“ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣୁ, ଗୁରୁଦେବ ମହେଶ୍ୱର ।
ଗୁରୁ ସାକ୍ଷାତ ପରବ୍ରହ୍ମ, ତସ୍ମଇ ଶ୍ରୀ ଗୁରବେ ନମଃ ।।”
ହେ ମୋର ଗୁରୁ !
ମତେ ସ୍ୱପ୍ନ ଦେଖିବା ପାଇଁ ଆବେଶିତ କରନ୍ତୁ
ମୋ ଭିତରେ ଥିବା ଶକ୍ତି କୁ ଉଜାଗର କରନ୍ତୁ
ଉପଯୁକ୍ତ ଅଭ୍ୟାସ ର ବିକାଶରେ ନୂତନ ଦିଗନ୍ତ ପ୍ରଦାନ କରନ୍ତୁ
ନିଜର ଅଦୃଷ୍ଟ କୁ ଦୃଷ୍ଟ କରିବାରେ ଶକ୍ତି ପ୍ରଦାନ କରନ୍ତୁ ।
ହେ ମୋର ଗୁରୁ !
ମୋ ଜୀବନରେ କଳ୍ପିତ ଦୃଶ୍ୟକୁ ସତ୍ୟ କରିବାରେ ସାହାଯ୍ୟ କରନ୍ତୁ
ମୋ ଜୀବନ ର ଉଦ୍ଦେଶ୍ୟ ପୂରଣରେ ସର୍ବଦା ସହାୟକ ହୁଅନ୍ତୁ
ମୋର ଏ ଅନାବିଳ ମସ୍ତିଷ୍କ କୁ ଗ୍ରହଣ କରିବାର ଯୋଗ୍ୟ କରନ୍ତୁ
ମୋ ମନର ବିଚାର ପ୍ରଣାଳୀରେ ପରିବର୍ତ୍ତନ ପ୍ରଦାନ କରନ୍ତୁ
ମୋ ଭାବନାରେ ସୃଜନ ଶୀଳତାର ଶକ୍ତି କୁ ବର୍ଦ୍ଧିତ କରନ୍ତୁ
ମୋର ନୂତନ ଅଭିପ୍ରାୟ ଗୁଡିକର ସାଧନାରେ ଉଦ୍ବୁଦ୍ଧ କରନ୍ତୁ ।
ହେ ମୋର ଗୁରୁ !
କୌଣସି କାରଣରୁ ମୁଁ ନିଜକୁ ଦୁର୍ବଳ ଅନୁଭବ କଲେ
ନିଜର ଆଶୀର୍ବାଦ ପ୍ରଦାନ କରି ମତେ ଶକ୍ତି ପ୍ରଦାନ କରନ୍ତୁ
ସାମୟିକ ଦୁର୍ବଳତାହିଁ ଉପଯୁକ୍ତ ସୁଯୋଗର ସମୟ
ପ୍ରତ୍ୟେକ ଅବସର ହିଁ ପରବର୍ତ୍ତୀ ପ୍ରତିଦ୍ୱନ୍ଦିତାର ଆହ୍ୱାନ
ମୋର ଦୁର୍ବଳତା ଗୁଡିକୁ ମୋର ଶକ୍ତିରେ ପରିଣତ କରନ୍ତୁ ।
ହେ ମୋର ଗୁରୁ !
ମୁଁ ଯେତେବେଳେ ଜୀବନର ଅନ୍ଧକାରରେ ନିପୀଡିତ ହୁଏ
ମୋର ପଥ ପ୍ରଦର୍ଶକ ହୁଅନ୍ତୁ ଏବଂ ମତେ ନିଶ୍ଚିତ କରାନ୍ତୁ
ଅନ୍ଧକାର ହିଁ ଉପଯୁକ୍ତ ସ୍ଥାନ ଗଭୀର ଶାନ୍ତି ଅନୁଭବ ନିମନ୍ତେ
ଏହାହିଁ ଉପଯୁକ୍ତ ସମୟ ପ୍ରଗାଢ଼ ଭାବରେ ଚିନ୍ତା କରିବା ନିମନ୍ତେ
ଏହାହିଁ ଉପଯୁକ୍ତ ସମୟ ଆତ୍ମ ଶକ୍ତି ଗୁଡିକର ବିକାଶ ନିମନ୍ତେ
ମୋ ଜୀବନ ର ଅନ୍ଧକାର ଗୁଡିକୁ ଆଲୋକରେ ପରିଣତ କରନ୍ତୁ ।
ହେ ମୋର ଗୁରୁ !
