋର ହେଉ ନଥିଲା ତଥାପି ପୋଲିସ୍ ବାବୁ ଫୋନ ଯୋଗେ ଜଣାଇଲେ, ସେମାନଙ୍କ ଅବସ୍ଥା ଅତି ଶୋଚନୀୟ ଏତେ ଦୂରରୁ ପୁଣି କେମିତି ଆସିବେ ତଥାପି ତାଙ୍କ ପାଇଁ ସୋନିର ଲାସ୍କୁ ରଖା ଯାଇଥିଲା ଦାହ କରାଯାଇନଥିଲା ।
ପୋଲିସ୍ ଆସିଲେ ସେ ରୁମ ଆଉ ରୁମରୁ ତା ଜିନଷ ସବୁ ଜବତ କଲେ, ତାର ପୋଷ୍ଟ ମୋର୍ଟମ ରୁ ଜଣା ଗଲା ଆତ୍ମହତ୍ୟା ବୋଲି । ହେଲେ ସୋନି ଭଳି ଝିଅ ପୁଣି ଆତ୍ମହତ୍ୟା ମୁଁ ଭାବି ବି ପାରୁ ନଥାଏ । ସେ ରୁମକୁ ପୋଲିସ ସିଜ କଲା ଆଉ ମତେ ନ ଜଣାଇ ବାହାରକୁ ନ ଯିବାକୁ କହିଲା ଆଉ ମୁଁ ବି ଇନଭେସ୍ଟିଗେଶନ୍ରେ ସାହାଯ୍ୟ କରିବି ବୋଲି କହିଲି ଯଦିଓ ଘରେ ରାଜି ହଉନଥିଲେ ଏ ସବୁ ରେ ପଡ଼ିବାକୁ । ହେଲେ ଗୋଟେ କଥା ସେ ବାଥରୁମର କାଚରେ ଲେଖାଥିଲା ମୋର କିଛି ବି ଭୁଲ ନାହିଁ ମୁଁ ଦୋଷୀ ନୁହେଁ, ପ୍ରକୁତ ଦୋଷୀକୁ ଦଣ୍ଡ ଦିଅ..
ହେଲେ ଆର ମାନେ କଣ ?? ଏତେ ବଡ଼ କଥା କାହିଁ ବା ଲେଖିଛି, ପ୍ରଥମେ ପୋଲିସ ଲଭ ମ୍ୟାଟର ଭାବି ଖୋଜିଲା ହେଲେ ନା କୌଣସି ଖବର ପାଇଲା ନାହିଁ । ଘଟଣା କୁ ଚାହୁଁ ଚାହୁଁ ଛ ମାସ ବିତିଗଲା ସମସ୍ତେ ପ୍ରାୟ ଭୁଲିଗଲେଣି ହେଲେ ମୁଁ ଭୁଲି ନଥାଏ ।
ତା ବାପା ମା ଙ୍କ ଅବସ୍ଥା ପୁରା ଖରାପ ହୋଇଯାଇଥାଏ ସେମାନେ ଖାଇବା ପିଇବା ଛାଡି ଦେଇଛନ୍ତି ଆଉ ସାମର୍ଥ୍ୟ ନଥାଏ ତାଙ୍କ ପାଖେ ପୋଲିସ ପାଖକୁ ଦଉଡି ନିଜ ଝିଅ କୁ ନ୍ୟାୟ ଦେବାକୁ । ହଁ କେମିତି ବା କରିବେ ଏ ସବୁ ପଛରେ ପ୍ରତେକ୍ଷ୍ୟ ହେଉ କିମ୍ବା ପରୋକ୍ଷ ରେ ହେଉ ସେମାନେ ଦାୟୀ ।
ମୁଁ କିନ୍ତୁ ମୋ କାମ ଚଲେଇ ଥାଏ କାରଣ ମରିବା ପୂର୍ବରୁ ସୋନି ମତେ ମେସେଜ କରିଥିଲା ଆଉ ଏକ ଚିଠି । ହେଲେ ମୁଁ ସେଇଟା ଡେରିରେ ଦେଖିଲି ଆଉ ଏତେ ବଡ ଚିଠିକୁ ପଢିବାକୁ ସମୟ ନଥିଲା । ଆଉ ଏକ ଭଏସ ମେସେଜ ବି । ସବୁ ଡେଲିଟି କରି ଦେବାକୁ ଆଉ ପୋଲିସ କି ନ କହିବାକୁ ମୁଁ ବି ସେଇଆ କଲି । ଆଉ ସୋନିର ଏକ ହାର୍ଡ ଡିସ୍କ ଥିଲା ଯୋଉଥିରେ ତା ଫୋନ ର ସବୁ ଡାଟା ଥିଲା ଆଉ ସେ ହାର୍ଡ ଡିସ୍କ ଟା ଆମରି ରୁମ ରେ ହିଁ ଥିଲା ହେଲେ ସେଇଟା କୁ ପୋଲିସ ନଜର ରୁ ଲୁଚେଇବାକୁ ସାଇଡ ରୁମ ରେ ରଖି ଦେଇଥିଲି ଆଉ ପୋଲିସ ର ଛାନ ବିନ ପରେ ସେଇଟାକୁ ନିଜ ଘର ଲୋକ ଙ୍କ ସହ ଘରକୁ ପଠେଇଦେଇଥିଲି । ପରେ ସେଇଟାକୁ ଆଣିଲି ସେଥିରେ ବହୁତ ଭିଡିଓ, ଫୋଟୋ, ଭଏସ ରେକର୍ଡର ଥିଲା । ହେଲେ ମୁଁ ଏ ସବୁ ସେ ହଷ୍ଟେଲରେ ରହି କରୁ ଥିଲି କାରଣ ବାହାରକୁ ଯିବାର ଅନୁମତି ନଥିଲା ହେଲେ ବି କାଳେ ସେ ହାର୍ଡ ଡିସ୍କ ପୋଲିସ ନେଇଯିବ ତେଣୁ ତାକୁ ବି ଲୁଚେଇ ନିଜ ରୁମ ରେ ଏକ ଗାତ ଖୋଳି ରଖିଥିଲି । ହେଲେ ଏ ସବୁ କଥା ପୂର୍ବରୁ ପ୍ରଥମେ ମୁଁ ସେ ମେସେଜ ଟା ପଢ଼ିଲି ଯୋଉଟା କି ମୋ ଭଉଣୀର ଇନଷ୍ଟାଗ୍ରାମ ଆକାଉଣ୍ଟ କୁ ପଠେଇଥିଲା, ସେ ଜାଣିଥିଲା ତା ଆତ୍ମହତ୍ୟା ପରେ ପୋଲିସ ମୋ ଫୋନ ବି ଜବତ କରିବ ଯେହେତୁ ମୁଁ ତା ରୁମ ମେଟ । ସେ ମେସେଜ ଟା ମୁଁ ଯେବେ ପଢ଼ିଲି ମୁଁ ମୋ ନିଜକୁ ସମ୍ଭାଳି ପାରିଲିନି । କାରଣ ନିଜ ଘରେ ହିଁ ସୁରକ୍ଷିତ ନଥିଲା ସୋନି ଆଉ ନିଜ ଘରେ ହିଁ ବଳାତ୍କାର ର ଶିକାର ହୋଇଥିଲା । ତାଙ୍କ ଘରେ ରହୁଥିବା ଏକ ପିଲା ଦ୍ୱାରା ପୁଣି ତା ଅଜାଣତରେ ସେ ଶୋଇଥିବା ବେଳେ ସେ ପିଲା ଘରେ ପଶି ତା ସହ ତା ଶରୀର ସହ ଖେଳିଛି ଆଉ ତା ନିଜ ଫୋନ ରେ (ସୋନି) ଫୋନ ରେ ଏ ସବୁ ରେକର୍ଡିଙ୍ଗ ବି କରିଛି । ଆଉ ସୋନି କେମିତି କେଜାଣି ଜାଣିପାରେନି ବୋଧେ ସେ କିଛି ନିଶା ଦେଇଦିଏ କି କଣ କେଜାଣି , ନିଜ ଫୋନ ରେ ନିଜର ଏ ରେକର୍ଡିଙ୍ଗ ଦେଖି ପୁରା ଅବାକ ହୋଇଗଲା ,କିଏ ଏମିତ କରିଛି ବୋଲି ବହୁତ ଭାବିଲା ହେଲେ କିଛି ଜାଣି ପାରିଲାନି । ସେବେ ଯାଏ କିନ୍ତୁ ଘରେ ଏ ସବୁ ଜଣେଇ ନଥିଲା କାରଣ ସେ ନିଜେ ଖୋଜୁଥିଲା ତା ଦୋଷୀକୁ , ଯୋଗକୁ ଦିନେ ସେ ପିଲାକୁ ଧରିଲା ମଧ୍ୟ କାରଣ ସେ ଭିଡିଓରେ ସେ ପିଲାର ହାତ ସହ ତାଙ୍କ ଘରେ ଥିବା ପିଲାର ହାତ ମିଶିଯାଉଥିଲା ସେ ବି ସେ ମୁଦି ପିନ୍ଧିଥିଲା, ନିଜେ ସେ ପିଲାକୁ ଡାକି ତାକୁ ପଚାରିଲା ସେ ବି ମାନିଲା