କବିତା

ସମ୍ପର୍କ

Kalyani Dash's odia poem Samparka

କିଏ କେବେ ହେଇଯାଏ ଆମପାଇଁ
ଜୀବନଠୁ ବି ଗୁରୁତ୍ତ୍ୱପୂର୍ଣ୍ଣ
ସମ୍ପର୍କିତ ଜଣେ ସମ୍ପର୍କର ମୂଲ୍ୟ
ବୁଝିବା ମହତ୍ତ୍ୱପୂର୍ଣ ।

ସମ୍ପର୍କ

ସମ୍ପର୍କର ସେଇ ସେତୁକୁ ଚଢ଼ନ୍ତି
ସମୟ ସହ ମୁ ମିଶି
ସମ୍ପର୍କର ସଂଜ୍ଞା କଣ ଦେବି ମୁଁ
ଭାବେ ମୁଁ ଏକାନ୍ତେ ବସି ।

ସମ୍ପର୍କ କେବେ ସଜ ଗୋଲାପର
କଅଁଳ ପାଖୁଡା ପରି
ରଖିବାକୁ ହୁଏ ହୃଦୟ ପେଡ଼ିରେ
ପ୍ରେମର ଚାବିକୁ ଧରି ।

ସମ୍ପର୍କ ତା କେବେ ଯୋଡ଼େ ବି ହୃଦୟ
ସ୍ନେହ ପ୍ରେମ ମିଶ୍ରଣ ରେ
ଭାଙ୍ଗି ଯାଏ କେବେ ଆଘାତ ଲାଗିଲେ
ବିଶ୍ୱାସ ଭରସା ଘରେ ।

କିଏ କେବେ ହେଇଯାଏ ଆମପାଇଁ
ଜୀବନଠୁ ବି ଗୁରୁତ୍ତ୍ୱପୂର୍ଣ୍ଣ
ସମ୍ପର୍କିତ ଜଣେ ସମ୍ପର୍କର ମୂଲ୍ୟ
ବୁଝିବା ମହତ୍ତ୍ୱପୂର୍ଣ ।

ଆଦର ମମତା ସ୍ନେହ ପ୍ରେମ ହେଲେ
ସମ୍ପର୍କର ପୋଷକତା
ଯେତେଦୂର ଥିଲେ ବୁଝିହେଇଯାଏ
ସମ୍ପର୍କର ଗଭୀରତା ।

ବିଶ୍ବାସ ସମ୍ମାନ ମୂଳଦୁଆ ହେଲେ
ସମ୍ପର୍କ ଟା ଶକ୍ତିଶାଳୀ
ସନ୍ଦେହରେ ସେ ତ କ୍ଷୁର୍ଣ୍ଣ ହୋଇଥାଏ
ନଷ୍ଟ ହୁଏ ଜଳି ଜଳି ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top