କବିତା

ଅଳକାଗୋ

Prasanta Kumar Behera's odia poem Alakaa Go

ମୌନାବତୀ ଅଳକାଗୋ
ଏବେ ଟିକେ
କଥା କହ କଥା କହ

ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ମୌନାବତୀ ଅଳକାଗୋ
ଏବେ ଟିକେ
କଥା କହ କଥା କହ

ତୁ ତ ଦେଖିଛୁ
ମୋ ସନ୍ଧ୍ୟାବତୀର
ଅମାନିଆ ଆଖି ଲୁହ

ଦେଖିଛୁ କିପରି
ଗୋଲାପୀ ଚି଼ବୁକେ
ଲୁହ ଠୋପା ମୁକ୍ତା ବିନ୍ଦୁ

ଧରି ରଖିଥିଲେ
ସନ୍ଧ୍ୟାବତୀର
ପୂର୍ଣ୍ଣିମା ପ୍ରେମ ଇନ୍ଦୁ

ଏତେଦିନ ପରେ
ଆସିଥିଲା ସିଏ
ନୁହେଁ ସେତ ସନ୍ଧ୍ୟାବତୀ

ତା ପାଦର ସେଇ
ପାଉଁଜି ଶୃଙ୍ଖଳ
ଏବେ ସାଜିଛି ସେ ବ୍ରିଡ଼ାବତୀ

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top