ସେ ତାର ରେକର୍ଡ଼ିଂ କରିଥିଲା ତାକୁ ଥାପଡ଼ ବି ମାରିଲା ହେଲେ ସେ ପିଲା ବହୁତ ହସିଲା ଆଉ କହିଲା କି ମୋର କିଛି ବି ହବନି । ପରେ ଏ ସବୁ କଥା ନିଜ ଘରେ ସୋନି କହିଲା ହେଲେ ସୋନି ର ମା ତାକୁ ଚୁପ କରେଇ କହିଲେ ‘ଚୁପ କର ଏ ସବୁ ପଦାକୁ ଆସିଲେ ତୁ ବଦନାମ ହବୁ ଆଉ ତା ସହ ଆମର ବି ବଦନାମ ହବ ‘ ମାନେ ଏ କି ପ୍ରକାର ସମାଧାନ ? ଭୁଲ ସେ ପିଲା ର ହେଲେ ବଦନାମ ସୋନି କାହିଁକି ହବ ? ସମାଜ ସେ ପିଲାକୁ ଛୀ ନକରି ସୋନି କୁ କାହିଙ୍କି ଛୀ କହିବ ? ପୁଣି ଘର ଲୋକଙ୍କ ଅନୁସାରେ ସେଇଟା ରେପ ତ ନୁହେ ସେ ପିଲା ବାସ ସୋନି ସୋଇଥିବା ଅବସ୍ଥା ର ଭିଡିଓ କରିଛି ସେଇଟା ପୁଣି ସୋନି ଫୋନରେ ଆ ଛଡା ଆଉ ତ କିଛି କରିନି ତାହେଲେ ପୋଲିସ ପାଖକୁ କଥା କାହିଁକି ଯିବ ? ସେ ପିଲାକୁ ଘରଭଡା ଖାଲି କରିଦେଲେ ଗଲା ।
ହେଲେ ସୋନି କେମିତି ବା ବୁଝେଇ ବ ତା ଘର ଲୋକଙ୍କୁ ଯେ ସେ ପିଲା ଯାହା ବି କରିଛି ଯଥେଷ୍ଟ ଜଣକୁ ମାନସିକ ଆଘାତ ଦେବାରେ ଆଉ ତାକୁ ମାନସିକ ରୋଗୀ କରେଇବାରେ, ମାନସିକ ଯନ୍ତ୍ରଣା ଗୁଡା ବା ଦେଖା ଯାଏନି ତେଣୁ ସେଥିପ୍ରତି କିଏ ବା ଗୁରୁତ୍ୱ ଦେଉଛି ? କେହି ତା ଶୋଇଥିବା ଅବସ୍ଥାର ଭିଡିଓ କରିବ ସେଇଟା ପୁଣି ତା ବିନା ଅନୁମତିରେ । ଏଇଟା କଣ ଯଥେଷ୍ଟ ନୁହେଁ କି ସେ ପିଲାର ଚିନ୍ତାଧାରା କଣ ଜଣେଇବାକୁ । ଖାଲି କଣ ଶାରୀରିକ ବଳାତ୍କାର ହିଁ ବଳାତ୍କାର । ସେ ଘଟଣା ପରଠୁ ସୋନି ନିଜ ରୁମ ରେ ବି ଏକା ରହିବାକୁ ଡରିଲା, ରାତିରେ ନିଦ ହେଲାନି ବରାବର କବାଟ, ଝରକା ଚେକ କରୁଥିଏ କାଳେ କେହି ପୁଣି ଆସିଯିବ, ବହୁତ ଅନ୍ୟ ମନସ୍କ ରହିଲା ମାନସିକ ଚାପ ରେ ରହିଲା ହେଲେ ଏ ସବୁ ତାଙ୍କ ଘର ଲୋକଙ୍କୁ କିଛି ବି ଦେଖା ଗଲାନି । କୌଣସି ମତେ ନିଜକୁ ସମ୍ଭାଳି ନିଜ ସହରଠୁ ଦୂରକୁ ଆସିଗଲା ପଢିବାକୁ ସେ ପାଇଥିବା ଆଘାତ କେବେ ବି ଭୁଲି ହବନି କାରଣ ସେ ଛାଡି ଯାଇଥିବା ଛାପ ଟା ସବୁଦିନ ପାଇଁ ରହିବ, ତଥାପି ହସିବା ଶିଖିଲା ପୁଣି, ପୁଣି