ମୁଁ ଯେତେବେଳେ କୌଣସି କ୍ଷେତ୍ରରେ ସଫଳ ହୁଏ ନାହିଁ
ମତେ ଆଶୀର୍ବାଦ ପ୍ରଦାନ ପୂର୍ବକ ହୃଦବୋଧ କରାଇ ଦିଅନ୍ତୁ
ସଫଳତା ଏବଂ ବିଫଳତା ଜୀବନର ଅଙ୍ଗାଙ୍ଗୀ ଘଟଣାବଳୀ ଗୁଡିକ
ବିଫଳତା ହେଉଛି ଉତ୍ତମ ଅବସର ନିଜକୁ ସଫଳ କରିବା ପାଇଁ
ବିଫଳତା ହେଉଛି ଏକ ସତ୍ୟ ବାର୍ତ୍ତା ସମୟ ସହିତ ପରିବର୍ତ୍ତନ ପାଇଁ
ଏହାହିଁ ପୁନଃ ପ୍ରସ୍ତୁତିର ସମୟ ଉପଯୁକ୍ତ ବୁଦ୍ଧିମତ୍ତାର ପ୍ରୟୋଗ କରି
ଶକ୍ତିଶାଳୀ କଠିଣ ରୁ କଠିଣ ଲକ୍ଷକୁ ମଧ୍ୟ ପ୍ରାପ୍ତି କରା ଯାଇ ପାରିଥାଏ ।
ହେ ମୋର ଗୁରୁ !
ମୁଁ ଯେତେବେଳେ ନିଜକୁ ଜୀବନରେ ଏକାକୀ ଅନୁଭବ କରେ
ମୋର ମାର୍ଗ ଦର୍ଶକ ହୁଅନ୍ତୁ ଏବଂ ସୁନିଶ୍ଚିତ କରାଇ ଦିଅନ୍ତୁ
ନୀରବତା ହିଁ ଉପଯୁକ୍ତ ସମୟ ଆନ୍ତରିକ ଉର୍ଜାର ବିକାଶ ମାର୍ଗ
ଆନ୍ତରିକ ଅନୁସନ୍ଧାନ ହେଉଛି କଳ୍ପନା ବିକାଶ କରିବାର ମାର୍ଗ
ସୃଜନଶୀଳତା ର ପଥ ଏହି କଳ୍ପନା ବିକାଶ ରୁ ହିଁ ହୋଇଥାଏ ।
ହେ ମୋର ଗୁରୁ !
ମୁଁ ଯେତେବେଳେ ଜୀବନ ଯୁଦ୍ଧରେ ପରାଜିତ ହୁଏ
ମତେ ଆଶୀର୍ବାଦ ପୂର୍ବକ ମନରେ ଶକ୍ତି ଭରି ଦିଅନ୍ତୁ
ପରାଜିତ ହେବା ମଧ୍ୟ ଏକ ବାର୍ତ୍ତା କାର୍ଯ୍ୟ କୁ ପୁନର୍ବିନ୍ୟାସ କରିବାକୁ
ଯୁଦ୍ଧରେ ଜୟଯୁକ୍ତ ହେବା ହିଁ କେବଳ ଜୀବନ ର ଇପ୍ସିତ ବସ୍ତୁ ନୁହେଁ
ଜୀବନ ର ଶେଷ ଯୁଦ୍ଧରେ ଜୟଯୁକ୍ତ ହେବା ହିଁ ମୋର ସର୍ବ ମୁଖ୍ୟ ଲଖ୍ୟ ।
ହେ ମୋର ଗୁରୁ !
