ସାତ ରଙ୍ଗ
ସପନ ସଜେଇ,
ଆଠ ତାଳ ଅଳସୀ ନିଠେଇ,
ରଙ୍ଗ ଲାଗେ,
ନୂଆ ନୂଆ, ରୂପ ଲାଗେ ଛୁଆଁ ଛୁଆଁ ,
ବହି ଯାଏ , ଝରି ଯାଏ , ଶ୍ରାବଣୀ ହେଇ,
କେବେ ମେଘ ଆସେ ,
କେବେ ଆସେ ନାହିଁ,
ସାଜେ କାଦମ୍ବିନୀ, ମୋଟେ ବର୍ଷେ ନାହିଁ,
କେବେ ପୁଣି ଛୁଇଁ ଯାଏ, ଏଇ ଆକାଶ ଭୂଇଁ,
କେବେ ଫୁଲ ଫୁଟେ, ଫୁଲ ବାସେ ନାହିଁ ,
କେବେ ପୁଣି ଝରିଯାଏ , ସାତ ତାଳ ସାଗର ନଈ ,
ଏବେ ଋତୁ ଫେରେ, ରଙ୍ଗ ଫେରେ ନାହିଁ ,
ଅଛି ଋତୁ ହେଲେ, ଛୁଉଁ ନାହିଁ ,
ଅଛି ରଙ୍ଗ …
ହେଲେ, ଜୁ ନାହିଁ …!
“ବର୍ଷା”..ହଁ ଏଇ ବର୍ଷା
ଲେଖିଛନ୍ତି
ଏବେ ଋତୁ ଫେରେ, ରଙ୍ଗ ଫେରେ ନାହିଁ ,
ଅଛି ଋତୁ ହେଲେ, ଛୁଉଁ ନାହିଁ ,
ଅଛି ରଙ୍ଗ …
ହେଲେ, ଜୁ ନାହିଁ …!
