କବିତା

କାରଖାନା

Prasanta Kumar Behera's odia poem Kaarakhanaa

କ୍ରମଶଃ,
ସମୟ ବହିର ପୃଷ୍ଠା ଓଲଟିଲା,
କାରଖାନା ଏବେ ଅସମୟେ ବୃଦ୍ଧ,
ସେ ସମ୍ପୂର୍ଣ୍ଣ ନିରୁପାୟ,
ମହୁଫଣାରେ ମହୁମାଛି ପରି
ତା ଦେହରେ ରୋଗ ପଲ ପଲ ।

ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ଚି଼ମିଣୀର ଧୂଆଁ ପରି
ନାସିକାରୁ ନିଃଶ୍ୱାସ ବାହାରେ,
ଧୂଆଁ ବନ୍ଦ ହେଲେ
କାରଖାନା ବନ୍ଦ,
ନିଃଶ୍ୱାସ ବନ୍ଦ ହେଲେ
ମଣିଷ ମୁଠାଏ ମାଟି ।

ଏଇ କାରଖାନା ପିଇଛି
କେତେ ଯେ ଉଷୁମ ରକତ,
ଏହିଥିରେ ଗଢ଼ା ତା’ର ଲୌହ ସମ ଅସ୍ଥି,
ଏବେ ତା ପୁରିଲା ପୁରିଲା ବାହୁରେ
ଶତ ସିଂହର ବଳ,
ଧମନୀରେ ରକ୍ତ ପିଚି ପିଚି,
ଚର୍ବି ଲଗା ଆଖିରେ ସେ ଆଉ
ମଣିଷ ଚିହ୍ନୁନି ।

କ୍ରମଶଃ,
ସମୟ ବହିର ପୃଷ୍ଠା ଓଲଟିଲା,
କାରଖାନା ଏବେ ଅସମୟେ ବୃଦ୍ଧ,
ସେ ସମ୍ପୂର୍ଣ୍ଣ ନିରୁପାୟ,
ମହୁଫଣାରେ ମହୁମାଛି ପରି
ତା ଦେହରେ ରୋଗ ପଲ ପଲ ।

ଶେଷରେ
ପ୍ରଦୂଷଣ କୋକେଇରେ
ଚିର ନିଦ୍ରାରେ ଶୋଇଗଲା
ଜରାଜୀର୍ଣ୍ଣ କାରଖାନା ଶବ,
ବୁଝିଲ ତ ଭାଇ,
ଇଏ ସେହି କାରଖାନା
ଯାହାର ଇଂଜିନକୁ ଲୋଡ଼ା
ସତେଜ ହାଡ,ରକ୍ତ, ମାଂସ ।

ହେ ମଣିଷମାନେ,
ତମେମାନେ ଚିହ୍ନିଛ କି,
କିଏ ଏହି କାରଖାନା
କିସ ତା ଠିକଣା ?

ମଣିଷ ନାମକ ଖେଳନା ଭିତରେ
ଖଞ୍ଜା ଯେତେସବୁ ଯନ୍ତ୍ରପାତି, କଳକବ୍ଜା,
ତାର ଓ ସୁଇଚି,
ସେ ସବୁର ସମାହାର
ବୋଧହୁଏ ଗୋଟିଏ କାରଖାନା ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top