ମୁଁ ଯେତେବେଳେ ପରଶ୍ରୀ କାତରତାର ବଳୟ ଭିତରେ ଛନ୍ଦି ହୁଏ
ମୋର ପଥ ପ୍ରଦର୍ଶକ ହୋଇ ସୁନିଶ୍ଚିତ କରାଇ ଦିଅନ୍ତୁ ଯେ
ଅନ୍ୟଠାରୁ ଦୟା, ସମବେଦନା ଆଶା କରିବା ଗୋଟିଏ ଭୁଲ ଅଭ୍ୟାସ
ନିଜ ଠାରୁ ହିଁ ଦୟା, ସମବେଦନା ଆଶା କରିବା ହିଁ ଠିକ ଅଭ୍ୟାସ
ନିଜର ଅଦ୍ଵିତୀୟ, ଅନୁପମ ଶକ୍ତି ଦ୍ଵାରାହିଁ ଐଶ୍ୱର୍ଯ୍ୟ, ସମ୍ମାନ ଆଦି ଗୁଣର
ବିକାଶ କରି ପ୍ରତି ସମୟ ପାଇଁ ମୋର ସୃଜନଶୀଳତାକୁ ବଜାୟ ରଖିବି ।
ହେ ମୋର ଗୁରୁ !
ମୁଁ ଯେତେବେଳେ ଆତ୍ମାନୁରାଗର ଚକ୍ରବ୍ୟୁହ ଭିତରେ ଛନ୍ଦି ହୋଇ ଯାଏ
ମତେ ଆଶୀର୍ବାଦ ପୂର୍ବକ ସୁନିଶ୍ଚିତ କରାଇ ଦିଅନ୍ତୁ ଯେ
ଆତ୍ମ ସର୍ବସ୍ୱ ହେବା, ସ୍ୱାର୍ଥପର ହେବା, ଏକ ଭୟାନକ ସ୍ୱାଭାବିକ ଧର୍ମ
ଏହା ଆମର ଯୋଗ୍ୟତା ଆଉ ସାଧୁତା ଗୁଣ ଗୁଡିକୁ ବିନାଶ କରି ଥାଏ
ଏହା ଆମର ଆଧ୍ୟାତ୍ମିକ ପରମ ଶକ୍ତି ଗୁଡିକର ବିଲୋପ କରି ଥାଏ
ତେଣୁ ଆତ୍ମଭିମାନ ଗୁଡିକୁ ଦ୍ରବିତ କରି ଆତ୍ମ ଶ୍ରଦ୍ଧା ର ବିକାଶ କରିବି ।
ହେ ମୋର ଗୁରୁ !
ମୁଁ ଯେତେବେଳେ ନିଷ୍ଠାପର ପ୍ରେମରେ ପରାଜିତ ହୁଏ
ମୋର ପଥ ପ୍ରଦର୍ଶନ କରି ହୃଦ ବୋଧ କରାଇ ଦିଅନ୍ତୁ ଯେ
ସଚ୍ଚୋଟ ପ୍ରେମର ହିଁ ସବୁବେଳେ ବିଜୟ ହୋଇ ଥାଏ
ପ୍ରେମ ହିଁ ଜୀବନର ପ୍ରକୃତ ବାହକ ହୋଇ ଥାଏ
ପ୍ରେମହୀନ ଜୀବନର ସବୁଠାରୁ ବଡ଼ ଭଗବତ ଭାବନା
ପ୍ରେମ ହିଁ ଜୀବନରେ ଆତ୍ମାର ପ୍ରତିଫଳନ କରାଇ ଥାଏ
ପ୍ରେମ ହିଁ ଜୀବନରେ ସ୍ୱପ୍ନ ଦୃଷ୍ଟ ସତ୍ୟ ହୋଇଥାଏ
ପ୍ରେମ ହିଁ ଜୀବନରେ ଆନନ୍ଦ ଦାୟକ ଯାତ୍ରା ର ଶୁଭାରମ୍ଭ !
*“O my teacher” କବିତାର ଅନୁସରଣରେ ଲିଖିତ
