ସେ ହଜିଯାଇଥିଲା..
ଶବ୍ଦ ଓ ଅଶବ୍ଦରେ..
ବେଜାଏ କୋଳାହଳ
ଭିତରେ ଥମିଯାଇଥିବା
ଜାଗତିକ ଚେତନା ଭିତରେ !
ଲାଗୁଥିଲା ସେ ଛାଡିଆସିଛି ନିଜକୁ
ଠିକଣାହୀନ ଲଫାପାରେ
ଅଥବା ଫେସବୁକର କମେଣ୍ଟ ବକ୍ସରେ !
ଜଞ୍ଜାଳମୁକ୍ତ ଚେତନା ଭିତରେ
ଆଉ କଣ ନିଜକୁ ପାଇହେବ !
ଥକିପଡିଥିବା ରୋମାଞ୍ଚ
ଓ ଜୀବନ ତମାମ ଗୋଟାଉଥିବା
ଗହଳି ଓ କୋଳାହଳରେ
ନିଜକୁ କଣ ସାଉଁଟି ହେବ !
ପ୍ରତିକୂଳତାକୁ ପ୍ରତିହତ କରି
ଖୋଜିହେବ କି ଅତୀତକୁ..
ଠିକ୍ ସେହି ମାପଦଣ୍ଡ ଭିତରେ !
ଗୁଡେ ଅର୍ଥହୀନ ମାନଦଣ୍ଡକୁ ଧରି
ବଞ୍ଚିବାକୁ ହୁଏ !
କେବେ କେବେ ନିଜକୁ ବି
ନିଜେ ଠକିବାକୁ ପଡେ !
ଆଖି ଆଗେ ଝୁଲାଇ ଦେବାକୁ ହୁଏ
ବାକ୍ୟ ଯୋଡିଏ-ମୁଁ ଏଠି ନିରୁଦ୍ଧିଷ୍ଟ ଅନିର୍ଦ୍ଧିଷ୍ଟ କାଳଯାଏଁ ।
କେହି ମୋତେ ଖୋଜିଆଣି ପାରିବ ?