କବିତା

ଆଙ୍କେ ତା ଚକା ଆଖିକୁ

Usharanani Nayak's odia poem Aanke Ta Chakaa Aakhiku

ଆଜି ମୁଁ ଆଙ୍କୁଛି ,
କଳା କଲମରେ,
ତୋର ସେ ଚକା ଆଖିକୁ ।

ମୁଁ କାଳି ଧରି ବସେ ,
ଆଙ୍କିବା ପାଇଁ କି
ତୋର ସେ କଳା ମୁଖକୁ ।

ପାରେ ନାହିଁ ଜାଣି,
ପାରିବି କି ଆଙ୍କି,
ତୋର ସେ କଳା ମୁହଁକୁ  ।

ଦେଖି ନାହିଁ ତତେ,
ମୋ ବାସ୍ତବ ନୟନେ,
ସୁଣିନି ତୋର ଜଣାଣ  ।

ଛୁଇନାହିଁ ରଥ,
ରଥର ସେ ଡୋର,
ସତେ ମୁଁ କେଡ଼େ ଅଧମ ।

ତଥାପି ବ୍ୟାକୁଳ ମନ,
ଦେଖିବାକୁ ତୋର ପତିତପାବନ,
ଟାଣିବାକୁ ରଥ ଡୋର ।

ଲାଗୁନି ମୋ ଡୋରି,
ପାରୁନି ମୁଁ ଯାଇ,
ମନ ହୁଏ ମୋ ଅଧିର ।

ହେଲେ ମୋ ମାନସ ପଟରେ,
ଆଙ୍କୁଛି ତୋ ଛବି ,
କାହିଁ କେତେ ଦିନ ମନୁ ।

ଆଜି ମୁଁ ଆଙ୍କୁଛି ,
କଳା କଲମରେ,
ତୋର ସେ ଚକା ଆଖିକୁ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top