ଖୋଜୁଥିଲି ପୁରୁଣା ପାଣ୍ଡୁଲିପିରୁ
କିଛି ଶବ୍ଦ,ଆବେଗ..!
ଶବ୍ଦମାନେ ହଜିଗଲେ ଅନ୍ଧାର ଭିତରେ
ଆବେଗମାନେ ଝର୍କା ଦେଇ
ପବନରେ ମିଶିଗଲେ!
ଅତୀତକୁ ମୁଠାଇ ଧରିବାକୁ
କିଛି ନଥିଲା ପାଖରେ ।
ଅଭିଶପ୍ତ ସମୟଠୁ
କଣ ନ୍ୟାୟ ମିଳିପାରେ!
ହାତମୁଠାରୁ ଖୁସି ସବୁ ଖସିଗଲା ପରେ
ନିଜ ସାମର୍ଥ୍ୟର ଦୋଷ ନା ଭାଗ୍ୟର!
ହୁଏତ ଏସବୁରୁ ମୁକ୍ତ ହୋଇ ଆଉ ଗୋଟେ
କାହାଣୀ ଗଢାଯାଇପାରେ..!
ବିଶ୍ୱାସ ଓ ଅତୀତର
ଉଜୁଡାପଣକୁ ଭୁଲିଗଲେ..
ଆଉ ଏକ ଚାରମିନାର
ସୃଷ୍ଟି ହୋଇଯିବ କାଳେ!
ବିଚାର

ଲେଖିଛନ୍ତି

ଅଭିଶପ୍ତ ସମୟଠୁ
କଣ ନ୍ୟାୟ ମିଳିପାରେ!