କବିତା

ବର୍ଡ ଫ୍ଲୁ

Minati Pradhan's odia poem Bird Flu

ବଞ୍ଚାଇବା କଠିନ ସାଜୁଛି,
ବଞ୍ଚିବା ବି
ସେ ପାଇଁ ମନ ଓ ବିବେକ
ଖେଳନ୍ତି ଲୁଚକାଳି ଖେଳ ।

ବର୍ଡ ଫ୍ଲୁ

ସୁନା ପଞ୍ଜୁରୀ ବା କାହିଁ?
ବାଉଁଶ ପଞ୍ଜୁରୀରେ
ସଂସାର, ତା ଭିତରେ
ଆତ ଯାତ ପ୍ରାଣୀ
କେଇଟାର ମୃତ୍ୟାଦେଶ ।

ବଞ୍ଚାଇବା କଠିନ ସାଜୁଛି,
ବଞ୍ଚିବା ବି
ସେ ପାଇଁ    ମନ ଓ ବିବେକ
ଖେଳନ୍ତି ଲୁଚକାଳି ଖେଳ ।

କାଲି ପରେ କେବେ
ଜଳିବ ଚୁଲି କେଜାଣି ?
ବୁଢୀ ମା ମୁହଁରେ ବାଜିବ ଔଷଧ…..।
ପୁଅର ଜୀବନ୍ତ ଖେଳଣା
ମନ ବହଲାଇବା ପାଇଁ ,
ଆସିବ ସୁଦିନ ମୁକ୍ତ ହେବ ସ୍ତ୍ରୀ ର
ପାଉଁଜର ହଳେ ସାହୁକାର କବଳରୁ
ଝିଅର ଆସିବ ବହି
ତା ମୁହଁରେ ଚେନାଏ
ହସ ଉଠିବ ଝଲସି ।

କାଲି ଏଠି ବହିବ ରକତର ନଦୀ
ପବନରେ ପଚାଗନ୍ଧ ଉଡି
ଭିଜାଇବା ମାଟିକୁ ପରସ୍ତ ପରସ୍ତ ।

କେଇ କ୍ଷଣ କାଊଁ କାଊଁ ରଡି
ଶକ୍ତ ଧାର ହତିଆର ତଳେ
ସମସ୍ତେ ନିଶବ୍ଦ ।
ହଜିଯିବ ଆଶା, ଭାଙ୍ଗିଯିବ
ସ୍ଵପ୍ନ ଆଉ ମେରୁଦଣ୍ଡ ।

ପଡି ଉଠିବାକୁ ଲାଗିବ
କେତେ ଯୁଗ
ବାହାରିବାକୁ ଦରିଦ୍ର ଖୋଳରୁ ।

ଭୋକିଲା ପେଟର ଜ୍ଵାଳା
ଅଧାମରା ଜୀବନ
କଣ ଭଲ ଏଇ
ବର୍ଡ ଫ୍ଲୁ ଠାରୁ ?

(ବର୍ଡ ଫ୍ଲୁ ବେଳେ ସବୁ କୁକୁଡାଙ୍କୁ ମାରିଦିଆ ଯିବା ଆଦେଶରେ କୃଷକର ଭାବନା )

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top