କବିତା

ଆଜିର ପ୍ରେମ

Shekh Niyamatulla's odia poem Aajira Prema

ଆଜିର ଏହି ସଭ୍ୟ ସମାଜେ ପ୍ରେମ ଯେ ଯାଇଛି ହଜି,
ଯେତେ ଚେଷ୍ଟା କଲେ ସେହି ଯେ ପ୍ରେମକୁ ପାଉ ନାହିଁ ଆଉ ଖୋଜି ।

ଆଜିର ଦିନରେ ପ୍ରେମର ଅର୍ଥକୁ ବୁଝୁନାହିଁ କେହି ଜଣେ,
କାହାର ମନରେ ପ୍ରେମ ଯେ କିପରି କହି ହେବ ନାହିଁ ଭଲେ ।

ଆଜିର ସମାଜ ପ୍ରେମର ଅର୍ଥକୁ ଦେଇଛି କଳଙ୍କ କରି,
ନିସ୍ଵାର୍ଥ ମନର ପ୍ରେମକୁ ଆଜି ଖୋଜି ପାଉ ନାହିଁ କେହି ।

ପ୍ରେମର ଅର୍ଥ ପାଇବାରେ ନୁହେଁ ତ୍ୟାଗରେ ଥାଏ ବୋଲି,
ଏହି ଭାବନାଟି ସାରା ସମାଜରେ କାହାରି ମନରେ ନାହିଁ ।

ଆଜିର ଦିନରେ ସକାଳର ପ୍ରେମ ସଞ୍ଜରେ ତ ସରି ଯାଏ,
ରାତି ପାହି ଗଲେ ଗଲା ପ୍ରେମ କଥା, ଅତୀତ ଯେ ହୋଇ ଯାଏ ।

ଆଜିର ଏହି ସଭ୍ୟ ସମାଜେ ପ୍ରେମ ଯେ ଯାଇଛି ହଜି,
ଯେତେ ଚେଷ୍ଟା କଲେ ସେହି ଯେ ପ୍ରେମକୁ ପାଉ ନାହିଁ ଆଉ ଖୋଜି ।

ଏବେ ବି ସମୟ ହାତ ପାହାନ୍ତାରେ ବଦଳି ପାରିବା ଆମେ,
ପ୍ରେମର ସେହି ପୂର୍ଣ୍ଣ ଅର୍ଥକୁ ବାଣ୍ଟିବା ଜନମନେ ।

Click to comment

Leave a Reply

Your email address will not be published. Required fields are marked *

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top