କବିତା

ଅଲିଭା

Suchismita Behera's odia poem Alibhaa

ଉଲ୍ଲାସର ଉଦବୋଧ
ଆନନ୍ଦର ଆବେଗ
ଶ୍ରଦ୍ଧାର ସଂକଳ୍ପ
ଆଶାର ଆଲୋକ । ।

ଅଲିଭା

ଚଳଚଞ୍ଚଳ ଜୀବନରେ ମନ ଯେବେ ଭାରି ଲାଗେ
ବ୍ୟସ୍ତ-ବିବ୍ରତ ହୋଇ କହି ହୁଏ ପ୍ରହେଳିକାର ପ୍ରବନ୍ଧ,
ସେବେ ହୃଦୟରୁ-ବିବେକର ଅବିଚ୍ଛିନ୍ନ ଡୋରି
ହେ ଈଶ୍ୱର ! ଲେଖିଦିଏ ତୁମକୁ ମୋର ଏଠି ପ୍ରେମ ପତ୍ର …

କୃପାର ସିନ୍ଧୁ
ବିଶ୍ୱାସର ବତୀ
ପ୍ରେରଣାର ପ୍ରତୀକ । ।
ଉଲ୍ଲାସର ଉଦବୋଧ
ଆନନ୍ଦର ଆବେଗ
ଶ୍ରଦ୍ଧାର ସଂକଳ୍ପ
ଆଶାର ଆଲୋକ । ।

ତୁମେ ସ୍ଥିତିର ଧୈର୍ଯ୍ୟ
ସମୟର ଚକ
ଇଚ୍ଛାର ଉତ୍ତର
ସାଧନାର ସାହା । ।
ପ୍ରତ୍ୟୁଷର କିରଣ
ସଂଧ୍ୟାର ପ୍ରାର୍ଥନା
ଅତୀତର ସ୍ମୃତି ;
ଆଉ ବର୍ତ୍ତମାନର ଅନୁଭବ । ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top