ହେ ସମୟ
ବାରେ ତୁ ପଛକୁ ଫେର
ଏ ଗର୍ଭ ବନ୍ଧନରୁ ଯିବି ବାହାର
ମୁଁ ଜନମ ପଥରେ ଚାଲୁ ଚାଲୁ
ଗଲି ମରଣ ଫାଶରେ ପଡ଼ି
କୁଆଁ କୁଆଁ ରାବ ଶିଖିବା ଆଗରୁ
ମରଣ କରଇ ରଡ଼ି ।।
କହ ଏ କି ଅବିଚାର ଖେଳ
ବାରେ ତୁ ପଛକୁ ଫେର ।।
କନ୍ୟା ସନ୍ତାନ ଲୋଡ଼ା ନାହିଁ କାହାର
ବ୍ୟସ୍ତ ସଭିଏଁ ମୋତେ ମାରିବାରେ
ମୁଁ କରିଛି କି ଅପକାର
ବାରେ ତୁ ପଛକୁ ଫେର ।।
ଜଠରୁ ବାହାରି ଯିବି ତାର ପାଶେ
ପଠାଇ ଥିଲା ଯେ ମୋତେ ଜୀବନର ଆସେ
ଏକି ଖେଳ ଥିଲା ତାର ?