ମୁଣ୍ଡ ଝାଳତୁଣ୍ଡରେ ମାରି,
କୃଷକ ଚାଷଇ କ୍ଷେତ ।
ଗହମ ଚାଉଳରାଜନିତୀ ଦେଶେ,
ଅଭାବ ସଦା ତା ମିତ ।
କେବେ ମାଡିଆସେବନ୍ୟାର ଆତଙ୍କ,
କେବେ ମରୁଡିର ମାଡ ।
କରୁଣ ଚିତ୍କାରଶୂନ୍ୟେ ହଜିଯାଏ
ଭାଙ୍ଗିଯାଏ ମେରୁହାଡ ।
କେତେ ଯତନରେଉପୁଜାଏ ଶଷ୍ୟ,
ଦିନରାତି ଖଟିଖଟି,
ଗାଦିଗାଦି ଶଷ୍ୟପଚିଷଡି ଯାଏ,
ଦେଖି ଛାତିଯାଏ ଫାଟି ।
ସବୁରି ପେଟକୁଆହାର ଯୋଗାଏ
ଅଭିଶପ୍ତ ଅନ୍ନଦାତା ।
ତା ପାଇଁ କାହାଆଖିରୁ ନ ଝରେ,
କେହି ନ ବୁଝଇ ବ୍ୟଥା ।
ପୁଞ୍ଜି ଲୁଟିନେଇପୁଞ୍ଜିପତି ଏଠି,
ବିଦେଶେ କରଇ ମଜା ।
ପୁଞ୍ଜିର ଅଭାବେକୃଷକ ମରଇ
ପରିବାର ଭୋଗେ ସଜା ।
ଧନ୍ୟ ହେକୃଷକ,
ଧନ୍ୟ ତୋ ବଳିଦାନ ।
ସମସ୍ୟାର ତୋରସମାଧାନ ହେଉ,
ହେଉ ତୋର ଯଶ ଗାନ ।