କବିତା

ବାବା

Odia Writer Anupam Behera

ଜନ୍ମ ହୁଏ ନୂଆ ଜଣେ ଭଗବାନଙ୍କର
ତାଙ୍କରି ଅର୍ଥହୀନ ଭାଷଣ ଓ ଯାଦୁ
ମୂର୍ଖ ଭକ୍ତମାନଙ୍କୁ ପ୍ରତୀୟମାନ ହୁଏ
ଅଲୌକିକତା ପରି

ବାବା

ଭାରତର ତେତିଶ୍ କୋଟି ଦେବାଦେବୀ
ବୁଝିପାରନ୍ତିନି ଦୁଃଖ ଶହେ କୋଡ଼ିଏ କୋଟି ଜନତାଙ୍କର
ବୋଧହୁଏ. . .
ଦେବାଦେବୀଙ୍କ କାର୍ଯ୍ୟାଳୟର ଅବସ୍ଥା ବି
ଆମ ଭୋଟ୍‌ଖିଆ ସରକାରଙ୍କ ପରି ।। ୧ ।।

ତେଣୁ
ପ୍ରକୃତିର ଶ୍ରେଷ୍ଠକୃତି ମନୁଷ୍ୟ
ନିଜ ସମସ୍ୟାର ସମାଧାନ
ନିଜେ ଖୋଜିବାକୁ ଚେଷ୍ଟା କରେ
ସବୁଥର ପରି ।। ୨ ।।

ଜନ୍ମ ହୁଏ ନୂଆ ଜଣେ ଭଗବାନଙ୍କର
ତାଙ୍କରି ଅର୍ଥହୀନ ଭାଷଣ ଓ ଯାଦୁ
ମୂର୍ଖ ଭକ୍ତମାନଙ୍କୁ ପ୍ରତୀୟମାନ ହୁଏ
ଅଲୌକିକତା ପରି ।। ୩ ।।

ବିଶ୍ୱାସର ସୌଦା ହୁଏ
ଦୁର୍ଗା, ବିଷ୍ଣୁ, ମହେଶ୍ୱରଙ୍କର
ହୁଏ ପୁନର୍ଜନ୍ମ
ନିର୍ବୋଧ ଭକ୍ତଙ୍କୁ ଭଣ୍ଡେଇ
ଏହି ଆତ୍ମଘୋଷିତ ଭଗବାନମାନେ
ଶୋଷଣ କରିଚାଲନ୍ତି ଜୋକ ପରି ।। ୪ ।।

କିନ୍ତୁ ଶେଷରେ ଦିନେ
ସତ୍ୟ ଆତ୍ମପ୍ରକାଶ କରେ
ମିଥ୍ୟାର ଏ ବିଶାଳ ପର୍ବତକୁ ଭଗ୍ନ କରି
ତଥାକଥିତ ଭଗବାନଙ୍କର
ପର୍ଦ୍ଦାପଛର ରୂପ ଆସେ ସାମ୍ନାକୁ
ତଥାପି କିନ୍ତୁ ବୁଝେନା ମଣିଷ
କିଛିଦିନ ଉତ୍ତାରୁ
ଆଉ ଜଣେ ବାବା ତାକୁ
ପ୍ରତୀୟମାନ ହୁଅନ୍ତି ଭଗବାନଙ୍କ ପରି ।। ୫ ।।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top