ଉଡିବା ଶିଖୁଥିଲା ହେଲେ ଏତିକି ବେଳେ ହିଁ ସେ ପିଲା ସହ ପୁଣି ଦେଖା ହୋଇଗଲା ସୋନିର । ଯୋଉ ପିଲା ଯୋଗୁ ସେ ଏତେ ଅବସ୍ଥା ଭୋଗିଲା ସେ କିନ୍ତୁ ଆଜାଦରେ ବୁଲୁଥାଏ, ଦୋଷ କଲା ସେ କିନ୍ତୁ ଦଣ୍ଡ ପାଇଥିଲା ସୋନି, ନିଜକୁ ନିଜ ମନକୁ କୌଣସି ମତେ ସଜାଡ଼ିଥିବା ବେଳେ ସେ ପିଲା ସହ ଭେଟ ହେଲା ପରେ ପୁଣି ସେ ପୁରୁଣା ଖଣ୍ଡିଆ ଗୁଡା ସତେଜ ହୋଇ ଉଠିଲା ଭାରି ଅସ୍ତ ବ୍ୟସ୍ତ ହୋଇ ଗଲା ସୋନି, ନା ବଞ୍ଚି ପରୁଥାଏ ନା କିଛି ଭାବିପାରୁଥାଏ କଣ କରିବ ଆଉ ଏତିକି ବେଳେ ହିଁ ସେ ଏଇ ନିଷ୍ପତି ନେଲା ଆଉ ବାଛି ନେଲା ଚିରନିଦ୍ରା ରେ ଶୋଇ ଯିବାକୁ । କିନ୍ତୁ ପୋଲିସକୁ କୌଣସି କଥା ଆଗ ନ ଜଣାଇ ମତେ ଜଣେଇବାକୁ ଚାହିଁଥିଲା କାରଣ ମୁଁ ଏକ ନିୟୁଜ ଚାନେଲରେ ପାର୍ଟ ଟାଇମ ଜବ କରୁଥିଲି ତେଣୁ ସେ ଚାହୁଁଥିଲା ଏ ସବୁ ଲୋକ ଲୋଚନ କୁ ଆଗ ଆସୁ । ପୋଲିସ ଯଦି ସବୁ ପାଇଯାଇଥାନ୍ତା ସେ ସବୁ ଲୋକ ଲୋଚନ କୁ ଆଣି ନଥାନ୍ତା କି ସେ ପିଲା ହୁଏତ କେବେ ଦଣ୍ଡ ପାଇ ନଥାନ୍ତା । ଏବେ ମୁଁ ଏ ସବୁ ଲୋକ ଲୋଚନ କୁ ଆଣିଲି ଆଉ ପୋଲିସ ବାଧ୍ୟ ହୋଇଗଲା ଦୋଷୀ କୁ ଧରିବାକୁ । ହଁ ସେ ଦଣ୍ଡ ତ ଯଥେଷ୍ଟ ନୁହେଁ ଆଉ ଏ ସବୁ ସୋନି ବଞ୍ଚିକି ବି କରିପାରିଥାନ୍ତା ହେଲେ ବହୁତ ବଡ଼ ଅବଶୋଷ ମୋର କି ତାକୁ ବଞ୍ଚେଇ ପାରିଲିନି । ଏ ସବୁ ଘଟଣା ପରେ ସୋନି ଘର ଲୋକ ବି ନିଜକୁ ଛୋଟ ମନେ କରିବାକୁ ଲାଗିଲେ ।
ହଁ ସୋନି ଭଳି ଏମିତି କେତେ ଯେ ଝିଅ ଏ ସବୁ ର ଶିକାର ନ ହଉଛନ୍ତି ସେଇଟା କହି ହବନି । ତା ଭିତରୁ ବହୁତ କମ ହିଁ ଲୋକ ଲୋଚନ କୁ ଆସୁଛି ଆଉ ନବେ ଭାଗ କେବଳ ଏଇ ସମାଜ କଣ କହିବ ଏଇ ଭୟରେ ଚାପି ହୋଇଯାଉଛି । ହେଲେ ଥରେ ସେ ଝିଅ ମାନଙ୍କ କଥା ଭାବିବା ଉଚିତ ତାଙ୍କ ଉପରେ କଣ ବିତୁଥିବ ଯେବେ ସେମାନେ ନିଜ ଦୋଷୀ ର ସାମ୍ନା କରୁଥିବେ ଆଉ ନିଜେ ଲୁଚିକି କାନ୍ଦୁଥିବେ ଯୋଉଠିକି ଦୋଷ ତାଙ୍କର ନାହିଁ ହେଲେ ଦଣ୍ଡ ତାଙ୍କୁ ହିଁ ମିଳୁଥିବ । ଏମିତି ଆଉ କେତେ ଦିନ ଚାଲିବ??