କବିତା

ମନ ପ୍ରଜାପତି

Puspanjali Panda's odia poem Mana Prajapati

ଆପଣା ମନର କଥା ମାନ
ବୁଝିବାରେ ଯଦି ଯାଏ ଦିନ
ସମୟ ସରିବ ମନ ଦଵିଯିବ
ଜୀବନ ହୋଇବ ଅଗ୍ନି ବନ ।।

ମନ ପ୍ରଜାପତି ନିତି ବୁଲେ
ଏ ଫୁଲ ସେ ଫୁଲ ଛୁଇଁ ଖେଳେ
ପ୍ରେମ ସମ୍ପର୍କରେ ପ୍ରିତୀର ମହକ
ମିଶାଇ ବାସନା ବାଣ୍ଟି ଚାଲେ ।।

ମନ ବଦଳରେ ମନ ମିଳେ
ସଂସାର ଚକଟା ଗଡିଚାଲେ
ସୁଖ ଦୁଃଖ ସବୁ ମିଶିଯାଇଥାଏ
ମନ ସହ ମନ ମିଶିଗଲେ ।।

ଆପଣା ମନର କଥା ମାନ
ବୁଝିବାରେ ଯଦି ଯାଏ ଦିନ
ସମୟ ସରିବ ମନ ଦଵିଯିବ
ଜୀବନ ହୋଇବ ଅଗ୍ନି ବନ ।।

ମନ ପ୍ରଜାପତି ଡେଣା ଝାଡେ
ବୟସ ଅୟସ ରଙ୍ଗ ଛାଡେ
ଦୁଃଖ ର କାରଣ ସୁଖର ମିଶାଣ
ଖୋଜୁ ଖୋଜୁ ମନ ଦେହ ଛାଡେ ।।

ମନ ଅମାନିଆ ସବୁକାଳେ
ପାପଦେଖେ ନାହଁ ପୁଣ୍ୟବୁଝେ ନାହିଁ
ଆପଣା ମନର ବୋଲ ଚଳେ
ମନ ସର୍ବ ଶ୍ରେଷ୍ପ ମହୀତଳେ ।।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top