ସେଇ ପ୍ରାଙ୍ଗଣ, ସେଇ ଖରା ଥିଲା
ସେଇ କୌତିକିଆ ହସ
ସେଇ କୋଳର ଉସ୍ମତା
ଆବୋରିନେବା
ସଂଗୀତ ର ମାପ ଚୁପ ଦୂରତା
ଅବା ଅପେକ୍ଷା
ଗମ୍ଭୀର ଅନୂସୀଳନ
ଭୋକ ଆଜିବି ମରିନି ,
ବୟସର ଅପରାହାଣେ ମିଳନ ଆମର
ଆଉ କିଛି ନିବିଡ଼ତା ଅଧିକ ଖୋଜୁଥିଲା …
ଆହା !
ଆଉ ସଭିଙ୍କୁ ସାଙ୍ଗରେ ନେଇ ହଜିଯିବା
ଆଶା ମୋର ନାଲି କୋଠାରେ,
ମେରୁରେ ଅଗ୍ନି ପରି ଦୁକୁ ଦୁକୁ ଜଳି
ଏକ ଶୁଦ୍ଧ ପ୍ରାରମ୍ଭ ଆଉ ଏକ ବଳିଷ୍ଠ
ସମ୍ଭାବନା କୁ ଜନମ ଦେବା…..